Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ବଳଙ୍କୁ ସଫଳତା :ବିଛିନ୍ନତାବାଦୀ ନେତାଙ୍କ ପୁଅ ତଥା ହିଜବୁଲ୍‌ କମାଣ୍ଡର ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଅଧିକାରୀଙ୍କୁ ମିଳିଛି ବଡ ସଫଳତା । ହିଜବୁଲ୍‌ କମାଣ୍ଡରଙ୍କ ସମେତ ଦୁଇ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଶ୍ରୀନଗରର ନଓ୍ବାକଡାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏହି ଏନ୍‌କାଉଣ୍ଟରେ ନିହତ ଦୁଇ ଆତଙ୍କୀଙ୍କ ମଧ୍ୟରୁ ଜଣକୁ ଜୁନୈଦ୍‌ ଶେହାରୀ ବୋଲି ଚିହ୍ନଟ କରାଯାଇଛି । ଜୁନୈଦ୍‌ ବିଛିନ୍ନତାବାଦୀ ନେତା ତଥା ତେହରିକ୍‌ ଏ ହୁରିୟାତ୍‌ର ମୁଖ୍ୟ ଅଶ୍ରଫ୍‌ ଶେହାରୀର ପୁଅ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ପୋଲିସ୍‌ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି । ପୂର୍ବରୁ ଜୁନୈଦ ନାମରେ ଏକାଧିକ ମାମଲା ରହିଥିବା ନେଇ ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରୁ ହିଜବୁଲ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ଶନିବାର ସକାଳୁ ଦୁଇ ଲସ୍କର ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଅପରାହ୍ନରେ ଜଣେ ହିଜବୁଲ୍‌ ଆତଙ୍କବାଦୀକୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀର ନାମ ଜୁନୈଦ୍‌ ଫାରୁଖ୍‌ ପଣ୍ଡିତ ଏବଂ 2019ରୁ ସେ ସୁରକ୍ଷାବଳଙ୍କ ହିଟ୍‌ଲିଷ୍ଟରେ ରହିଥିବା ଜଣାପଡିଛି । ବାରାମୂଲ୍ଲାର ଟାପ୍ପର ପଟ୍ଟାନରୁ ଜୁନୈଦଙ୍କୁ ଗିରଫ କରାଯାଇଛି । ଆତଙ୍କୀଙ୍କ ନିକଟରୁ ଗୋଟିଏ ଚାଇନିଜ୍‌ ପିସ୍ତଲ, 13 ରାଉଣ୍ଡ ଜୀବନ୍ତ ଗୁଳି ଏବଂ ଦୁଇଟି ମାଗଜିନ୍‌ ଜବତ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରୁ ତିନି ହିଜବୁଲ ଆତଙ୍କୀ ଗିରଫ

ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ତିନି ହିଜବୁଲ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଜମ୍ମୁ କାଶ୍ମୀର ପୋଲିସକୁ ଏହି ସଫଳତା ମିଳିଛି । ତିନି ଆତଙ୍କୀଙ୍କୁ ଗିରଫ କରିବା ସହିତ ଜମ୍ମୁ କାଶ୍ମୀର ପୋଲିସ ଅନେକ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ତିନି ଗିରଫ ଆତଙ୍କବାଦୀ ହେଉଛନ୍ତି ଆଦିଲ ଅହମ୍ମଦ ଦର୍‌, ଆକିବ୍‌ ଫୟାଜ୍‌ ମକ୍ରୁ ଏବଂ ଏଜାଜ୍‌ ଅହମଦ୍‌ । ତିନି ଆତଙ୍କୀ ହିଜବୁଲ୍‌ ମୁଜାହିଦ୍ଦିନିର ସଦସ୍ୟ ବୋଲି ଜଣାପଡିଛି । ଏହି ତିନି ଆତଙ୍କୀ ଅନ୍ୟ ଆତଙ୍କୀଙ୍କୁ ଯାତ୍ରା କରିବା ଏବଂ ଯୁବକଙ୍କୁ ଆତଙ୍କୀ ସଙ୍ଗଠନରେ ଯୋଗ ଦେବାପାଇଁ ପ୍ରବର୍ତ୍ତାଉଥିଲେ । (ଏଜେନ୍ସି)

Categories
ଆଜିର ଖବର

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର : ହିଜ୍‌ବୁଲ ଆତଙ୍କୀ ନିହତ

ଜମ୍ମୁ,26/11 : ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ହିଜବୁଲ ମୁଜାହିଦୀନର ଜଣେ ଆତଙ୍କବାଦୀ ନିହତ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି । ଆତଙ୍କବାଦୀମାନେ ଆର୍ମି ପେଟ୍ରୋଲିଂ ଗାଡ଼ି ଉପରକୁ ଆକ୍ରମଣ କରିବା ପରେ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ନିହତ ହୋଇଥିବା ଆତଙ୍କବାଦୀ ଈରଫାନ ଅହମଦ ରଥହର ବୋଲି ଜଣାପଡ଼ିଛି । ଆହୁରି 2-3 ଆତଙ୍କୀ ଲୁଚି ରହିଥିବାରୁ ସେନା ପକ୍ଷରୁ ସମ୍ପୃକ୍ତ ସ୍ଥାନରେ ଅନୁସନ୍ଧାନ ଜାରି ରହିଛି । (ଏଜେନ୍ସୀ)