Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଇସୋଲେସନ୍‌କୁ ଗଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ : ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆଇସୋଲେସନ୍‌ର ରହିଛନ୍ତି । ଗତକାଲି କଂଗ୍ରେସ ବିଧାୟକ ଇମ୍ରାନ୍‌ ଖେଡାଓ୍ବାଲାଙ୍କୁ ଭେଟିଥିବା ବେଳେ ଆଜି ଇମ୍ରାନ୍‌ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ । ଇମ୍ରାନ୍‌ଙ୍କ ସାମ୍ପଲ ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ଆଇସୋଲେସନ୍‌ ବା ସେଲ୍ଫ କ୍ବାରେଣ୍ଟିନ୍‌ରେ ରହିବାର ନିଷ୍ପତ୍ତି ନେଇଛନ୍ତି ବିଜୟ ରୂପାନୀ । ଇମ୍ରାନ ଏବଂ ରୂପାନୀଙ୍କ ମଧ୍ୟର ଅନୁଷ୍ଠିତ ବୈଠକରେ ସାମାଜିକ ଦୂରତ୍ବକୁ ଧ୍ୟାନ ଦିଆଯାଇଥିଲେ ମଧ୍ୟ ପ୍ରତିଷେଧକ ମୂଳକୂ ବ୍ୟବସ୍ଥା ପାଇଁ ରୂପାନୀ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । (ଏଜେନ୍ସି)