ସିକ୍ୟୁରିଟି ଗାର୍ଡଙ୍କ ସହିତ ଜେମିମାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍‌

Published: Feb 27, 2020, 6:18 pm IST

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି20 ମହିଳା ବିଶ୍ବକପ୍‌ରେ ଭାରତୀୟ କ୍ରିକେଟର ଜେମିମା ରଡ୍ରିଗ୍‌ଜଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହୋଇଛି । ଗୁରୁବାର ଭାରତ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଇସିସି ପକ୍ଷରୁ ଜେମିମାଙ୍କ ଡ୍ୟାନ୍ସ ଭିଡିଓ ଟ୍ବିଟ୍‌ କରାଯାଇଛି । ଗୁରୁବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଏହି ମ୍ୟାଚ୍‌ପରେ ପ୍ୟାଭିଲିୟନ୍‌କୁ ଫେରୁଥିବା ସମୟରେ ଡ୍ୟୁଟିରେ ନଥିବା ଜନୈକା ସିକ୍ୟୁରିଟି ଗାର୍ଡଙ୍କ ସହିତ ଜେମିମା ଡ୍ୟାନ୍ସ କରିଥିଲେ । ଲଭ୍‌ ଆଜକଲ୍‌ର ଟ୍ବିଷ୍ଟ ଗୀତରେ ଉଭୟ ନୃତ୍ୟ କରିଥିଲେ । ଏହି ଭିଡିଓକୁ 3 ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ 25 ହଜାରରୁ ଅଧିକ ଲାଇକ୍‌ କରିଛନ୍ତି । (ଏଜେନ୍ସି)

Related posts