Categories
ଆଜିର ଖବର

ଗର୍ଭବତୀ ମହିଳାଙ୍କଠାରୁ ସଂକ୍ରମିତ ହେଲେ 32 ଜଣ ସ୍ବାସ୍ଥ୍ୟ କର୍ମୀ,ଦିଲ୍ଲୀର କେଉଁ ହସ୍ପିଟାଲରେ କେତେ ଜଣ ସ୍ବାସ୍ଥ୍ୟକର୍ମୀ ହୋଇଛନ୍ତି ସଂକ୍ରମିତ

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ସ୍ଥିତି ଅମ୍ବେଦକର ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏଥିରେ ଡାକ୍ତର ଓ ନର୍ସ ମଧ୍ୟ ସାମିଲ୍‌ ରହିଛନ୍ତି। କିଛି ଦିନ ପୂର୍ବରୁ ଏହି ହସ୍ପିଟାଲକୁ ଜଣେ କରୋନା ସଂକ୍ରମିତ ଗର୍ଭବତୀ ମହିଳା ଆସିଥିଲେ। ସେ ତାଙ୍କ ରୋଗ ସମ୍ପର୍କରେ ଲୁଚାଇଥିଲେ। ପରେ ଏହି ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ଆସି ହସ୍ପିଟାଲର 32 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି।

ଦିଲ୍ଲୀର ବହୁ ହସ୍ପିଟାଲରେ ସ୍ବାସ୍ଥ୍ୟ କର୍ମୀମାନେ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି। ତେବେ ଆସନ୍ତୁ ନଜର ପକାଇବା କେଉଁ ହସ୍ପିଟାଲରେ କେତେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ।

  • ଏମସ୍‌ରେ ଦୁଇଟି ନର୍ସ ଓ ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି।
  • ସଫଦରଗଞ୍ଜ ହସ୍ପିଟାଲରେ 7 ଜଣ ଡାକ୍ତର ଓ 2 ନର୍ସଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି।
  • ବାବୁ ଜଗଜୀବନ ରାମ ହସ୍ପିଟାଲରେ 65 ଜଣ ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି ।
  • ରାଜୀବ ଗାନ୍ଧି କ୍ୟାନସର ହସ୍ପିଟାଲର ତିନି ଜଣ ଡାକ୍ତରଙ୍କ ସମେତ 21 ଜଣ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ମିଳିଛି ।
  • ଲେଡି ହାର୍ଡିଙ୍ଗ୍ ହସ୍ପିଟାଲର 2 ଡାକ୍ତରଙ୍କ ସମେତ 6 ଜଣ ନର୍ସଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
  • କଲାବତୀ ଶରଣ ହସ୍ପିଟାଲରେ ଦୁଇ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି ।
  • ସେହିପରି ମହୋଲ୍ଲା କ୍ଲିନିକ୍‌ ବାବରପୁର ଓ ମୌଜପୁର ଜଣେ ଜଣେ ଡାକ୍ତର କରୋନା ସଂକ୍ରମଣର ଶିକାର ହୋଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2918ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 54ରେ ପହଞ୍ଚିଛି ।