Categories
ଆଜିର ଖବର ଖେଳ

ହାମିଲ୍‌ଟ୍‌ନ୍‌ ଟି 20 : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 180 ରନ୍‌ର ବିଜୟଲକ୍ଷ୍ୟ

ହାମିଲଟନ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି20 ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ 179 ରନ୍‌ ସଂଗ୍ରହ କରିଛି । ସିରିଜରେ ଜୀବନ୍ତ ରହିବା ପାଇଁ କର ବା ମର ମ୍ୟାଚ୍‌ରେ ବିଜୟ ପାଇଁ ନ୍ୟୁଜିଲ୍ୟାଣ୍ଡକୁ 180 ରନ୍‌ ଆବଶ୍ୟକ । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 65 ରନ୍‌ ସଂଗ୍ରହ କରିଥିବା ବେଳେ କୋହଲି 38 ରନ୍‌ ସଂଗ୍ରହ କରିଥିଲେ । ରୋହିତ 40ଟି ବଲ୍‌ର ସମ୍ମୁଖୀନ ହୋଇ 6ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ 65 ରନ୍‌ ସଂଗ୍ରହ କରିଥିଲେ । କୋହଲି 27ଟି ବଲ୍‌ର ସମ୍ମୁଖୀନ ହୋଇ 2 ଚୌକା ଏବଂ 1 ଛକ୍କା ସହାୟତାରେ 38 ରନ୍‌ ସଂଗ୍ରହ କରିଥିଲା । ଦୁଇ ଓପନର ଓଭର ପିଛା 12 ରନ୍‌ ହାରରେ ରନ୍‌ ସଂଗ୍ରହ କରୁଥିବା ବେଳେ ଭାରତ 200 ରନ୍‌ ଅତିକ୍ରମ କରିବାର ଆଶା କରାଯାଉଥିଲା । ମାତ୍ର କ୍ରମାଗତ ଓ୍ବିକେଟ ପତନ ସହିତ ଦଳର ରନ୍‌ ହାର ଧୀମେଇ ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କେ ଏଲ୍‌ ରାହୁଲ(27), ଶ୍ରେୟସ ଆୟାର(17) ଏବଂ ମନୀଷ ପାଣ୍ଡେ (14*)ର ଉପଯୋଗୀ ଇନିଂସ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ହାମିଶ ବେନେଟ୍‌ 54 ରନ୍‌ରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦୁଇ ସ୍ପିନର ଇସ୍‌ ସୋଧୀ ଏବଂ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ହାମିଲ୍‌ଟ୍‌ନ୍‌ ଟି 20 : ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡର ବୋଲିଂ ନିଷ୍ପତ୍ତି

ହାମିଲଟନ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି20 ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି । କର ବା ମର ମୁକାବିଲାରେ ତୃତୀୟ ଥର ପାଇଁ ଓ୍ବିଲିୟମ୍‌ସନ୍‌ ଟସ୍‌ ଜିତି ଥିବା ବେଳେ ବୋଲିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ପକ୍ଷରୁ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ବ୍ଲେୟାର ଟିକ୍‌ନରଙ୍କ ସ୍ଥାନରେ ସ୍କଟ୍‌ କ୍ଲୁଗେଜିନ୍‌ଙ୍କୁ ଖେଳାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଦୁଇ ଟି20ରେ ବିଜୟୀ ହୋଇ ଭାରତ 2-0ରେ ଅଗ୍ରଣୀ ରହିଛି । ସିରିଜ୍‌ରେ ଜୀବନ୍ତ ରହିବା ପାଇଁ ଏହି ମ୍ୟାଚ୍‌ରେ ବିଜୟୀ ହେବା ନ୍ୟୁଜିଲ୍ୟାଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । (ଏଜେନ୍ସୀ)