Categories
ଅପରାଧ ଆଜିର ଖବର ଜାତୀୟ ଖବର

ସଙ୍କଟରେ ବେଟୀ ବଚାଓ : କାକ୍‌ଟସ୍‌ କ୍ଷୀର ଦେଇ ଏକ ମାସର ଶିଶୁକନ୍ୟାକୁ ହତ୍ୟା

ମଦୁରାଇ : ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଦ୍ବାରା ସରକାରଙ୍କ ପକ୍ଷରୁ ଲିଙ୍ଗଗତ ବୈଷମ୍ୟ ଦୂର କରିବାକୁ ପ୍ରୟାସ କରାଯାଉଥିଲେ ମଧ୍ୟ ସାଧାରଣ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ । ସରକାରଙ୍କ ପକ୍ଷରୁ ବେଟୀ ବଚାଓ ବେଟ ପଢାଓର ନାରା ଦିଆଯାଉଥିବା ବେଳେ ତାମିଲନାଡୁର ମଦୁରାଇରେ ଏକ ଲୋମହର୍ଷଣକାରୀ ଘଟଣା ସମ୍ମୁଖକୁକ ଆସିଛି ।

ମାସକର ଶିଶୁକନ୍ୟାକୁ କାକ୍‌ଟସ୍‌ କ୍ଷୀର ପିଆଇ ମାରି ଦେଇଛନ୍ତି ରାକ୍ଷସ ମାତାପିତା । ମଦୁରାଇର ଚେକାନୁର୍ଣ୍ଣାଇ ଅଞ୍ଚଳର ପୁଲ୍ଲାନେରୀ ଅଞ୍ଚଳରେ ଏହି କାଣ୍ଡ ଘଟିଛି । ଜାନୁୟାରୀ 30 ତାରିଖରେ ଜନ୍ମିତ ଏହି ନବଜାତ କନ୍ୟାକୁ ନେଇ ଦମ୍ପତି ବୈରାମୁରୁଗନ୍‌(32) ଏବଂ ସୌମ୍ୟା(23) ଖୁସି ନଥିଲେ । ଏହାପରେ କାକ୍‌ଟସ୍‌ କ୍ଷୀର ଦେଇ ସେମାନେ ଝିଅଟିକୁ ହତ୍ୟ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ପରେ ପୋଲିସ୍‌ ଉଭୟ ମାତା ପିତାଙ୍କୁ ଗିରଫ କରିଛି । (ଏଜେନ୍ସି)