Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଗିରଫ ଦୁଇ ଉଚ୍ଚାୟୁକ୍ତ : ତୁରନ୍ତ ଛାଡିବା ପାଇଁ ଭାରତ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ/ଇସଲାମାବାଦ : ପାକିସ୍ତାନରୁ ନିଖୋଜ ହୋଇଥିବା ଦୁଇ ଜଣ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏକ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଉଭୟ ଅଧିକାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏହି ଘଟଣା ପରେ ଉଭୟ ଅଧିକାରୀଙ୍କୁ ମୁକ୍ତ କରିବା ପାଇଁ ଭାରତ ପକ୍ଷରୁ ଦାବି କରାଯାଇଛି । ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଏ ନେଇ ଚେତାବନୀ ଦିଆଯାଇଛି । ଉଭୟ ଅଧିକାରୀଙ୍କୁ ପଚରା ଉଚୁରା ନକରି ସୁରକ୍ଷିତ ଭାବରେ ଛାଡିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସକାଳ 8.30ରେ ଉଭୟ ଅଧିକାରୀ ଘରୁ ବାହାରିବା ପରେ ନିଖୋଜ ହୋଇଯାଇଥିଲେ । (ଏଜେନ୍ସି)