Categories
ଆଜିର ଖବର ସିନେମା

ଅଭିନେତା ହିମାଂଶୁ କୋହଲିଙ୍କ ପରିବାର ସମସ୍ତ ସଦସ୍ୟଙ୍କୁ କରୋନା, ସେ କେବଳ ସୁସ୍ଥ ଅଛନ୍ତି

ନୂଆଦିଲ୍ଲୀ : ଅଭିନେତା ହିମାଂଶ କୋହଲି କହିଛନ୍ତି ଯେ ତାଙ୍କ ଘରେ ସେ ହେଉଛନ୍ତି ଏକମାତ୍ର ସୁସ୍ଥ ବ୍ୟକ୍ତି । କାରଣ ତାଙ୍କ ପିତାମାତା ଏବଂ ଭଉଣୀଙ୍କର କୋଭିଡ -19 ପଜିଟିଭ୍ ଆସିଛି।  “ମୁଁ ଘରର ଏକମାତ୍ର ସୁସ୍ଥ ବ୍ୟକ୍ତି ଭାବେ ମୋର ଦୁଇଟି ମୁଖ୍ୟ ଦାୟିତ୍ବ ଅଛି, ଗୋଟିଏ ହେଉଛି ମୋର ପରିବାରର ଯତ୍ନ ନେବା ଏବଂ ଦ୍ୱିତୀୟଟି କୋଭିଡ ସଂକ୍ରମିତ କ୍ଲବରେ ଯୋଗ ନ ଦେବା। ଏହାକୁ ପରିଚାଳନା କରିବା ନିଶ୍ଚିତ ସହଜ ନୁହେଁ, କିନ୍ତୁ ଏହା ହେଉଛି ଏକ ସମୟର କଥା। ଏହି ସମୟରେ ମୋ ପରିବାର ମୋତେ ଅଧିକ ଆବଶ୍ୟକ କରନ୍ତି, ହେଲେ ଖୁସିର କଥା ମୁଁ ତାଙ୍କ ପାଖରେ ଅଛି।’ ଟୁଇଟ କରି ହିମାଂଶୁ କହିଛନ୍ତି।