Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏଚଡିଏଫସି ଲାଇଫ ଇନସୁରାନ୍ସର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଲେ ଦୀପକ ପାରେଖ

ନୂଆଦିଲ୍ଲୀ: ବରିଷ୍ଠ ବ୍ୟାଙ୍କର ଦୀପକ ପାରେଖ HDFC ଲାଇଫ ଇନସୁରାନ୍ସର ଚେୟାରମ୍ୟାନ୍ ଦରୁ ଇସ୍ତଫା ଦେଇଛନ୍ତି। ଆଜି ଏପ୍ରିଲ ୧୮ ତାରିଖରେ ଏକ ଏକ୍ସଚେଞ୍ଜ ଫାଇଲରେ କମ୍ପାନୀ ଏହି ସୂଚନା ଦେଇଛି। କମ୍ପାନୀ କହିଛି ଯେ, ଦୀପକ ଏସ ପାରେଖ ଆଜି HDFC ଲାଇଫ ଇନସୁରାନ୍ସର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ପଦ୍ମ ଭୂଷଣ ହାସଲ କରିଛନ୍ତି ଦୀପକ ପାରେଖ:

ଶିଳ୍ପ ଏବଂ ବାଣିଜ୍ୟ କ୍ଷେତ୍ରରେ ୨୦୦୬ ମସିହାରେ ଭାରତ ସରକାରଙ୍କ ଦ୍ଵାରା ଦୀପକ ପାରେଖଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ନିକଟରେ, HDFC ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟାଙ୍କିଙ୍ଗ କ୍ଷେତ୍ରର ବରିଷ୍ଠ ଦୀପକ ପାରେଖଙ୍କ ସମର୍ଥିତ ଏକ କମ୍ପାନୀ ନେଫ୍ରୋ କେୟାର ଇଣ୍ଡିଆ ଲିମିଟେଡ ମଧ୍ୟ ଆଇପିଓ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କମ୍ପାନୀ ଆଇପିଓ ସହ ଜଡିତ ଡକ୍ୟୁମେଣ୍ଟଗୁଡ଼ିକୁ NSE ଇମର୍ଜରେ ଦାଖଲ କରିଛି।