Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୩ ସୁଦ୍ଧା ବିଶ୍ବ ମୋବାଇଲ ବଜାରକୁ ୫୦ ପ୍ରତିଶତ ଅଧିକାର କରିବ ୫ଜି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ, ବଜାରରେ ମାନ୍ଦା ଅବସ୍ଥା ସତ୍ବେ ୨୦୨୨ ମସିହାରେ ସାରା ବିଶ୍ବ ବଜାରରେ ୫ଜି ସ୍ମାର୍ଟ ଫୋନ ଏକ ଆନ୍ଦୋଳନ ସୃଷ୍ଟି କରିବାକୁ ଯାଉଛି। ଏହି ତଥ୍ୟ ଦେଇଛି IDC ସଂସ୍ଥା। ରିପୋର୍ଟ ଅନୁଯାୟୀ ୨୦୨୩ ସୁଦ୍ଧା ୫ଜି ସ୍ମାର୍ଟଫୋନ୍ ବିଶ୍ବ ମୋବାଇଲ ବଜାରକୁ ପ୍ରାୟ ୫୦ ପ୍ରତିଶତ ଅକ୍ତିୟାର କରିବ। କୋଭିଡ୧୯ ମହାମାରୀ ଏବଂ ଗ୍ରାହକଙ୍କ ଚାହିଦା ଅଭାବ ସତ୍ବେ ସମସ୍ତଙ୍କ ପାଇଁ ୫ଜି ସ୍ମାର୍ଟ ଫୋନ ଏକ ପ୍ରାଥମିକତା ହୋଇଯିବ।

ଆଇଡିସିର ‘ବିଶ୍ୱବ୍ୟାପୀ ମୋବାଇଲ୍ ଡିଭାଇସ୍ ଟ୍ରାକର୍ସ’ ସହିତ ପ୍ରୋଗ୍ରାମ ଉପସଭାପତି ରିଆନ୍ ରିଥ୍ କହିଛନ୍ତି, “ଅନେକ ଟପ୍ ବିକ୍ରେତାମାନେ ସେମାନଙ୍କର ୨୦୨୦ ଉତ୍ପାଦନ ଯୋଜନାକୁ ବଜାର ହ୍ରାସ ସହିତ ସମାନ କରିବା ପାଇଁ ହ୍ରାସ କରିଛନ୍ତି। ଏଥିସହିତ ସେ କହିଛନ୍ତି ଯ, ୫ଜି ଆସିବା ପରେ ଅନ୍ୟ ମୋବାଇଲର ଚାହିଦା ହ୍ରାସ ଘଟିବ। ଏପରିକି ପ୍ରତି ବର୍ଷ ଏହି ମୋବାଇଲ ଡିଭାଇସ ୯.୫ ପ୍ରତିଶତ ହ୍ରାସ ଘଟିବ।