Categories
ଆଜିର ଖବର

ଇରାକ୍‌ରେ ୧୨ ଆାଇଏସ୍‌ ଆତଙ୍କୀ ନିହତ

ଇସ୍‌ଲାମିକ୍‌ ଷ୍ଟେଟ୍‌ର ୧୨ ଜଣ ଆତଙ୍କୀଙ୍କୁ ନିପାତ କରିଛି ଇରାକୀ ସେନା। ଇରାକ୍‌ର ହିମ୍‌ରିନ୍‌ ପାର୍ବତ୍ୟାଞ୍ଚଳରେ ଇରାକୀ ସେନା ଦ୍ବାରା ଏହି ଅପରେସନ୍‌ ଆରମ୍ଭ କରାଯାଇଥିଲା। ଇରାକର ସଲାହୁଦ୍ଦିନ୍‌ ଏବଂ ଦିୟାଲା ଅଞ୍ଚଳରେ କିଛି ଗ୍ରାମକୁ ମଧ୍ୟ ଏହି ଆକ୍ରମଣ ପାଇଁ ଖାଲି କରାଯାଇଥିଲା। ଗୁରୁବାର ରାତିରେ ଇରାକୀ ସେନାର କାଉଣ୍ଟର ଟେରରିଜିମଖ ସର୍ଭିସ୍‌ (ସିଟିଏସ୍‌) ପକ୍ଷରୁ ଏହି ଅପରେସନ୍‌ ଆରମ୍ଭ କରାଯାଇଥିଲା। ବିମାନ ଆକ୍ରମଣ ପାଇଁ ୪ଟି ଗ୍ରାମକୁ ଖାଲି କରାଯାଇଥିଲା। ବିଳମ୍ବିତ ରାତ୍ରରେ ଆକ୍ରମଣ କରାଯାଇ ୧୨ ଆଇଏସ୍‌ ଆତଙ୍କୀଙ୍କୁ ନିପାତ କରାଯିବା ସହିତ ଆଇଏସ୍‌ର ମୁଖ୍ୟାଳୟକୁ ନଷ୍ଟ କରାଯାଇଥିଲା। ଏହା ସହିତ ଆଇଏସ୍‌ର ଅନ୍ୟ ୧୧ଟି ବଙ୍କରକୁ ମଧ୍ୟ ନଷ୍ଟ କରିବାରେ ସକ୍ଷମ ହୋଇଛି। ଏହି ଆକ୍ରମଣରେ ସେନା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହିତ ଅର୍ଥରାଶି ଜବତ କରିବାରେ ସକ୍ଷମ ହୋଇଛି।