Categories
ଆଜିର ଖବର ଖେଳ ମନୋରଂଜନ

ଜନତା କର୍ଫ୍ୟୁକୁ ନେଇ ଯୁବରାଜଙ୍କୁ ଟ୍ରୋଲ୍‌ କଲେ ଇଶାନ୍ତ

ନୂଆଦିଲ୍ଲୀ : ଭାରତୀୟ କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରିଛନ୍ତି ପେସର୍‌ ଇଶାନ୍ତ ଶର୍ମା । ରବିବାର ଜନତା କର୍ଫ୍ୟୁ ସମୟରେ ତାଳି ବଜାଇବାକୁ ପତ୍ନୀ ହାଜେଲ୍‌ କିଚ୍‌ଙ୍କ ସହିତ ଛାତକୁ ଯାଇଥିବା ସମୟରେ ଏହାର ଭିଡିଓ ସୁଟିଂ କରି ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ । ଏହାକୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଇଶାନ୍ତ ଯୁବିଙ୍କୁ ଟ୍ରୋଲ୍‌ କରିଛନ୍ତି ।

ଯୁବରାଜ ଏକ କ୍ରିକେଟ୍‌ ଓ୍ବିକେଟ ସାହାଯ୍ୟରେ ଛାତର ରେଲିଂକୁ ବାଡେଇ ଶବ୍ଦ ସୃଷ୍ଟି କରୁଥିଲେ । ଏହା ଉପରେ ଇଶାନ୍ତ ଲେଖିଥିଲେ ‘ପାଜୀ ବନ୍ଦେ ନେହିଁ କୁଟନେ, ତାଲି ମାରନା ହେଁ’ । କୌଣସି ମଣିଷକୁ ନୁହେଁ ଘଣ୍ଟା ବଜେଇବା ପାଇଁ ଏତେବଡ ଓ୍ବିକେଟ୍‌ର ଆବଶ୍ୟକତା ନାହିଁ ବୋଲି ଲେଖି ଇଶାନ୍ତ ଯୁବିଙ୍କୁ ଟ୍ରୋଲ୍‌ କରିଥିଲେ । ପୂର୍ବରୁ ଯୁବରାଜ ସୋସିଆଲ ମିଡିଆରେ ୟୁଜବେନ୍ଦ୍ର ଚହଲ ଏବଂ ରୋହିତ ଶର୍ମାଙ୍କୁ ଟ୍ରୋଲ୍‌ କରିଥିବା ବେଳେ ଆଜି ନିଜେ ଟ୍ରୋଲ୍‌ର ଶିକାର ହୋଇଛନ୍ତି ।

Categories
ଆଜିର ଖବର ଖେଳ

ଭାରତକୁ ଝଟ୍‌କା : ଦ୍ବିତୀୟ ଟେଷ୍ଟରୁ ବାଦ ପଡିଲେ ଇଶାନ୍ତ ଶର୍ମା

କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦୁଇ ଟିକିଆ ଟେଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟ୍‌କା ଲାଗିଛି । ପ୍ରଥମ ଟେଷ୍ଟରେ ଭାରତର ସଫଳ ବୋଲର ଇଶାନ୍ତ ଶର୍ମା ଆହତ ସମସ୍ୟା କାରଣରୁ ଦଳରୁ ବାଦ ପଡିଛନ୍ତି । ପ୍ରଥମ ଟେଷ୍ଟ ପୂର୍ବରୁ ଇଶାନ୍ତଙ୍କ ଗୋଇଠି ଆଘାତ ରହିଥିଲେ ମଧ୍ୟ ସେ ପ୍ରଥମ ମ୍ୟାଚ୍‌ରେ ଖେଳିଥିଲେ । ମ୍ୟାଚ୍‌ ପରେ ଇଶାନ୍ତଙ୍କ ଗୋଇଠିରେ ପୁନର୍ବାର ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଶନିବାର ଦିନ ମ୍ୟାଚ୍‌ ପୂର୍ବରୁ ଆଜି ଇଶାନ୍ତଙ୍କ ବାଦ ପଡିବା ନେଇ ଘୋଷଣା କରାଯାଇଛି । ଇଶାନ୍ତ ବାଦ ପଡିବା ପରେ ଉମେଶ ଯାଦବ ତାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ରହିଛି । ମାତ୍ର ଉମେଶଙ୍କ ବିଦେଶ ପ୍ରଦର୍ଶନକୁ ଦେଖିଲେ ନବ୍‌ଦୀପ ସାଇନିଙ୍କୁ ସୁଯୋଗ ମିଳିବାର ସମ୍ଭାବନାକୁ ଅସ୍ବୀକାର କରାଯାଇନପାରେ । (ଏଜେନ୍ସି)

Categories
ଆଜିର ଖବର ଖେଳ

ଇଶାନ୍ତଙ୍କ ପ୍ରଶଂସାରେ ଶତମୁଖ ଗିଲେସ୍ପୀ

ମୁମ୍ବାଇ : ଭାରତୀୟ ପେସର ଇଶାନ୍ତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆ ସ୍ପିଡଷ୍ଟର ଜାସନ୍‌ ଗିଲେସ୍ପୀ । ଅଧିକ ଶିଖିବାର ଇଚ୍ଛା ଏହି ଭାରତୀୟ ପେସରଙ୍କ ଭଲ ପ୍ରଦର୍ଶନର କାରଣକ ବୋଲି ଗିଲେସ୍ପୀ ପ୍ରକାଶ କରିଛନ୍ତି । ଇଶାନ୍ତ ଆହତ ସମସ୍ୟା ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସରେ 5 ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜଣେ ଦ୍ରୁତ ବୋଲରଙ୍କୁ ଭଲ ପ୍ରଦର୍ଶନ କରିବାର ଦେଖିଲେ ସର୍ବଦା ଖୁସି ଲାଗିଥାଏ । ଇଶାନ୍ତଙ୍କ ପ୍ରଦର୍ଶନକୁ ନେଇ ଗିଲେସ୍ପୀ ସନ୍ତୋଷ ପ୍ରକାଶ କରିବା ସହିତ ବିସିସିଆଇକୁ ଧନ୍ୟବାଦ ଜ୍ଞାପନ କରିଥିଲେ । (ଏଜେନ୍ସି)