Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ୍‌-୧୪ ପାଇଁ ଯୋଡ଼ି ହେବେ ଆଉ ଦୁଇଟି ଦଳ: ୮ଟି ଦଳ ପରିବର୍ତ୍ତେ ଖେଳିପାରନ୍ତି ୧୦ଟି ଦଳ

ନୂଆଦିଲ୍ଲୀ: ଆସନ୍ତା ୨୦୨୧ ଆଇପିଏଲ୍‌ରେ ୧୦ଟି ଟିମ୍‌ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିପାରେ। ବସିସିଆଇ ଦୁଇଟି ନୂଆ ଟିମ୍‌ ଯୋଡ଼ିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଆସନ୍ତା ୨୪ ତାରିଖରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ମୁମ୍ବାଇରେ ହେବାର ସମ୍ଭାବନା ରହିଛି।

ତେବେ ଆଇପିଏଲ୍‌-୧୪ରେ ନୂତନ ଦୁଇଟି ଦଳକୁ କିଣିବା ପାଇଁ ଆଦାନୀ ଗ୍ରୁପ୍‌ ଓ ସଂଜୀବ ଗୋୟଂକାଙ୍କ ଆରପିଏସ୍‌ଜି ଗ୍ରୁପ୍‌ ଆଗ୍ରହୀ ଥିବା ଜଣାପଡିଛି। ହେଲେ କେଉଁ ଦୁଇଟି ଦଳ ଆସନ୍ତା ଆଇପିଏଲରେ ଖେଳିବା ପାଇଁ ସୁଯୋଗ ପାଇବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅହମ୍ମଦାବାଦ, ଲକ୍ଷ୍ନୌ, କାନପୁର ଏବଂ ପୁନେ ମଧ୍ୟରୁ ଦୁଇଟି ଦଳ ସାମିଲ ହେବା ନେଇ ସମ୍ଭାବନା ରହିଛି।