ମୁମ୍ବାଇ : ହାଥରସ୍ ପ୍ରସଙ୍ଗକୁ ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ କଟାକ୍ଷ କରିଛନ୍ତି । ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, କିଛି ଦିନ ପୂର୍ବରୁ କଙ୍ଗନା ମୁମ୍ବାଇ ପୋଲିସ୍କୁ ଗଳି ଦେଉଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆପତ୍ତିଜନକ ଟିପ୍ପଣୀ କରୁଥିଲେ । କିନ୍ତୁ ହାଥରସ୍ ପ୍ରସଙ୍ଗକୁ ନେଇ ସେ ଏବେ ଚୁପ୍ ରହିଛନ୍ତି । ମହିଳାଙ୍କ ସୁରକ୍ଷାକୁ ନେଇ ମୁମ୍ବାଇ ପୋଲିସ୍ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ଅଭିନେତ୍ରୀ କଙ୍ଗନା ହାଥରସ୍ କାଣ୍ଡରେ ମୌନମୂର୍ତ୍ତି ଧାରଣ କରିଛନ୍ତି । ଏହି ପ୍ରସଙ୍ଗରେ କଙ୍ଗନାର କୌଣସି ଟୁଇଟ୍ ଦେଖିବାକୁ ମିଳୁନାହିଁ ବୋଲିକହିଛନ୍ତି ପ୍ରିୟଙ୍କା ।
दिन रात मुंबई पुलिस को कोसने के लिए जिनको Y+ security से नवाज़ा गया, जो ‘महिलाओं’ की ‘बुलंद आवाज़’ बनकर, मुख्यमंत्री और राज्य के बारे में आपत्तिजनक बयानबाज़ी कर रहीं थी, मीडिया की चहिति थी, उनके मुँह में दही जम गया है क्या? उनका कोई ट्वीट भी नहीं दिख रहा हाथरस के मुद्दे पर।
— Priyanka Chaturvedi (@priyankac19) October 3, 2020
ସୂଚନାଯୋଗ୍ୟ, ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଏବେ ବିବାଦ ଲାଗି ରହିଛି । ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ଉଭୟ ଶିବସେନା ଓ କଙ୍ଗନାଙ୍କ ମଧ୍ୟରେ ବୟାନବାଜି ଜାରି ରହୁଛି । ବିଏମ୍ସି କଙ୍ଗନା ରଣାଓ୍ବତ୍ଙ୍କ ଅବୈଧ ନିର୍ମାଣ ଅଫିସ୍କୁ ଭାଙ୍ଗି ଦେଇଥିବାବେଳେ ଏହାକୁ ନେଇ ମହିଳା ସୁରକ୍ଷା ପ୍ରସଙ୍ଗରେ ମହାରାଷ୍ଟ୍ର ସରକାରକୁ ଘେରିଥିଲେ କଙ୍ଗନା ରଣାଓ୍ବତ୍ ।