Categories
ବିଶେଷ ଖବର

ବଜେଟ୍‌ 2020 : ସ୍ବାସ୍ଥ୍ୟ ପାଇଁ 69 ହଜାର କୋଟି ଓ ସ୍ବଚ୍ଛ ଭାରତ ପାଇଁ 12ହଜାର 300 କୋଟି ଟଙ୍କାର ବ୍ୟୟବରାଦ

ନୂଆଦିଲ୍ଲୀ : ଚଳିତ ସାଧାରଣ ବଜେଟ୍‌ରେ ମୋଦି ସରକାର ସ୍ବଚ୍ଛତା ଓ ସ୍ବାସ୍ଥ୍ୟକୁ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ 69 ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିବାବେଳେ ସ୍ବଚ୍ଛତା ପାଇଁ 12ହଜାର 300 କୋଟି ଟଙ୍କର ବ୍ୟୟ ବରାଦ ରହିଛି । ଯକ୍ଷ୍ମାମୁକ୍ତ ଭାରତ କରିବା ପାଇଁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ।

  • ପିପିପି ମଡେଲ୍‌ରେ ନୂତନ ହସ୍ପିଟାଲର ନିର୍ମାଣ ହେବ, ଦେଶରେ ଟିବି ହାରିବ, ଦେଶ ଜିତିବ ସ୍ଲୋଗାନକୁ ସଫଳ କରାଯିବ ।
  • 2025 ସୁଦ୍ଧା ଭରତକୁ ଟିବି ମୁକ୍ତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।
  • ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ 6400 କୋଟି ଟଙ୍କାର ପ୍ରସ୍ତାବ
  • ପିଏମ୍‌ ଜନଆରୋଗ୍ୟ ଯୋଜନା ଆଧାରରେ 20 ହଜାରରୁ ଅଧିକ ମେଡ଼ିକାଲ ଅନ୍ତର୍ଭୁକ୍ତ ହେବ ।
  • ଏହି ଯୋଜନାରେ ଆର୍ଟିଫିଶିଆଲ୍‌ ଇଣ୍ଟେଲିଜିୟନ୍ସର ବ୍ୟବହାର କରାଯିବ ।
  • ଇନ୍ଦ୍ରଧନୁ ଯୋଜନାକୁ ବିସ୍ତାରୀକରଣ କରାଯିବ । ଏଥିରେ ନୂତନ ଟୀକାକୁ ସାମିଲ୍‌ କରାଯିବ ।
  • ଦ୍ବିତୀୟ, ତୃତୀୟ ଶ୍ରେଣୀ ସହରରେ ଅଧିକ ହସ୍ପିଟାଲ ଖୋଲିବ ।
  • ଯେଉଁ ଅଞ୍ଚଳରେ ମେଡ଼ିକାଲ ନାହିଁ, ସେଠାରେ ପିପିପି ମଡେଲ୍‌ରେ ହସ୍ପିଟାଲ୍‌ ନିର୍ମାଣ କରାଯିବ ।
  • ଏହି ଆଧାରରେ 112ଟି ଜିଲ୍ଲାକୁ ଚିହ୍ନିତ କରାଯାଇ ପ୍ରାଥମିକତା ଦିଆଯିବ ।
  • ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରର ବିସ୍ତାରୀକରଣ କରାଯିବ ।
  • ମେଡିକାଲ ଡିଭାଇସକୁ ଯେଉଁ ଟିକସ ଆଦୟ ହେଉଛି, ତାକୁ ମେଡିକାଲ ସୁବିଧାକୁ ବୃଦ୍ଧି କରିବାରେ ଖର୍ଚ୍ଚ କରାଯିବ ।
  • ଜନ ଜୀବନ ମିଶନ ପାଇଁ 60 ଲକ୍ଷ କୋଟି ଟଙ୍କା ଅନୁମୋଦନ ।
  • ସ୍ବଚ୍ଛ ଭାରତ ପାଇଁ 12 ହଜାର 300 କୋଟି ଟଙ୍କାର ବ୍ୟୟ ବରାଦ