ଜନତା କର୍ଫ୍ୟୁକୁ ନେଇ ଯୁବରାଜଙ୍କୁ ଟ୍ରୋଲ୍‌ କଲେ ଇଶାନ୍ତ

Published: Mar 23, 2020, 9:43 pm IST

ନୂଆଦିଲ୍ଲୀ : ଭାରତୀୟ କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରିଛନ୍ତି ପେସର୍‌ ଇଶାନ୍ତ ଶର୍ମା । ରବିବାର ଜନତା କର୍ଫ୍ୟୁ ସମୟରେ ତାଳି ବଜାଇବାକୁ ପତ୍ନୀ ହାଜେଲ୍‌ କିଚ୍‌ଙ୍କ ସହିତ ଛାତକୁ ଯାଇଥିବା ସମୟରେ ଏହାର ଭିଡିଓ ସୁଟିଂ କରି ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ । ଏହାକୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଇଶାନ୍ତ ଯୁବିଙ୍କୁ ଟ୍ରୋଲ୍‌ କରିଛନ୍ତି ।

ଯୁବରାଜ ଏକ କ୍ରିକେଟ୍‌ ଓ୍ବିକେଟ ସାହାଯ୍ୟରେ ଛାତର ରେଲିଂକୁ ବାଡେଇ ଶବ୍ଦ ସୃଷ୍ଟି କରୁଥିଲେ । ଏହା ଉପରେ ଇଶାନ୍ତ ଲେଖିଥିଲେ ‘ପାଜୀ ବନ୍ଦେ ନେହିଁ କୁଟନେ, ତାଲି ମାରନା ହେଁ’ । କୌଣସି ମଣିଷକୁ ନୁହେଁ ଘଣ୍ଟା ବଜେଇବା ପାଇଁ ଏତେବଡ ଓ୍ବିକେଟ୍‌ର ଆବଶ୍ୟକତା ନାହିଁ ବୋଲି ଲେଖି ଇଶାନ୍ତ ଯୁବିଙ୍କୁ ଟ୍ରୋଲ୍‌ କରିଥିଲେ । ପୂର୍ବରୁ ଯୁବରାଜ ସୋସିଆଲ ମିଡିଆରେ ୟୁଜବେନ୍ଦ୍ର ଚହଲ ଏବଂ ରୋହିତ ଶର୍ମାଙ୍କୁ ଟ୍ରୋଲ୍‌ କରିଥିବା ବେଳେ ଆଜି ନିଜେ ଟ୍ରୋଲ୍‌ର ଶିକାର ହୋଇଛନ୍ତି ।

Related posts