Categories
ଜାତୀୟ ଖବର ବିଶେଷ ଖବର

ତାତିରେ ଛଟପଟ ହେଲା ସାରା ଓଡିଶା, ଟିଟିଲାଗଡରେ ସର୍ବାଧିକ 41 ଡିଗ୍ରୀ, 10ଟି ସହରର ତାପମାତ୍ରା 40 ଉପରେ

ଭୁବନେଶ୍ବର, ଆଜି ରାଜ୍ୟରେ ସର୍ବାଧିକ ଗରମ ଅନୁଭୂତ ହୋଇଛି। ଆଜିର ତାପମାତ୍ରା ହେଉଛି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା। ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ଟିଟିଲାଗଡ। ଆଜି ଟିଟିଲାଗଡର ତାପମାତ୍ରା ରହିଛି 41 ଡିଗ୍ରୀ ସେଲିସିୟସ। ସେହିପରି ଭୁବନେଶ୍ବରର ତାପମାତ୍ରା ଆଜି ସର୍ବାଧିକ 40.2 ଡିଗ୍ରୀ ରହିଛି। ଆଜି ରାଜ୍ୟର 10ଟି ସହରର ତାପମାତ୍ରା 40 ଡିଗ୍ରୀ ଛୁଇଁଛି। ସେଗୁଡିକ ହେଲା

ଚନ୍ଦବାଲି- 40.8

କଟକ- 40.8

ଭୁବନେଶ୍ବର- 40.2

ତାଳଚେର- 40.1

ଭବାନୀପାଟଣା- 40.5

ବଲାଙ୍ଗିର- 40.5

ଟିଟିଲାଗଡ- 41.0

ମାଲକାନଗିରି- 40.0

ସୋନପୁର- 40.2

ବଉଦ- 40.5