ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ମା’ଙ୍କୁ ଦୋଷୀଙ୍କୁ କ୍ଷମା ଦେବାକୁ ଅପିଲ୍ କରିଥିବାବେଳେ ଏହାକୁ ନେଇ ଇନ୍ଦିରାଙ୍କ ଉପରେ ବର୍ଷିଛନ୍ତି ନିର୍ଭୟାଙ୍କ ମା’ ଆଶାଦେବୀ। ଆଶାଦେବୀ କହିଛନ୍ତି ଯେ, ଇନ୍ଦିରା ଏଭଳି ପରାମର୍ଶ ଦେବାକୁ କିଏ ? ସାରାଦେଶ ଦୋଷୀଙ୍କ ଫାଶୀଙ୍କ ପକ୍ଷରେ ରହିଛି। ଏଭଳି କିଛି ଲୋକଙ୍କ ପାଇଁ ପୀଡ଼ିତାକୁ ନ୍ୟାୟ ମିଳିପାରୁନି ବୋଲି କହିଛନ୍ତି ଆଶାଦେବୀ । ଅତୀତରେ ଇନ୍ଦିରାଙ୍କୁ ବହୁବାର ଭେଟିଛନ୍ତି ବୋଲି କହିଛନ୍ତି ଆଶାଦେବୀ। କିନ୍ତୁ କେବେ କେମିତି ଅଛନ୍ତି ବୋଲି ପଚାରିନାହାନ୍ତି ଇନ୍ଦିରା । ସୂଚନାଯୋଗ୍ୟ, ଶୁକ୍ରବାର ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପରି ନିର୍ଭୟା ମା’ ଦୋଷୀଙ୍କ କ୍ଷମା ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ । ପଟିଆଲା ହାଉସ୍ କୋର୍ଟ ଚାରି ଦୋଷୀଙ୍କୁ ପାଇଁ ନୂଆ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ଜାନୁଆରୀ 22 ତାରିଖ ସକାଳ 7ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ଦିଆଯିବା ନେଇ ଆଦେଶ ରହିଥିଲା । (ଏଜେନ୍ସି)
Tag: indirajayasingh
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଦୋଷୀଙ୍କୁ ଫାଶୀକୁ ନେଇ ସାରା ଦେଶ ବାସୀ ଅପେକ୍ଷା କରିଥିବାବେଳେ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଏହାକୁ ନେଇ ଏକ ବୟାନ ଦେଇଛନ୍ତି। ସେ ନିର୍ଭୟା ମାତାଙ୍କୁ ଦୋଷୀଙ୍କୁ ଫାଶୀ ନ ଦେଇ କ୍ଷମା କରିବା ପାଇଁ ଅପିଲ୍ କରିଛନ୍ତି। ଇନ୍ଦିରା ଜୟସିଂହ କହିଛନ୍ତି ଯେ, ସୋନିଆ ଗାନ୍ଧି ଯେପରି ଭାବରେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ନଳିନୀଙ୍କୁ କ୍ଷମା ଦେଇଛନ୍ତି, ସେହିପରି ନିର୍ଭୟା ମା’ଙ୍କୁ ସୋନିଆ ଗାନ୍ଧିଙ୍କୁ ଅନୁସରଣ କରିବା ଦରକାର। ଇନ୍ଦିର ଟୁଇଟ୍ କରି କହିଛନ୍ତି ଯେ, – ମୁଁ ନିର୍ଭୟାଙ୍କ ମାତା ଆଶା ଦେବୀଙ୍କ କଷ୍ଟକୁ ବୁଝିପାରୁଛି । ସେ ଆଶାଦେବୀଙ୍କ ସହ ରହିଛନ୍ତି, କିନ୍ତୁ ମୃତ୍ୟୁଦଣ୍ଡ ସପକ୍ଷରେ ନୁହଁନ୍ତି ।
ପଟିଆଲା ହାଉସ୍ କୋର୍ଟ ନିର୍ଭୟା ଦୋଷୀଙ୍କ ପାଇଁ ନୂତନ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି। ଏବେ ନିର୍ଭୟାର ଚାରି ଦୋଷୀ ପବନ ଗୁପ୍ତା, ବିନୟ ଶର୍ମା, ମୁକେଶ ଓ ଅକ୍ଷୟ ସିଂଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦିଆଟିବ। ପୂର୍ବରୁ ଜାନୁଆରୀ 7 ତାରିଖରେ ଦିଲ୍ଲୀର ପଟିଆଲା ହାଉସ୍ ଏହି ଚାରି ଦୋଷୀଙ୍କୁ ଜାନୁଆରୀ 22 ତାରିଖରେ ଫାଶୀ ଦିଆଯିବା ନେଇ ଆଦେଶ ଦେଇଥିଲେ। ଅପରପକ୍ଷରେ ଦୋଷୀଙ୍କ ଫାଶୀ ଦଣ୍ଡାଦେଶର ତାରିଖ ଘୁଞ୍ଚାଇବା ନେଇ ନିର୍ଭୟାଙ୍କ ମାତା ଆଶାଦେବୀ ନାରାଜ ରହିବା ସହିତ ଏହାକୁ ନେଇ ରାଜନୀତି କରାଯାଉଛି ବୋଲି ଆରୋପ ଲଗାଇଛନ୍ତି । (ଏଜେନ୍ସି)