Categories
ଆଜିର ଖବର ଖେଳ

2022କୁ ଘୁଞ୍ଚିପାରେ ଟି 20 ବିଶ୍ବକପ୍‌! : ଆଇପିଏଲ୍‌ ପାଇଁ ରାସ୍ତା ପ୍ରଶସ୍ତ

ନୂଆଦିଲ୍ଲୀ : ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟି 20 ବିଶ୍ବକପ୍‌ ଦୁଇ ବର୍ଷ ପାଇଁ ଘୁଞ୍ଚିପାରେ । ଆସନ୍ତା କାଲି ଆଇସିସିର ବୈଠକ ପୂର୍ବରୁ ଆଇସିସିର ଜନୈକ ଅଧିକାରୀ ନାମ ଗୋପନ ରଖି ଏହି ସୂଚନା ପ୍ରକାଶ କରିଛନ୍ତି । ଏହି ଘୋଷଣା ପରେ ଆଇପିଏଲ୍‌ ହେବାର ରାସ୍ତା ପ୍ରଶସ୍ତ ହୋଇଛି । ଅକ୍ଟୋବର-ନଭେମ୍ବରରେ ଟି 20 ବିଶ୍ବକପ୍‌ ହେବାର କାର୍ଯ୍ୟକ୍ରମ ରହିଥିଲା ମାତ୍ର କରୋନା ଭାଇରସ୍‌ ଆତଙ୍କ କାରଣରୁ ଏହାକୁ ସ୍ଥଗିତ ରଖାଯାଇପାରେ । ଯଦି ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯାଏ ତେବେ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଆଇପିଏଲ୍‌ ଅନୁଷ୍ଠିତ ହୋଇପାରିବ । ପୂର୍ବରୁ ବିସିସିଆଇ ବନ୍ଦ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆୟୋଜନକୁ ସବୁଜ ସଙ୍କେତ ପ୍ରଦାନ କରି ସାରିଛି । (ଏଜେନ୍ସି)

Categories
ଆଜିର ଖବର ଖେଳ

ମାର୍ଚ୍ଚ 24 ତାରିଖରେ ଆଇପିଏଲ୍‌-13ର ଭାଗ୍ୟ ନିର୍ଦ୍ଧାରଣ!

ମୁମ୍ବାଇ : ଦେଶରେ କୋରୋନା ଭାଇରସ୍‌ର ସଙ୍କଟ ଦିନକୁ ଦିନ ବଢି ଚାଲିଥିବା ବେଳେ କ୍ରୀଡାପ୍ରେମୀଙ୍କ ପାଇଁ ଦୁସମ୍ବାଦ ମିଳିଛି । ଟି 20 କ୍ରୀଡାର ମହାକୁମ୍ଭ ଆଇପିଏଲ୍‌ ଆୟୋଜନକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ 24 ତାରିଖରେ ଆଇପିଏଲ୍‌ର ଭାଗ୍ୟ ନିର୍ଦ୍ଧାରଣ କରାଯିବ । ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଆସନ୍ତା ମଙ୍ଗଳବାର ଦିନ ଏକ ବୈଠକ କରିବା ପରେ ଆଇପିଏଲ୍‌ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆସନ୍ତା ମଙ୍ଗଳବାର ଦିନ କନ୍‌ଫରେନ୍ସିଂ କଲ୍‌ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ । ଉଲ୍ଳେଖଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 250 ଅତିକ୍ରମ କରିଛି । (ଏଜେନ୍ସି)

Categories
ଆଜିର ଖବର ଖେଳ

ବ୍ୟାଡମିଣ୍ଟନ୍‌ ଖେଳିଲେ ଧୋନୀ : ଭିଡିଓ ଭାଇରାଲ୍‌

ରାଞ୍ଚି : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଡମମିଣ୍ଟନ ଖେଳୁଥିବାର ଭିଡିଓ ଭାଇରାଲ ହୋଇଛି । ଦେଶରେ କୋରୋନା ଭାଇରସ୍‌ ପ୍ରଭାବ କାରଣରୁ ପ୍ରାୟ ଅଧାଦେଶ ଘରେ ବନ୍ଦ ରହିଥିବା ବେଳେ ଏମ୍‌ଏସ୍‌ଡି ରାଞ୍ଚିରେ ବ୍ୟାଡମିଣ୍ଟନ ଖେଳିଛନ୍ତି । ଆଇପିଏଲ୍‌ ବନ୍ଦ ହେବା ପରଠାରୁ ଧୋନୀ ଘରେ ରହିଥିବା ବେଳେ ରାଞ୍ଚିରେ ମଙ୍ଗଳବାର ଦିନ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିଲେ । ଧୋନୀ ବ୍ୟାଡମିଣ୍ଟନ ଖେଳୁଥିବାର ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍‌ ହେଇଛି ।

ଜୁଲାଇ 2019 ପରଠାରୁ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା ବେଳେ ଆଇପିଏଲ୍‌ ଜରିଆରେ ପ୍ରତ୍ୟାବର୍ତ୍ତଦର ଲକ୍ଷ୍ୟ ରଖିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଖେଳ

କୋରୋନା ଆତଙ୍କ : ଏପ୍ରିଲ୍‌ 15 ପର୍ଯ୍ୟନ୍ତ ସ୍ଥଗିତ ରହିଲା ଆଇପିଏଲ୍‌

ମୁମ୍ବାଇ : ଦେଶରେ କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବ କାରଣରୁ ଆଇପିଏଲ୍‌କୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି ବିସିସିଆଇ । ଆସନ୍ତା ଏପ୍ରିଲ୍‌ 15 ତାରିଖ ପର୍ଯ୍ୟନ୍ତ ଆଇପିଏଲ୍‌କୁ ସ୍ଥଗିତ ରଖିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି । ବିସିସିଆଇର ଅନ୍ତରୀଣ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବା ସହିତ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ଏ ସମ୍ପର୍କରେ ସୂଚିତ କରାଇ ଦିଆଯାଇଛି । ବୁଧବାର ଭାରତ ସରକାରଙ୍କ ପକ୍ଷରୁ ବିଦେଶୀ ଭିସା ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ବିସିସିଆଇର ଅନ୍ତରୀଣ କମିଟି ଏହି ନିଷ୍ପତ୍ତି ନେଇଛି । (ଏଜେନ୍ସି)

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ୍‌ ଉପରେ କୋରୋନା ଗ୍ରହଣ : ଦିଲ୍ଲୀରେ ହେବ ନାହିଁ ମ୍ୟାଚ୍‌

ନୂଆଦିଲ୍ଲୀ : କୋରୋନେ ଭାଇରସ୍‌ ପ୍ରଭାବରେ ଦିଲ୍ଲୀରେ ଆଇପିଏଲ୍‌ ମ୍ୟାଚ୍‌ ନହେବା ନେଇ ଘୋଷଣା କରାଯାଇଛି । ଦିଲ୍ଲୀରୁ ମ୍ୟାଚ୍‌ ସ୍ଥାନାନ୍ତର ହେବା ପାଇଁ ଶୁକ୍ରବାର ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି । ଆସନ୍ତା 13 ମାର୍ଚ୍ଚ ପରଠାରୁ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ବୈଠକ ଉପରେ ରୋକ୍‌ ଲଗାଯାଇଛି । ପ୍ରତିଶେଧକ ମୂଳକ ପଦକ୍ଷେପ ସ୍ବରୂପ ଦିଲ୍ଲୀ ସରକାର ଦିଲ୍ଲୀରେ ଆଇପିଏଲ୍‌ ମ୍ୟାଚ୍‌ ଉପରେ ରୋକ୍‌ ଲଗାଇଛନ୍ତି । ସେହିପରି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା 51 ତମ ସିଆରପିଏଫ୍‌ ପ୍ରତିଷ୍ଠା ଦିବସ ଉପରେ ରୋକ୍‌ ଲଗାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଖେଳ ଜାତୀୟ ଖବର

କରୋନା ସଂକଟ : ଆଇପିଏଲ୍‌ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯିବା ନେଇ ମନ୍ତ୍ରୀଙ୍କ ସଂକେତ

ମୁମ୍ବାଇ : କରୋନା ଭାଇରସ୍‌ର ପ୍ରଭାବ ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଉପରେ ପଡିବାକୁ ନେଇ ସନ୍ଦେହ ଦେଖାଦେଇଛି । ମହାରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପ୍ପେ ଏହା ସମ୍ପର୍କରେ ସଂକେତ ଦେଇ କହିଛନ୍ତି ଯେ, ଆଇପିଏଲ୍‌ର କାର୍ଯ୍ୟକ୍ରମ ସୂଚୀରେ ପରିବର୍ତ୍ତନ ହୋଇପାରେ । କରୋନା ଭାଇରସ୍‌କୁ ଆଖି ଆଗରେ ରଖି ଭିଡ ବା ସମ୍ମିଳିତ ହେବାକୁ ନିର୍ଦ୍ଦେଶାବଳୀ ରହିଛି । ଏଥିପାଇଁ ସରକାର ଆଇପିଏଲ୍‌ ପରି ଏକ ବଡ ଇଭେଣ୍ଟର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିବା ନେଇ ବିଚାର କରୁଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, କରୋନାକୁ ଦେଖି ବହୁ ବଡ ବଡ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଉଛି। ଲୋକଙ୍କ ଜୀବନ ଅମୂଲ୍ୟ ଅଟେ । ଭିଡ ଜାଗାଗୁଡିକରେ ଏହି ଭାଇରସ ବ୍ୟାପିବାର ସମ୍ଭାବନା ପ୍ରବଳ ଥିବାରୁ ଭିଡ ଉପରେ ରୋକ୍‌ ଲଗାଯାଉଛି ।

ଆଇପିଏଲ୍‌2020 ଚଳିତ ମାସ 29 ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପରକିଙ୍ଗ୍‌ ସହ ମୁକାବିଲା ହେବାକୁ ରହିଛି ।

ପୂର୍ବରୁ ବିସିସିଆଇ ନିଜ ମତ ସ୍ପଷ୍ଟ ରୂପେ ରଖି କହିଥିଲେ ଯେ, ଆଇପିଏଲ୍‌ 2020 ଜାରି ରହିବ କିନ୍ତୁ କରୋନା ଭାଇରସ୍‌କୁ ନେଇ ସମସ୍ତ ସତର୍କତା ପଦକ୍ଷେପ ନିଆଯିବା । ବୋର୍ଡ ତରଫରୁ ଖେଳାଳିଙ୍କୁ ତାଙ୍କ ପ୍ରଶଂସକଙ୍କ ସହିତ ହାତ ନ ମିଳାଇବାକୁ କୁହାଯାଇଥିବାର ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ,  ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 42ରେ ପହଞ୍ଚି ଥିବାବେଳେ ସାରା ବିଶ୍ବରେ 3,300ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସ୍‌ର ଆତଙ୍କକୁ ଦେଖି ବହୁ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଉଛି । ଜାପାନର ଟୋକିଓରେ ହେବାକୁ ଥିବା ଅଲମ୍ପିକ୍‌ କାର୍ଯ୍ୟକ୍ରମରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ ବୋଲି ସୂଚନା ରହିଛି । ଚଳିତ ବର୍ଷ ଜୁଲାଇ ଅଗଷ୍ଟ ମାସରେ ଏହା ହେବାକୁ ରହିଛି ।

Categories
ଆଜିର ଖବର

ଆଇପିଏଲ୍‌ ନିଲାମୀରେ ସାମିଲ ହେବେ 971 ଖେଳାଳି

ମୁମ୍ବାଇ,3/12: ଡିସେମ୍ବର 19 ତାରିଖରେ ଆସନ୍ତା ଆଇପିଏଲ୍‌ ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିଲାମୀରେ 971 ଜଣ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସୋମବାର ସମସ୍ତ ଦଳ ନିଜ ନିଜ ଖେଳାଳିଙ୍କୁ ବାହାର କରିବା ପରେ ଏହି ତାଲିକା ଏବଂ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ତାଲିକା ପ୍ରକାଶ ପାଇଛି । ଆଇପିଏଲ୍‌ 2020 ପାଇଁ ସମସ୍ତ ଖେଳାଳି ନିଜ ନିଜର ବେସ୍‌ ପ୍ରାଇସ୍‌ ନିର୍ଦ୍ଧାରଣ କରିଛନ୍ତି । ଆଶ୍ଚର୍ଯ୍ୟ ଜନକ ଭାବରେ କୋଲକାତା ଛାଡିଥିବା ରବିନ୍‌ ଉତ୍ଥାପାଙ୍କ ବେସ୍‌ ପ୍ରାଇସ୍‌ 1.5 କୋଟି ରହିଛି । । ବିଦେଶୀ ଖେଳାଳିଙ୍କ ମଧ୍ୟରେ ଶନ୍‌ ମାର୍ଶ, କେନ୍‌ ରିଚାର୍ଡସନ୍‌, ଇଓନ୍‌ ମୋର୍ଗାନ୍‌, ଜାସନ ରୟ, କ୍ରିସ୍‌ ଓ୍ବକ୍‌ସ ଏବଂ ଡେଭିଡ୍‌ ଓ୍ବିଲୀ ମଧ୍ୟ ନିଜର ବେସ୍‌ ପ୍ରାଇସ୍‌ 1.5 କୋଟି ରଖିଛନ୍ତି । ଡେଲ୍‌ ଷ୍ଟେନ୍‌, ପ୍ୟାଟ୍‌ କମିନ୍‌ସ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ନିଜ ବେସ୍‌ ପ୍ରାଇସ୍‌ 2 କୋଟି ଟଙ୍କା ରଖିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଆଇପିଏଲ୍‌ର ପର୍ପଲ ଏବଂ ଅରେଞ୍ଜ କ୍ୟାପ୍‌

ଭାରତୀୟ ଟି ୨୦ ଲିଗ୍‌ ଆଇପିଏଲ୍‌ରେ ଅନେକ ଥର ବ୍ୟାଟ୍ସମ୍ୟାନ୍‌ଙ୍କ କମାଲ୍‌ ଦେଖିବାକୁ ମିଳିଥିବା ବେଳେ ବୋଲର ମାନେ ମଧ୍ୟ ପଛରେ ନାହାନ୍ତି। ୬ଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ରନ୍‌ ସଂଗୃହୀତ ହୋଇ ସାରିଲାଣି। ଟୁର୍ଣ୍ଣାମେଣ୍ଟେର ତିନୋଟି ଶତକ ମଧ୍ୟ ଦେଖିବାକୁ ମିଳିଛି। ଚଳିତ ଆଇପିଏଲ୍‌ର ସର୍ବାଧିକ ରନ୍‌ ହାସଲକାରୀ ଏବଂ ସର୍ବାଧିକ ଓ୍ବିକେଟ ହାସଲାକାରୀଙ୍କ ତାଲିକା :

ସର୍ବାଧିକ ଓ୍ବିକେଟ୍‌    ପର୍ପଲ୍‌ କ୍ୟାପ୍‌

ସଂଖ୍ୟା          ନାମ             ଦଳ                              ମ୍ୟାଚ୍‌      ଇନିଂସ      ଓ୍ବିକେଟ୍

୧           ୟୁଜବେନ୍ଦ୍ର ଚହଲ    ଆରସିବି                         5          5               9

୨         ଇମ୍ରାନ ତାହିର       ଚେନ୍ନାଇ ସୁପରକିଙ୍ଗସ୍‌         4          4               7

3      କାଗିସୋ ରବାଡା     ଦିଲ୍ଲୀ କ୍ୟାପିଟାଲ୍ସ                 5          5               7

୪        ଡ୍ବେନ୍‌ ବ୍ରାଭୋ         ଚେନ୍ନାଇ ସୁପରକିଙ୍ଗସ୍‌        4          4               7

୫       ମହମ୍ମଦ ନବି            ସନ୍‌ରାଇଜର୍ସ                  2          2               6

ସର୍ବାଧିକ ରନ୍‌   ଅରେଞ୍ଜ କ୍ୟାପ୍‌

ସଂଖ୍ୟା          ନାମ             ଦଳ                              ମ୍ୟାଚ୍‌        ଇନିଂସ        ରନ୍‌

୧       ଡେଭିଡ୍‌ ଓ୍ବାର୍ଣ୍ଣର    ସନ୍‌ରାଇଜର୍ସ ହାଇଦ୍ରାବାଦ         4           4           264

୨       ଜନି ବାୟରେଷ୍ଟୋ  ସନ୍‌ରାଇଜର୍ସ ହାଇଦ୍ରାବାଦ       4           4           246

୩      ଆନ୍ଦ୍ରେ ରସେଲ         କେକେଆର                      4           4           207

୪       ନୀତିଶ ରାଣା          କେକେଆର                      4           4           169

୫      ପାର୍ଥିବ ପଟେଲ        ଆରସିବି                          5           5           163

Categories
ଆଜିର ଖବର

ଆଇପିଏଲ୍‌ର ଅରେଞ୍ଜ ଓ ପର୍ପଲ୍‌ କ୍ୟାପ୍‌

ଭାରତୀୟ ଟି ୨୦ ଲିଗ୍‌ ଆଇପିଏଲ୍‌ର ୧୦ଟି ମ୍ୟାଚ୍‌ ସରିଲାଣି । ଏହି ୧୦ ମ୍ୟାଚ୍‌ରେ ଅନେକ ଥର ବ୍ୟାଟ୍ସମ୍ୟାନ୍‌ଙ୍କ କମାଲ୍‌ ଦେଖିବାକୁ ମିଳିଥିବା ବେଳେ ବୋଲର ମାନେ ମଧ୍ୟ ପଛରେ ନାହାନ୍ତି । ଉଦ୍‌ଘାଟନୀ ମ୍ୟାଚ୍‌ ଲୋ ସ୍କୋରିଂ ରହିବା ସହିତ ଆରସିବି ୧୦୦ ରନ୍‌ ଛୁଇଁ ପାରିନଥିବା ବେଳେ ୪ଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ରନ୍‌ ସଂଗୃହୀତ ହୋଇ ସାରିଲାଣି । ଗତକାଲି ଟୁର୍ଣ୍ଣାମେଣ୍ଟର ପ୍ରଥମ ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଛି ।  ଚଳିତ ଆଇପିଏଲ୍‌ର ସର୍ବାଧିକ ରନ୍‌ ହାସଲକାରୀ ଏବଂ ସର୍ବାଧିକ ଓ୍ବିକେଟ ହାସଲାକାରୀଙ୍କ ତାଲିକା :

ସର୍ବାଧିକ ଓ୍ବିକେଟ୍‌    ପର୍ପଲ୍‌ କ୍ୟାପ୍‌

ସଂଖ୍ୟା          ନାମ             ଦଳ                              ମ୍ୟାଚ୍‌      ଇନିଂସ  ଓ୍ବିକେଟ୍

୧           ୟୁଜବେନ୍ଦ୍ର ଚହଲ    ଆରସିବି                         ୨          ୨       ୫

୨         ଇମ୍ରାନ ତାହିର       ରାଜସ୍ଥାନ ରୟାଲ୍ସ              ୨          ୨       ୪

୩        ଜସପ୍ରୀତ ବୁମ୍‌ରା     ମୁମ୍ବାଇ ଇଣ୍ଡିଆନ୍ସ               ୨         ୨       ୪

୪        ଡ୍ବେନ୍‌ ବ୍ରାଭୋ          ଚେନ୍ନାଇ                          ୨         ୨       ୪

୫         ଆନ୍ଦ୍ରେ ରସେଲ       କେକେଆର                       ୨         ୨      ୪

ସର୍ବାଧିକ ରନ୍‌   ଅରେଞ୍ଜ କ୍ୟାପ୍‌

ସଂଖ୍ୟା          ନାମ             ଦଳ                              ମ୍ୟାଚ୍‌        ଇନିଂସ        ରନ୍‌

୧       ଡେଭିଡ୍‌ ଓ୍ବାର୍ଣ୍ଣର    ସନ୍‌ରାଇଜର୍ସ ହାଇଦ୍ରାବାଦ         ୨           ୨         ୧୫୪

୨          ସଞ୍ଜୁ ସାମ୍‌ସନ୍‌       ରାଜସ୍ଥାନ ରୟାଲ୍ସ                ୨           ୨         ୧୩୨

୩           ନିତିଶ ରାଣା         କେକେଆର                      ୨            ୨         ୧୩୧

୪         ଋଷଭ ପନ୍ତ          ଦିଲ୍ଲୀ କ୍ୟାପିଟାଲ୍ସ                  ୨            ୨       ୧୦୩

୫        ରବିନ ଉତ୍ଥାପା      କେକେଆର                        ୨              ୨        ୧୦୨

Categories
ଆଜିର ଖବର

ଅଶ୍ବିନୀ ନିଜ ସୀମାରେ ରହି ଆଉଟ କରିଛନ୍ତି : ଦ୍ରାବିଡ

ସୋମବାର ଦିନ ରାଜସ୍ଥାନ ରୟାଲ୍‌ସ ଏବଂ କିଙ୍ଗସ୍‌ ଏକାଦଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଅଶ୍ବିନ୍‌ ଜୋସ୍‌ ବଟଲର୍‌ଙ୍କୁ ମଙ୍କଡିଂ କରି ରନ୍‌ଆଉଟ୍‌ କରିଥିଲେ। ଏହାକୁ ନେଇ ବିଭିନ୍ନ କ୍ରିକେଟର ଭିନ୍ନ ମତ ରଖୁଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ଭାରତୀୟ ୧୯ବର୍ଷରୁ କମ୍ କ୍ରିକେଟ ଦଳର କୋଚ୍‌ ରାହୁଲ ଦ୍ରାବିଡ କହିଛନ୍ତି ‘ କ୍ରିକେଟର ନିୟମ ଅନୁଯାୟୀ ଅଶ୍ବିନ୍‌ ନିଜ ସୀମା ମଧ୍ୟରେ ରହି ଏହି ଆଉଟ୍‌ କରିଛନ୍ତି’। ମାତ୍ର ଆଉଟ୍‌ କରିବା ପୂର୍ବରୁ ଗୋଟିଏ ଥର ଚେତାବନୀ ଦେବା ଆବଶ୍ୟକ ଥିଲା। କ୍ରିକେଟ୍‌ ନିୟମ ମଧ୍ୟରେ ରହି କୌଣସି ବି ଖେଳାଳି ଏପରି ଆଉଟ୍‌ କରିପାରିବେ ତେଣୁ ଏହାକୁ ନେଇ ଅଯଥା ବିବାଦ ସୃଷ୍ଟି କରାଯିବା ଉଚିତ୍‌ ନୁହେଁ। ସେହିପରି ମଙ୍କଡ ଆଉଟ୍‌ ଉଠାଯିବା ଉପରେ କହିଲେ ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ ବାହାରେ ଛିଡା ହେବା ଯୋଗୁଁ ହିଁ ଏହି ନିୟମ ଆସିଛି, ତେଣୁ ଏଥିରେ ପରିବର୍ତ୍ତନର କୌଣସି ଆବଶ୍ୟକ ନାହିଁ। ଭାରତୀୟ ଦଳରେ ୪ ନମ୍ବର ସ୍ଥାନରେ କିଏ ଖେଳିବା ଉଚିତ୍‌ ବୋଲି ପ୍ରଶ୍ନର ଉତ୍ତରରେ ଦ୍ରାବିଡ କହିଥିଲେ ମୁଁ ଭାରତୀୟ ୧୯ ବର୍ଷ କମ୍‌ ଦଳର ପ୍ରଶିକ୍ଷକ ତେଣୁ ଏହା ଉପରେ ମୁଁ ମନ୍ତବ୍ୟ ଦେବା ସମୀଚୀନ ନୁହେଁ।

Categories
ଆଜିର ଖବର

ଗେଲ ଝଡରେ ଘାଇଲା ରାଜସ୍ଥାନ ରୟାଲ୍ସ

ଚଳିତ ଆଇପିଏଲ୍‌ର ଚତୁର୍ଥ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୪ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ୧୮୫ ରନ୍‌ର ପିଛା କରୁଥିବା ରାଜସ୍ଥାନ ଏକଦା ୧୫୩/୨ ଥିବାବେଳେ ନାଟକୀୟ ବିପର୍ଯ୍ୟୟ ସହ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ୧୭୦ ରନ୍ କରି ପାରିଥିଲା। ମ୍ୟାଚର ଶ୍ରେଷ୍ଠ ଖେଳାଳି କ୍ରିସ୍ ଗେଲ୍‌ଙ୍କ ଧମାକାଦାର ବ୍ୟାଟିଂ ସହ ବୋଲରଙ୍କ ମିଳିତ ପ୍ରୟାସ ପଞ୍ଜାବକୁ ରୋମାଞ୍ଚକର ବିଜୟ  ଉପହାର ଦେଇଥିଲା। ତେବେ ଦ୍ରୁତ ବ୍ୟାଟିଂ କରୁଥିବା ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ପଞ୍ଜାବ ଅଧିନାୟକ ଆର ଅଶ୍ବିନ ମଙ୍କଡ ଆଉଟ କରିବା ମ୍ୟାଚ୍‌ର ଅନ୍ୟତମ ବିବାଦୀୟ ଘଟଣା ହୋଇଥିଲା।  ନୂଆ ଜର୍ସିରେ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ସୋମବାର ଟସ୍ ଜିତି ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପଞ୍ଜାବ ୪ ରନ୍‌ରେ ଲୋକେଶ ରାହୁଲଙ୍କୁ ହରାଇବା ପରେ ଗେଲ୍ ଦାୟିତ୍ବବାନ ବ୍ୟାଟିଂ କରି ପାଳି ସଜାଡ଼ିବା ଆରମ୍ଭ କରିଥିଲେ। ମୟଙ୍କ ଅଗ୍ରୱାଲ (୨୨)ଙ୍କ ସହ ମିଶି ଦ୍ବିତୀୟ ୱିକେଟ୍‌ରେ ମହତ୍ବପୂର୍ଣ୍ଣ ୫୬ ରନ୍ ଯୋଡ଼ିଥିଲେ। ୱିକେଟ୍ ବଞ୍ଚାଇବା ଲକ୍ଷ୍ୟରେ ଦୁର୍ଦ୍ଧର୍ଷ ଗେଲ୍ ପ୍ରଥମ ୨୭ ବଲ୍‌ରୁ ମାତ୍ର ୨୯ ରନ୍ କରିଥିଲେ। ହେଲେ ପରେ ନିଜ ବିସ୍ଫୋରକ ରୂପ ଦେଖାଇ ଛକା ଚୌକାରୁ ହିଁ ରନ୍ ଅମଳ କରିଥିଲେ। ନିଜ ଶେଷ ୨୦ ବଲ୍‌ରୁ ଗେଲ୍ ୫୦ ରନ୍ ଅର୍ଜନ କରି ନେଇଥିଲେ। ବେନ୍ ଷ୍ଟୋକ୍ସଙ୍କୁ ଡିପ୍ ମିଡୱିକେଟ୍ ଉପରେ ଛକା ମାରିବା ପ୍ରୟାସରେ ରାହୁଲ ତ୍ରପାଠୀଙ୍କ ହାତରେ ଧରା ପଡ଼ିବା ପୂର୍ବରୁ ସେ ପଞ୍ଜାବ ସ୍କୋରକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଏହା ପରେ ସର୍ଫରାଜ ଖାନ୍ ପଞ୍ଜାବ ପାଳିକୁ ଆଗେଇ ନେଇଥିଲେ। ସେ ମାତ୍ର ୨୯ ବଲ୍‌ରୁ ୬ ଚୌକା ଏବଂ ଗୋଟିଏ ଛକା ବଳରେ ୪୬ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ତାଙ୍କ ଦ୍ରୁତ ଓ ଉପଯୋଗୀ ପାଳି ପାଇଁ ପଞ୍ଜାବ ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା। ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ରାଜସ୍ଥାନ ଭଲ ଆରମ୍ଭ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ (୨୭) ଓ ବଟଲର (୬୯) ପ୍ରଥମ ୱିକେଟ୍‌ରେ ଦ୍ରୁତ ୭୮ ରନ୍ କରିଥିଲେ। ହେଲେ ରାହାଣେଙ୍କୁ ଅଫ୍ କଟରରେ ବୋଲ୍ଡ କରିବା‌ ସହ ବଟଲରଙ୍କୁ ତ୍ରୟୋଦଶ ଓଭରରେ ବିବାଦୀୟ ଭାବେ ମଙ୍କଡ ଆଉଟ କରି ଅଶ୍ବିନ ପଞ୍ଜାବକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ବଲ୍ ବିକୃତ ମାମଲାରେ ଏକ ବର୍ଷର ବାସନ୍ଦାଦେଶ ଭୋଗି କୌଣସି ପେସାଦାର ଲିଗ୍‌କୁ ଫେରିଥିବା ଅଷ୍ଟ୍ରେଲୀୟ ଷ୍ଟିଭେନ ସ୍ମିଥ (୨୦)ଙ୍କୁ ସାମ୍ କୁରାନ ଲୋକେଶ ରାହୁଲଙ୍କ ହାତରେ କ୍ୟାଚ୍ କରାଇବା ମ୍ୟାଚ୍‌ର ଅନ୍ୟତମ ନିର୍ଣ୍ଣାୟକ ମୋଡ଼ ଥିଲା।  ସଞ୍ଜୁ ସାମସନ (୩୦) ଓ ବେନ୍ ଷ୍ଟୋକ୍ସ (୬) ୭ ରନ୍ ଭିତରେ ଆଉଟ୍ ହେବା ପରେ ପଞ୍ଜାବ ବିଜୟ ପକ୍କା ହୋଇ ଯାଇଥିଲା। ରାଜସ୍ଥାନର ଶେଷ ୫ ବ୍ୟାଟ୍ସମ୍ୟାନ୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଏହି ମ୍ୟାଚ୍‌ରେ ନିଜର ଆଇପିଏଲ୍‌ କ୍ୟରିୟରର ୪୦୦୦ ରନ୍‌ ପୂରଣ କରିଥିଲେ କ୍ରିସ୍‌ ଗେଲ୍‌। ୭୯ରନ୍‌ର ଏହି ଇନିଂସରେ ଗେଲ୍‌ ୮ଚୌକା ଏବଂ ୪ ଛକ୍କା ମାରିଥିଲେ। ମ୍ୟାଚ୍‌ ପୂର୍ବରୁ ୪୦୦୦ ରନ୍‌ ପୂରଣ ପାଇଁ ଗେଲ୍‌ ମାତ୍ର ୬ ରନ୍‌ ଆବଶ୍ୟକ କରୁଥିଲେ। ଏହା ସହିତ ୪୦୦୦ ରନ୍‌ ପୂରଣ କରିବାରେ ଗେଲ୍‌ ଦ୍ରୁତତମ ଖେଳାଳି ପାଲଟିଛନ୍ତି।

Categories
ଆଜିର ଖବର

ଦମ୍‌ଦାର ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ୍‌ ଚେନ୍ନାଇର ଅଭିଯାନ ଆରମ୍ଭ

ବିଜୟରୁ ଅଭିଯାନ ଆରମ୍ଭ କରିଛି ୨୦୧୮ର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ)। ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ସିଏସ୍‌କେ ପ୍ରତିପକ୍ଷ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଏକପାଖିଆ ଭାବେ ୭ ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ମାତ୍ର ୧୭.୧ ଓଭର୍‌ରେ ୭୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବ୍‌ରେ ସିଏସ୍‌କେ ୧୭.୪ ଓଭର୍‌ରେ ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଧୋନି ଟସ୍‌ ଜିତି ଆରସିବିକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଦୁଇ ଅଭିଜ୍ଞ ସ୍ପିନର ହରଭଜନ ସିଂହ ଓ ଇମ୍ରାନ୍‌ ତାହିରଙ୍କ ଯାଦୁ ଆଗରେ ପୂରା ଆରସିବି ଟିମ୍‌ ଆତ୍ମସମର୍ପଣ କରିଦେଇଥିଲା। ହରଭଜନ ବିରାଟ୍‌ କୋହଲି(୬)ଙ୍କୁ ଆଉଟ୍‌ କରି ଆରସିବିକୁ ଶକ୍ତ ଝଟ୍‌କା ଦେଇଥିଲେ। ଏହାପରେ ଭଜି ମୋଇନ୍‌ ଅଲ୍ଲୀ(୯) ଓ ବିସ୍ଫୋରକ ଏବି ଡିଭିଲିୟର୍ସ(୯)ଙ୍କୁ ଆଉଟ୍‌ କରି ଆରସିବିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ହରଭଜନଙ୍କ ପରେ ଇମ୍ରାନ୍‌ ତାହିର ନିଜର ଜଲୱା ଦେଖାଇଥିଲେ। ସେ ନିଜର ପ୍ରଥମ ଓଭର୍‌ର ପ୍ରଥମ ବଲ୍‌ରେ ଶିବମ ଦୁବେ(୨)ଙ୍କୁ ଆଉଟ୍‌ କରିଦେଇଥିଲେ। ଏହାପରେ ସେ ଯଥାକ୍ରମେ ନଭଦୀପ ସାଇନି ଓ ୟୁଜଭେନ୍ଦର ଚହଲଙ୍କ ୱିକେଟ୍‌ ନେଇଥିଲେ। ରବୀନ୍ଦ୍ର ଜାଡେଜା କଲିନ୍‌ ଡି ଗ୍ରାଣ୍ଡହୋମ(୪) ଓ ଉମେଶ ଯାଦବ(୧)ଙ୍କୁ ପ୍ୟାଭିଲିୟନ୍‌ ପଠାଇଥିଲେ। ଧୈର୍ଯ୍ୟର ସହିତ ବ୍ୟାଟିଂ କରୁଥିବା ପାର୍ଥିବ ପଟେଲ(୨୯)ଙ୍କ ୱିକେଟ୍‌ ଡ୍ୱେନ୍‌ ବ୍ରାଭୋ ନେଇଥିଲେ। ଆରସିବିର ଶେଷ ବ୍ୟାଟସ୍‌ମ୍ୟାନ୍‌ ଭାବେ ପାର୍ଥିବ ଆଉଟ୍‌ ହୋଇଥିଲେ। ଆରସିବିର ଏକମାତ୍ର ବ୍ୟାଟସ୍‌ମ୍ୟାନ୍‌ ଭାବେ ପାର୍ଥିବ ପଟେଲ ହିଁ ଦୁଇ ଅଙ୍କ ଛୁଇଁଥିଲେ। ସିଏସ୍‌କେ ପକ୍ଷରୁ ହରଭଜନ ଓ ତାହିର ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଜାଡେଜା ୨ଟି ଓ ବ୍ରାଭୋ ଗୋଟିଏ ୱିକେଟ୍‌ ନେଇଥିଲେ। ଆରସିବି ଦେଇଥିବା ୭୧ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ସିଏସ୍‌କେ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ୧୦ଟି ବଲ୍‌ ଖେଳି ପିଚ୍‌ରେ ସଂଘର୍ଷ କରୁଥିବା ଓପନର ଶେନ୍‌ ୱାଟସନ୍‌ ଖାତା ଖୋଲିବା ପୂର୍ବରୁ ୟୁଜବେନ୍ଦ୍ର ଚହଲଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ଅନ୍ୟତମ ଓପନର ଅମ୍ବାତି ରାୟୁଡୁ ଓ ଅଭିଜ୍ଞ ସୁରେଶ ରାଇନା ଦଳର ସ୍ଥିତି ସମ୍ଭାଳିଥିଲେ। ତେବେ ୧୯ ରନ୍‌ କରିଥିବା ରାଇନାଙ୍କୁ ମୋଇନ୍‌ ଅଲ୍ଲୀ ଆଉଟ୍‌ କରି ସିଏସ୍‌କେର ବିଜୟକୁ ବିଳମ୍ବିତ କରିଥିଲେ। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା କେଦାର ଯାଦବ କିଛି ସମୟ ପାଇଁ ଅମ୍ବାତି ରାୟୁଡୁଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଦଳୀୟ ସ୍କୋର ୫୯ ଥିବା ବେଳେ ଅମ୍ବାତି ରାୟୁଡୁ (୨୮) ରନ୍‌ କରି ମହମ୍ମଦ ସିରାଜଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲା। ଏହାପରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବାକୁ ଆସିଥିଲେ ଏବଂ କେଦାର ଯାଦବଙ୍କ ସହ ମିଶି ସିଏସ୍‌କେର ବିଜୟ ମୁଣ୍ଡି ମାରିଥିଲେ। କେଦାର ଯାଦବ ଶେଷ ପର୍ଯ୍ୟନ୍ତ ୧୩ ରନ୍‌ ଓ ଜାଡେଜା ୬ ରନ୍‌ କରି ଅପରାଜିତ ରହିବା ସହ ଦଳକୁ ୧୪ ବଲ୍‌ ପୂର୍ବରୁ ବିଜୟୀ କରାଇଥିଲେ। ଆଜି କେକେଆର ଏବଂ ସନ୍‌ରାଇଜର୍ସ ମଧ୍ୟରେ ପ୍ରଥମ ମୁକାବିଲା ହେବାର ଥିବା ବେଳେ ମୁମ୍ବାଇ ଇଣ୍‌ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଦ୍ଵିତୀୟ ମ୍ୟାଚ ଖେଳାଯିବା।
Categories
ଖେଳ ବିଶେଷ ଖବର

ଇଣ୍ଡିଆନ ପ୍ରିମିଅର ଲିଗରେ ଶତକ ହାସଲ କରିଥିବା ସର୍ବଶ୍ରେଷ୍ଠ-୫ ଖେଳାଳିଙ୍କ ତାଲିକା

ସମୀକ୍ଷା ବ୍ୟୁରୋ

ଆସନ୍ତାକାଲି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାସମର ଭିବୋ ଆଇପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଦିନରେ ଚେନ୍ନାଇ ସୁପରକିଙ୍ଗସ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ। ଏହି ଦୁଇ ଦଳର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି। ଏହି ଉଦ୍ଘାଟନୀ ମ୍ୟାଚ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଅଧିନାୟକଙ୍କ ମଧ୍ୟରେ  ଦମଦାର ଲଢେଇ ହେବାର ସମ୍ଭାବନା ରହିଛି। ମ୍ୟାଚ ଖେଳାଯିବାକୁ ଆଉ ୨୪ ଘଣ୍ଟାରୁ କମ ସମୟ ବାକିଥିବାବେଳେ ଭାରତୀୟ ଦଳର ଦୁଇ ଶ୍ରେଷ୍ଠ ଖେଳାଳି ତଥା ଗୁରୁ ଚେଲାଙ୍କ ପ୍ରତିଦ୍ୱନ୍ଦିତା ଦେଖିବାକୁ ଦର୍ଶକ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଯଦି ୫୦ ଓଭର ବିଶିଷ୍ଠ  ମ୍ଯାଚରେ ଶତକ ହାସଲ କରିବା ଖେଳାଳିଙ୍କ ପାଇଁ କଷ୍ଟକର ହୋଇଥାଏ, ତଥାପି ଟି-୨୦ରେ ଅନେକ ଖେଳାଳିଙ୍କ ଦ୍ଵାରା ଶତକ ହାସଲ କରିବା ଦେଖିବାକୁ ମିଳିଛି। ଏହି ଫର୍ମାଟରେ ଶତକ ହାସଲ କରିବା ଏକ କାଠିକର ପାଠ। କାରଣ ଆଇପିଏଲ୍‌ରେ ସମୁଦାୟ ୬୫୦ଟି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ମାତ୍ର ୫୨ଟି ଶତକ ସ୍କୋର ହାେଇଛି। ଅନେକ ଖେଳାଳି ଆଇପିଏଲ୍‌ରେ ଗାେଟିଏ ବି ଶତକ ହାସଲ କରିନଥିବା ବେଳେ ଓ୍ବେଷ୍ଟ ଇଣ୍ଡିଆନ୍‌ କ୍ରିସ୍‌ ଗେଲ୍‌ ୬ଟି ଶତକ ସହିତ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। କ୍ରିକେଟ ମହାକୁମ୍ଭରେ ଘଟିଥିବା କିଛି ତଥ୍ୟ ତଥା ଶତକ ହାସଲ କରିଥିବା ଖେଳାଳିଙ୍କୁ ନେଇ ବର୍ତ୍ତମାନ ଚାଲିଛି ଚର୍ଚ୍ଚା।

୧. କ୍ରିସ୍‌ ଗେଲ୍‌ , ମ୍ୟାଚ୍‌-୧୧୨, ଶତକ -୬

୨୦୦୯ରେ ନିଜର ଆଇପିଏଲ୍‌ ପଦାର୍ପଣ କରିଥିଲେ ଗେଲ୍‌। କେକେଆର୍‌ ପକ୍ଷରୁ ପ୍ରଥମ ଦୁଇ ସିଜିନ ଖେଳିଥିବା ଗେଲ୍‌ଙ୍କ ସର୍ବାଧିକ ସ୍କାେର ଥିଲା ୮୮। ପରବର୍ତ୍ତୀ ସିଜିନ୍‌ରେ ଆରସିବିକୁ ଯିବା ପରେ ଗେଲ୍‌ ନିଜର ପ୍ରଥମ ଶତକ ହାସଲ କରିଥିେଲ। ପରବର୍ତ୍ତୀ ସିଜିନ୍‌ରେ ୬୬ ବଲ୍‌କରୁ ୧୭୫ ରନ୍‌ ସଂଗ୍ରହ କରିବା ସହିତ ୩୦ ବଲ୍‌ରୁ ଶତକ ମଧ୍ୟ ହାସଲ କରିଥିଲେ। ଗେଲ୍‌ଙ୍କ ୬ଟି ଶତକ ମଧ୍ୟରୁ ୫ଟି ଆରସିବି ପାଇଁ ଆସିଥିବା ବେଳେ ୨୦୧୮ରେ କିଙ୍ଗସ୍‌ ଇଲେଭେନ୍‌ ପକ୍ଷରୁ ଚେନ୍ନାଇ ବିପକ୍ଷରେ ୬ନମ୍ବର ଶତକ ଲଗାଇଥିଲେ।

୨. ବିରାଟ କୋହଲି, ମ୍ୟାଚ୍‌-୧୬୩, ଶତକ-୪

ରନ୍‌ ମେସିନ୍‌ ବିରାଟ କୋହଲି ଆରସିବି ପକ୍ଷରୁ ବିଗତ ୧୧ ସିଜିନ ଖେଳିଥିବା ବେଳେ ୪୯୪୮ ରନ୍‌ ସଂଗ୍ରହ କରିଛନ୍ତି। କୋହଲିଙ୍କ ଶତକର ଅନ୍ୟ ଏକ ମଜାଦାର କଥା ହେଉଛି ଏହି ୪ ଶତକ େଗାଟିଏ ସିଜିନ୍‌ରେ ଆସିଛି। ୨୦୧୬ ବର୍ଷରେ କୋହଲି ୮୧.୦୮ ହାରରେ ୯୩୭ ରନ୍‌ ମଧ୍ୟ ସଂଗ୍ରହ କରିଥିଲେ। କୋହ୍‌ଲି ନିଜ ଶତକ ମଧ୍ୟରୁ ଦୁଇଟି ଗୁଜୁରାତ ଲାୟନ୍ସ ବିପକ୍ଷରେ ସ୍କୋର କରିଥିବା ବେଳେ ପୁନେ ଏବଂ ପଞ୍ଜାବ ବିପକ୍ଷରେ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି।

୩.ସେନ୍‌ ଓ୍ବାଟ୍‌ସନ୍‌, ମ୍ୟାଚ୍‌-୧୧୭, ଶତକ-୪

ଓ୍ବାଟ୍‌ସନ୍‌ ନିଜ ୪ ଶତକ ମଧ୍ୟରୁ ୨ଟି ରାଜସ୍ଥାନ ରୟାଲ୍ସ ନିମେନ୍ତ ସ୍କୋର କରିଥିବା ବେଳେ ଅନ୍ୟ ଦୁଇଟି ଚେନ୍ନାଇ ସୁପର କିଙ୍ଗସ୍‌ ନିମନ୍ତେ ସ୍କୋର କରିଛନ୍ତି। ୨୦୧୦ ଏବଂ ୧୧ରେ ରୟାଲ୍ସ ପାଇଁ ଶତକ ହାସଲ କରିଥିବା ଓ୍ବାଟ୍‌ସନ୍‌ ୨୦୧୩ରେ ଚେନ୍ନାଇ ପକ୍ଷରୁ ରୟାଲ୍ସ ବିପକ୍ଷରେ ତୃତୀୟ ଶତକ ଏବଂ ଗତବର୍ଷ ଫାଇନାଲ୍‌ରେ ନିଜର ଚତୁର୍ଥ ଶତକ ହାସଲ କରିଥିଲେ।

୪.ଡେଭିଡ୍‌ ଓ୍ପାର୍ଣ୍ଣର, ମ୍ୟାଚ୍‌-୧୧୪, ଶତକ-୩

ଗତବର୍ଷ ବଲ୍‌ ଟ୍ୟାମ୍ପରିଂ ପାଇଁ ବାସନ୍ଦାଦେଶ ଭୋଗୁଥିବା ଓ୍ବାର୍ଣ୍ଣର ଦୁଇଟି ଫ୍ରାଞ୍ଚାଇଜି ପାଇଁ ଆଇପିଏଲ୍‌ ଖେଳିଛନ୍ତି। ୨୦୦୯-୧୩ ପର୍ଯ୍ୟନ୍ତ ଦିଲ୍ଲୀ ପକ୍ଷରୁ ଖେଳିଥିବା ବେଳେ ୨୦୧୪ରୁ ବତ୍ତର୍ମାନ ପର୍ଯ୍ୟନ୍ତ ହାଇଦ୍ରାବଦ ଟିମ୍‌ରେ ରହିଛନ୍ତି। ଡିଡି ପାଇଁ କୋଲକତା ଏବଂ ହାଇଦ୍ରାବାଦ ବିପକ୍ଷରେ ଶତକ ହାସଲ କରିଥିବା ବେଳେ, ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବେଳେ ନିଜର ତୃତୀୟ  ଶତକ ହାସଲ କରିଥିଲେ।

୫. ଏବି ଡିଭିଲିୟର୍ସ, ମ୍ୟାଚ୍‌-୧୪୧, ଶତକ-୩

ଏହି ଦକ୍ଷିଣ ଆଫ୍ରିକୀୟ ବିସ୍ଫାେରକ ବ୍ୟାଟ୍ସମ୍ୟାନ୍‌ ଦିଲ୍ଲୀ ପକ୍ଷରୁ ତିନି ସିଜିନ ଖେଳିଥିବା ବେଳେ ଗୋଟିଏ ଶତକ ହାସଲ କରିଥିଲେ। ଚେନ୍ନାଇ ବିପକ୍ଷରେ ୨୦୦୯ରେ ସେ ଏହି ଶତକ ହାସଲ କରିଥିଲେ। ଅନ୍ୟ ଦୁଇଟି ଶତକ ଆରସିବି ପକ୍ଷରୁ ଖେଳୁଥିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଲାୟନ୍ସ ବିପକ୍ଷରେ ଯଥାକ୍ରମେ ୨୦୧୫ ଏବଂ ୧୬ରେ ସଂଗ୍ରହ କରିଥିଲେ।

 

 

Categories
ଆଜିର ଖବର

ଆାଇପିଏଲରେ ପ୍ରସାରିତ ହେବନି ରାଜନୈତିକ ବିଜ୍ଞାପନ

ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ମହାକୁମ୍ଭ ଆଇପିଏଲ୍‌ରେ କୌଣସି ରାଜନୈତିକ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ପ୍ରସାରଣ ଅଧିକାର ହାସଲ କରିଥିବା ଷ୍ଟାର ଇଣ୍ଡିଆ ପକ୍ଷରୁ ଏନେଇ ବିସିସିଆଇକୁ ଅନୁରୋଧ କରାଯାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ବୋର୍ଡ଼ ସଦାସର୍ବଦା ଏହାର ନିୟମ ପାଳନ କରିଥାଏ। କୌଣସି ପ୍ରକାରର ରାଜନୈତିକ କିମ୍ବା ଧାର୍ମିକ ବିଜ୍ଞାପନ କୌଣସି ଦ୍ବିପାକ୍ଷିକ, ଆନ୍ତର୍ଜାତୀୟ କିମ୍ବା ଘରୋଇ ମ୍ୟାଚ୍‌ରେ ପ୍ରଦର୍ଶନ କରାଯିବ ନାହିଁ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଲୋକସଭା ନିର୍ବାଚନ ସମୟରେ ହିଁ  ଆଇପିଏଲ୍‌ ଖେଳାଯାଉଛି।