Categories
ଆଜିର ଖବର ଖେଳ ମନୋରଂଜନ

ସିକ୍ୟୁରିଟି ଗାର୍ଡଙ୍କ ସହିତ ଜେମିମାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି20 ମହିଳା ବିଶ୍ବକପ୍‌ରେ ଭାରତୀୟ କ୍ରିକେଟର ଜେମିମା ରଡ୍ରିଗ୍‌ଜଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହୋଇଛି । ଗୁରୁବାର ଭାରତ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଇସିସି ପକ୍ଷରୁ ଜେମିମାଙ୍କ ଡ୍ୟାନ୍ସ ଭିଡିଓ ଟ୍ବିଟ୍‌ କରାଯାଇଛି । ଗୁରୁବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଏହି ମ୍ୟାଚ୍‌ପରେ ପ୍ୟାଭିଲିୟନ୍‌କୁ ଫେରୁଥିବା ସମୟରେ ଡ୍ୟୁଟିରେ ନଥିବା ଜନୈକା ସିକ୍ୟୁରିଟି ଗାର୍ଡଙ୍କ ସହିତ ଜେମିମା ଡ୍ୟାନ୍ସ କରିଥିଲେ । ଲଭ୍‌ ଆଜକଲ୍‌ର ଟ୍ବିଷ୍ଟ ଗୀତରେ ଉଭୟ ନୃତ୍ୟ କରିଥିଲେ । ଏହି ଭିଡିଓକୁ 3 ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ 25 ହଜାରରୁ ଅଧିକ ଲାଇକ୍‌ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

ବାଂଲାଦେଶ ବିପକ୍ଷରେ ବ୍ୟାଟିଂ କରିବ ଭାରତ : ରିଚା ଘୋଷଙ୍କ ବିଶ୍ବକପ୍‌ ପଦାର୍ପଣ

ପର୍ଥ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି 20 ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟର ଷଷ୍ଠ ମ୍ୟାଚ୍‌ରେ ଭାରତ ଏବଂ ବାଂଲାଦେଶ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ଅଧିନାୟିକା ସଲ୍‌ମା ଖାତୁନ୍‌ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ପର୍ଥର ଓ୍ବାକାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ପେସ୍‌ ବୋଲରଙ୍କୁ ସହାୟତା ମିଳିବ । ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ସ୍ମୃତି ମାନ୍ଧନାଙ୍କ ସ୍ଥାନରେ ରିଚା ଘୋଷ ନିଜର ବିଶ୍ବକପ୍‌ ପଦାର୍ପଣ କରିଛନ୍ତି । ଜ୍ବର କାରଣରୁ ମାନ୍ଧନା ବାଦ ପଡିଥିବା ବେଳେ ରିଚାଙ୍କୁ ଦଳରେ ସ୍ଥାନ ମିଳିଛି । (ଏଜେନ୍ସି)

Categories
ଆଜିର ଖବର ଖେଳ

ମହିଳା ଟି20 ବିଶ୍ବକପ୍‌ : ଉଦ୍‌ଘାଟନୀ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଭାରତ

ସିଡ୍‌ନୀ : ଚଳିତ ବର୍ଷର ମହିଳା ଟି 20 ବିଶ୍ବକପ୍‌ ଆଜିଠାରୁ ଆରମ୍ଭ ହୋଇଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ପରସ୍ପରର ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ଘରୋଇ ଅଷ୍ଟ୍ରେଲିଆ ଏବଂ ଭାରତ । ସିଡ୍‌ନୀରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚ୍‌ରେ ଭାରତ ପ୍ରଥମମେ ବ୍ୟାଟିଂ କରିବ । ଅଷ୍ଟ୍ରେଲିୟ ଅଧିନାୟିକା ମେଗ୍‌ ଲାନିଂ ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଶେଫାଳି ବର୍ମା ନିଜର ବିଶ୍ବକପ୍‌ ପଦାର୍ପଣ କରିଛନ୍ତି ।

ଭାରତୀୟ ଦଳ : ହରମନ୍‌ପ୍ରୀତ୍‌ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍‌ସ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ତାନିଆ ଭାଟିଆ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ, ଏବଂ ଅରୁନ୍ଧତୀ ରେଡ୍ଡୀ ।