Categories
ଆଜିର ଖବର ଖେଳ ଜାତୀୟ ଖବର

ମନୁ ଭାକରଙ୍କ ସମେତ ଚାରିଙ୍କୁ ଖେଳ ରତ୍ନ: ୩୨ ଜଣଙ୍କୁ ମିଳିବ ମିଳିବ ଅର୍ଜୁନ ପୁରସ୍କାର, ପଢନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ଭାରତର ଷ୍ଟାର ସୁଟର ମନୁ ଭାକର ଏବଂ ଚେସ ଚାମ୍ପିୟନ ଡି ଗୁକେଶଙ୍କ ସମେତ ଚାରି ତାରକା ଖେଳାଳି ଖେଳ ରତ୍ନ ପୁରସ୍କାର ପାଇବେ। ଏହି ତାଲିକାରେ ହକି ଖେଳାଳି ହରମନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାର ମଧ୍ୟ ସାମିଲ ହୋଇଛନ୍ତି। ଏମାନଙ୍କ ସହିତ ସମୁଦାୟ ୩୨ ଖେଳାଳି ଅର୍ଜୁନ ପୁରସ୍କାର ପାଇବେ। ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରିୟ ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି ସମସ୍ତ ଖେଳାଳିଙ୍କୁ ସମ୍ମାନିତ କରାଯିବ।

ଏହି ଖେଳାଳିମାନେ ଖେଳ ରତ୍ନ ପୁରସ୍କାର ପାଇବେ:

ମନୁ ଭାକର- ଶୁଟିଂ
ଡି ଗୁକେଶ- ଚେସ୍
ହରମନପ୍ରୀତ ସିଂ- ହକି
ପ୍ରବୀଣ କୁମାର- ପାରା ଆଥଲେଟିକ୍ସ

ଏହି ଖେଳାଳିମାନେ ଅର୍ଜୁନ ପୁରସ୍କାର ପାଇବେ:

ଜ୍ୟୋତି ୟାରାଜୀ- ଆଥଲେଟିକ୍ସ
ଅନ୍ନୁ ରାନି- ଆଥଲେଟିକ୍ସ
ନୀଟୁ- ବକ୍ସିଂ
ସ୍ଵୀଟି- ବକ୍ସିଂ
ବନ୍ତିକା ଅଗ୍ରୱାଲ- ଚେସ୍
ସଲିମା ଟେଟେ- ହକି
ଅଭିଷେକ- ହକି
ସଞ୍ଜୟ- ହକି
ଜରମନପ୍ରୀତ ସିଂ- ହକି
ସୁଖଜିତ ସିଂ- ହକି
ରାକେଶ କୁମାର- ପାରା-ତୀରନ୍ଦାଜ
ପ୍ରୀତି ପାଲ- ପାରା ଆଥଲେଟିକ୍ସ
ଜୀବନଜୀ ଦୀପ୍ତି- ପାରା ଆଥଲେଟିକ୍ସ
ଅଜିତ ସିଂ- ପାରା ଆଥଲେଟିକ୍ସ
ସଚିନ୍ ସରଜେରାଓ ଖିଲାରୀ- ପାରା ଆଥଲେଟିକ୍ସ
ଧରମବୀର- ପାରା ଆଥଲେଟିକ୍ସ
ପ୍ରଣବ ସୁରମା- ପାରା ଆଥଲେଟିକ୍ସ
ଏଚ ହୋକାତୋ ସେମା- ପାରା ଆଥଲେଟିକ୍ସ
ସିମରନ୍ ଜି- ପାରା ଆଥଲେଟିକ୍ସ
ନଭଦୀପ- ପାରା ଆଥଲେଟିକ୍ସ |
ନୀତେଶ କୁମାର- ପାରା-ବ୍ୟାଡମିଣ୍ଟନ୍
ଥୁଲାସିମଥୀ ମୁରୁଗେସନ୍- ପାରା-ବ୍ୟାଡମିଣ୍ଟନ୍
ନିତ୍ୟା ଶ୍ରୀ ସୁମତି ସିଭନ୍- ପାରା-ବ୍ୟାଡମିଣ୍ଟନ୍
ମନୀଷା ରାମଦାସ- ପାରା-ବ୍ୟାଡମିଣ୍ଟନ୍
କପିଲ ପରମାର- ପାରା-ଜୁଡୋ
ମୋନା ଅଗ୍ରୱାଲ- ପାରା- ଶୁଟିଂ
ରୁବିନା ଫ୍ରାନ୍ସିସ୍ – ପାରା- ଶୁଟିଂ
ସ୍ଵପ୍ନିଲ ସୁରେଶ କୁସଲେ- ଶୁଟିଂ
ସରବଜୋତ ସିଂ – ଶୁଟିଂ
ଅଭୟ ସିଂ – ସ୍କ୍ୱାସ୍
ସାଜନ ପ୍ରକାଶ- ସନ୍ତରଣ
ଅମାନ- ସନ୍ତରଣ

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ନିଶ୍ଚିତ ଥିଲା ଆର୍ଜେଣ୍ଟିନାର ବିଜୟ, ଶେଷ ଦୁଇ ମିନିଟରେ ଖେଳ ବଦଳାଇଲା ଭାରତୀୟ ହକି ଦଳ

ନୂଆଦିଲ୍ଲୀ: ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ୧-୧ ଗୋଲରେ ମ୍ୟାଚ ଶେଷ ହୋଇଛି। ବାସ୍ତବରେ ଭାରତୀୟ ଦଳ ଶେଷ ମୁହୂର୍ତ୍ତରେ ମ୍ୟାଚର ଗତି ବଦଳାଇ ଦେଇଥିଲା। ଟିମ୍ ଇଣ୍ଡିଆ ପ୍ରାୟ ୫୮ ମିନିଟ୍ ପର୍ଯ୍ୟନ୍ତ ୧-୦ ଗୋଲରେ ପଛରେ ଥିଲା। କିନ୍ତୁ ଏହା ପରେ ଶେଷ ମିନିଟରେ ଭାରତୀୟ ଖେଳାଳିମାନେ ଚମତ୍କାର ​​ପ୍ରଦର୍ଶନ କରିଥିଲେ। ଭାରତୀୟ ଦଳ ପାଇଁ ହରମାନପ୍ରୀତ ସିଂ ଶେଷ ମିନିଟରେ ଗୋଟିଏ ଗୋଲ ସ୍କୋର କରି ଟିମ୍ ଇଣ୍ଡିଆର ନିଶ୍ଚିତ ପରାଜୟକୁ ଏଡାଇ ଦେଇଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଗୋଟିଏ ଗୋଲ୍ ସ୍କୋର କରିଥିଲା। ଏହିପରି ଆର୍ଜେଣ୍ଟିନା ଦଳ ୧-୦ ରେ ଆଗୁଆ ରହିଥିଲା। ଏହା ପରେ ଭାରତୀୟ ଖେଳାଳିମାନେ ଗୋଲ ସ୍କୋର କରିବାକୁ ସଂଘର୍ଷ ଜାରି ରଖିଥିଲେ ମଧ୍ୟ ସଫଳତା ପାଇ ନଥିଲେ। ଏହି ସମୟରେ ଭାରତୀୟ ଖେଳାଳିମାନେ ଗୋଲ ସ୍କୋର କରିବାର ସୁଯୋଗ ପାଇଥିଲେ, ତଥାପି ସଫଳତା ହାସଲ କରିପାରିନଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଭାରତ ପାଇଥିବା ପେନାଲ୍ଟି କର୍ଣ୍ଣରରେ ଅଧିନାୟକ ହରମାନପ୍ରୀତ ସିଂ ଗୋଟିଏ ଗୋଲ ସ୍କୋର କରି ଦଳକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଥିଲେ। ବାସ୍ତବରେ ଯଦି ହରମାନପ୍ରୀତ ସିଂ ସେହି ଗୋଲଟି କରିବାରେ ବିଫଳ ହୋଇଥାନ୍ତେ, ତେବେ ଟିମ୍ ଇଣ୍ଡିଆକୁ ବୋଧହୁଏ ପରାଜୟର ସାମ୍ନା କରିବାକୁ ପଡିଥାନ୍ତା। କିନ୍ତୁ ଏହି ଗୋଲ ଭାରତର ପରାଜୟକୁ ଏଡ଼ାଇ ଦେଇଥିଲା।

ବର୍ତ୍ତମାନ ଭାରତୀୟ ଦଳ ଆୟର୍ଲାଣ୍ଡର ଆହ୍ଵାନର ସମ୍ମୁଖୀନ ହେବ। ମଙ୍ଗଳବାର ଦିନ ଭାରତ ଏବଂ ଆୟର୍ଲାଣ୍ଡ ମୁହାଁମୁହିଁ ହେବେ। ତଥାପି, ଯଦି ଆମେ ଭାରତ-ଆର୍ଜେଣ୍ଟିନା ମ୍ୟାଚ୍ ବିଷୟରେ ଆଲୋଚନା କରିବା, ତେବେ ଆର୍ଜେଣ୍ଟିନା ଖେଳାଳି ଲୁକାସ ମାର୍ଟିନେଜ ୨୨ ତମ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ। ଏହିପରି ଟିମ୍ ଇଣ୍ଡିଆ ୦-୧ ରେ ପଛରେ ଥିଲା। ତେବେ ଏହା ପରେ ଭାରତୀୟ ଦଳ ନିଶ୍ଚିତ ଭାବେ ଏକ ପେନାଲ୍ଟି କର୍ନର ପାଇଥିଲା, କିନ୍ତୁ ଗୋଟିଏ ଗୋଲ ଦେବାରେ ବିଫଳ ହୋଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଏହା ପୂର୍ବରୁ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଏଥି ସହିତ ବର୍ତ୍ତମାନ ଭାରତ-ଆର୍ଜେଣ୍ଟିନା ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ତେବେ ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ କିପରି ପ୍ରଦର୍ଶନ କରୁଛି ତାହା ଦେଖିବା ମଜାଦାର ହେବ।