Categories
ଆଜିର ଖବର ରାଜ୍ୟ ଖବର

କଟକ ଆୟକର ଆପିଲେଟ ଟ୍ରିବ୍ୟୁନାଲର ନୂଆ ଭବନକୁ ଉଦଘାଟନ କଲେ ମୋଦି

କଟକ: କଟକ ଆୟକର ଆପିଲେଟ ଟ୍ରିବ୍ୟୁନାଲ ନୂଆ ଭବନର ଉଦ୍‌ଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍ଘା‌ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସାମିଲ ହୋଇଥିଲେ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବିଷିଷ୍ଟ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ । ହାଇକୋର୍ଟ ମୁଖ୍ୟ ବିଚାରପତି ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, କଟକ ବେଞ୍ଚ ପୂର୍ବ ଭାରତ ଟିକସଦାତାଙ୍କୁ ସୁବିଧା ଦେଇପାରିବ। ବିଜୁ ବାବୁଙ୍କ ବିନା ଉଦ୍ୟମରେ କଟକରେ ଆଇଟିଏଟି ସମ୍ଭବ ହୋଇପାରି ନଥାନ୍ତା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ୟାକ୍ସ ଟେରରିଜିମ ଏବେ ଟ୍ୟାକ୍ସ ଟ୍ରାନ୍ସପେରେନ୍ସିରେ ପରିଣତ ହୋଇଛି। କରଦାତାଙ୍କୁ ସୁବିଧା ମିଳୁଛି। ବିଚାର ବିଭାଗ ଓ ନ୍ୟାୟ ପାଳିକାରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। 1.60 ଏକର ବିଶିଷ୍ଟ ପରିସରରେ ନିର୍ମିତ ହୋଇଥିବା ଏହି ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ସଂଖ୍ୟା କଟକ ସମେତ 65କୁ ବୃଦ୍ଧି ପାଇଛି। କଟକ ବେଂଚ ପୂର୍ବ ଭାରତ ଟିକସଦାତାଙ୍କୁ ସୁବିଧା ଦେଇପାରିବ ବୋଲି ମୋଦି କହିଛନ୍ତି । ନୂଆ ଅଟ୍ଟାଳିକାରେ ଉନ୍ନତ ସଂଚାର ବ୍ୟବସ୍ଥା ସହିତ ଇ-କୋର୍ଟ ସୁବିଧା ରହିଛି।