ନୂଆଦିଲ୍ଲୀ,6/12: ଚୀନ୍ର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 7 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 13 ଜଣ ଆହତ ହୋଇଛନ୍ତି । ଚୀନ୍ର ହୁନାନ୍ ପ୍ରଦେଶରେ ଗୁରୁବାର ଏହି ବିସ୍ଫୋରଣ ଘଟିଥିଲା । ଅନୈତିକ ଭାବରେ ଏହି ବାଣ କାରଖାନାରୁ ବାଣ ଉତ୍ପାଦନ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଜାନୁୟାରୀ 25ରେ ଚୀନ୍ ନୂତନ ବର୍ଷ ପାଳନ ପୂର୍ବରୁ ପ୍ରବଳ ବାଣ ତିଆରି ହେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହିତ ବାଣ କାରଖାନାକୁ ସିଲ୍ କରିଦିଆଯାଇଛି । ଏହା ସହିତ ବିସ୍ଫୋରଣର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସୀ)
