Categories
ଆଜିର ଖବର ଖେଳ ମନୋରଂଜନ

ଜନତା କର୍ଫ୍ୟୁକୁ ନେଇ ଯୁବରାଜଙ୍କୁ ଟ୍ରୋଲ୍‌ କଲେ ଇଶାନ୍ତ

ନୂଆଦିଲ୍ଲୀ : ଭାରତୀୟ କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରିଛନ୍ତି ପେସର୍‌ ଇଶାନ୍ତ ଶର୍ମା । ରବିବାର ଜନତା କର୍ଫ୍ୟୁ ସମୟରେ ତାଳି ବଜାଇବାକୁ ପତ୍ନୀ ହାଜେଲ୍‌ କିଚ୍‌ଙ୍କ ସହିତ ଛାତକୁ ଯାଇଥିବା ସମୟରେ ଏହାର ଭିଡିଓ ସୁଟିଂ କରି ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ । ଏହାକୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଇଶାନ୍ତ ଯୁବିଙ୍କୁ ଟ୍ରୋଲ୍‌ କରିଛନ୍ତି ।

ଯୁବରାଜ ଏକ କ୍ରିକେଟ୍‌ ଓ୍ବିକେଟ ସାହାଯ୍ୟରେ ଛାତର ରେଲିଂକୁ ବାଡେଇ ଶବ୍ଦ ସୃଷ୍ଟି କରୁଥିଲେ । ଏହା ଉପରେ ଇଶାନ୍ତ ଲେଖିଥିଲେ ‘ପାଜୀ ବନ୍ଦେ ନେହିଁ କୁଟନେ, ତାଲି ମାରନା ହେଁ’ । କୌଣସି ମଣିଷକୁ ନୁହେଁ ଘଣ୍ଟା ବଜେଇବା ପାଇଁ ଏତେବଡ ଓ୍ବିକେଟ୍‌ର ଆବଶ୍ୟକତା ନାହିଁ ବୋଲି ଲେଖି ଇଶାନ୍ତ ଯୁବିଙ୍କୁ ଟ୍ରୋଲ୍‌ କରିଥିଲେ । ପୂର୍ବରୁ ଯୁବରାଜ ସୋସିଆଲ ମିଡିଆରେ ୟୁଜବେନ୍ଦ୍ର ଚହଲ ଏବଂ ରୋହିତ ଶର୍ମାଙ୍କୁ ଟ୍ରୋଲ୍‌ କରିଥିବା ବେଳେ ଆଜି ନିଜେ ଟ୍ରୋଲ୍‌ର ଶିକାର ହୋଇଛନ୍ତି ।

Categories
ବିଶେଷ ଖବର ମତାମତ

ପି.ଚିଦାମ୍ବରମଙ୍କ ଗିରଫକୁ ନେଇ ସୋସିଆଲ ମିଡିଆରେ ଅଦ୍ଭୁତ କାର୍ଟୁନ ସହିତ ଥଟ୍ଟା ପରିହାସ, ଫଟୋ ହେଉଛି ଭାଇରାଲ

ଗତକାଲି ରାତିରେ ଯେପରି ନାଟକୀୟ ଭାବେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ସିବିଆ ଗିରଫ କରିଛି ତାହାକୁ ନେଇ ପୁରା ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ହେଲେ ସୋସିଆଲ ମିଡିଆରେ ଏ ନେଇ ବଡ ରୋଚକ ତଥା ଅଦ୍ଭୁତ କମେଟ ସହ ଫଟୋ ପ୍ରକାଶିତ ହୋଇଛି। ଆଶ୍ଚର୍ଯ୍ୟର କଥା ଗତକାଲି ଚିଦାମ୍ବରମ ଗିରଫ ହେବା ମାତ୍ରେ ସୋସିଆଲ ମିଡିଆରେ ବିଭିନ୍ନ କାର୍ଟୁନ ପ୍ରକାଶିତ ହୋଇଛି। ଅନେକ ବିଭିନ୍ନ ପରିସ୍ଥିତିର ଭିନ୍ନ ଭିନ୍ନ ଫଟୋକୁ ଚିଦାମ୍ବରମଙ୍କ ଗିରଫ ସହିତ ଯୋଡି ଏକ ଥଟ୍ଟା ପରିହାସ କରିଛନ୍ତି ଏହି ସୋସିଆଲ ମିଡିଆ ବ୍ୟବହାରକାରୀ। ସେ ଭିତରୁ କିଛି ଅଦ୍ଭୁତ ଫଟୋ ଏପରି ରହିଛି।

ଚିଦାମ୍ବରମଙ୍କୁ ଘରୁ ସିବିଆଇ ଟେକି ନେବା ପରେ ପରେ କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋଟିରେ ଜେଲ ଇଫେକ୍ଟ ଦେଇ ଛାଡିଛନ୍ତି
ଚିଦାମ୍ବରମକୁ ସିବିଆଇ ନେବା ପରେ ପରେ ବିଜେପିର ବରିଷ୍ଠ ନେତା ସୁବ୍ରମଣମ୍ୟ ସ୍ବାମୀଙ୍କ ଅଲଗା ସମୟର ଫଟୋକୁ ସୋସିଆଲ ମିଡିଆରେ ସାମିଲ କରି ସେ କେତେ ଖୁସି ଅଛନ୍ତି ବୋଲି ପ୍ରତିପାଦନ କରାଯାଇଛି।
ଏହି ଫଟୋଟି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଛି। କାରଣ ୨୦୧୦ ମସିହାରେ ଅମିତ ସାହା ଯେତେବେଳେ ଗୁଜୁରାଟର ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ ଗିରଫ କରାଯାଇଥିଲା। ସେ ସମୟରେ କେନ୍ଦ୍ରରେ ଗୃହମନ୍ତ୍ରୀ ଥିଲେ ପି ଚିଦାମ୍ବରମ
ଏହି ଫଟୋଟି ମଧ୍ୟ ୨୦୧୦ ମସିହାରେ ଚିତାମ୍ବରମ କିପରି ଗୃହମନ୍ତ୍ରୀ ଥିବା ବେଳେ ଅମିତ ସାହା ଗିରଫ ହୋଇଥିବା ବେଳେ ୨୦୧୯ କିପରି ଅମିତ ସାହା ଗୃହମନ୍ତ୍ରୀ ବେଳେ ଚିଦାମ୍ବରମ ଗିରଫ ହୋଇଛନ୍ତି ତାାହା ସୂଚାଇ ଦେଉଛି
ଏହି କାର୍ଟୁନଟି ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି। ଏହା ସୂଚାଇ ଦେଉଛି ଯେ, ଚିଦାମ୍ବରମ ଗିରଫ ହେବା ପରେ ଦେଶର ପ୍ରମୁଖ ସାମ୍ବାଦିକମାନେ କିପରି ଖୁସିରେ ନାଚିଯାଉଛନ୍ତି। ଫଟୋକୁ ଏଡ଼ିଟ୍ କରି ଏକ କାର୍ଟୁନ ତିଆରି କରାଯାଇଛି।
ଏହାକୁ ମଧ୍ୟ ଏକ ଚଳଚିତ୍ରର ଫଟୋକୁ ଏଡିଟ କରି ସୋସିଆଲ ମିଡିଆରେ ପ୍ରସାରିତ କରାଯାଇଛି।

Photos- Different Social Media

Categories
ଆଜିର ଖବର

ରଣବୀର-ଦୀପିକାଙ୍କ ନକଲି ଫଟୋ ବ୍ୟବହାର କରିଛି ବିଜେପି

ଭୋଟର ମାନଙ୍କୁ ବିଭ୍ରାନ୍ତ କରିବା ପାଇଁ କିଛି  ବିଜେପି ସମର୍ଥକ ବଲିଉଡ୍‌ର ସେଲିବ୍ରିଟି ଯୋଡି ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଏକ ଫଟୋକୁୁ ଫଟୋଶ୍ପ୍‌ ନିର୍ବାଚନ ପ୍ରଚାରରେ ବ୍ୟବହାର କରିଛନ୍ତି। ପ୍ରକାଶିତ ଫଟୋରେ ଉଭୟ ‘ବିଜେପିକୁ ଭୋଟ ଦିଅନ୍ତୁ’ ସ୍ଲୋଗାନ ଥିବା ଗାମୁଛା ବେକରେ ପକାଇଥିବାର  ଦେଖାଯାଉଛି। ମାତ୍ର ବାସ୍ତବରେ ଉଭୟ କେବଳ କମଳା ରଙ୍ଗର ଗାମୁଛା ବେକରେ ପକାଇଛନ୍ତି। ନିଜ ବିବାହର କିଛି ଦିନ ପରେ ନଭେମ୍ବର ୩୦ରେ ଉଭୟ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରକୁ ଯାଇଥିବା ବେଳେ ଏହି ଫଟୋ ନିଆଯାଇଥିଲା। ‘ଏକ୍‌ ବିହାରୀ ଶୌ ପେ ଭାରୀ’ ନାମକ ଏକ ଗ୍ରୁପ୍‌ରେ ସେୟାର କରାଯାଇଥିବା ଏହି ଫଟୋରେ ଲେଖା ଯାଇଛି ‘ପଦ୍ମର ସ୍ବିଚ୍‌ ଦବାଇ ଦେଶର ବିକାଶରେ ସାମିଲ ହୁଅନ୍ତୁ’। ଅନ୍ୟୁନ ୩୬ ହଜାର ଥର ଏହି  ଲାଇକ୍‌ କରାଯିବା ସହିତ ୪ ହଜାର ଥର ସେୟାର କରାଯାଇଛି। ମେ ଭି ଚୌକିଦାର ନାମକ ଏକ ବ୍ୟକ୍ତିଗତ ଆକାଉଣ୍ଟରେ ଏହି ଫଟୋ ସେୟାର କରାଯାଇଥିବା ବେଳେ ୨୬୦୦ରୁ ଅଧିକ ଥର ସେୟାର କରାଯାଇଥିଲା। ଏହାପରେ ଅଲ୍‌ଟ ନ୍ୟୁଜ୍‌ (ALTNEWS.IN) ଏହି ଫଟୋର ତର୍ଜମା କରି ଦେଖିବାକୁ ପାଇଥିଲା ଯେ ଗାମୁଛାରେ ଲେଖାଥିବା ‘ବିଜେପିକୁ ଭୋଟ ଦିଅନ୍ତୁ’ ସ୍ଲୋଗାନଟି ଫଟୋଶପ୍‌ କରାଯାଇଥିଲା। ଅଲ୍ଟ ନ୍ୟୁଜ୍‌ ଏପରି ଏକ ଓ୍ବେବ୍‌ସାଇଟ୍‌ ଯାହା ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ଫଟୋ ଏବଂ ଭିଡିଓକୁ ତର୍ଜମା କରି ତାହା ସତ୍ୟତା ନେଇ ସୂଚନା ପ୍ରଦାେନ କରିଥାଏ।

Categories
ଆଜିର ଖବର

ମହିଳା ପ୍ରାର୍ଥୀଙ୍କ ଭାଇରାଲ୍‌ ଭିଡିଓ ପ୍ରସଙ୍ଗ, 2 ଗିରଫ

ନିର୍ବାଚନର ଅବ୍ୟବହତି ପୂର୍ବରୁ କେନ୍ଦୁଝର ଜିଲାର ସାଂସଦ ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରି। ସୂଚନାଯୋଗ୍ୟ ଯେ, ମହିଳାଙ୍କ ଭିଡିଓ ଭାଇରାଲ ନେଇ ତାଙ୍କ ମାମୁଁ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ମାମଲା ରୁଜୁ ପରେ କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ ଏହି ଘଟଣାରେ ଯେଉଁ ଗ୍ରୁପ ଓ ବ୍ୟକ୍ତି ବିଶେଷ ସଂପୃକ୍ତ ଅଛନ୍ତି, ସେମାନକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେବା ନିହାତି ଜରୁରୀ। ସେହିପରି ସୋସିଆଲ୍‌ ମିଡ଼ିଆରେ ଏଭଳି କାର୍ଯ୍ୟକରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ମଧ୍ୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଜରୁରୀ।