Categories
ଆଜିର ଖବର

ରୋହିତଙ୍କ 28 ତମ ଅନ୍ତର୍ଜାତୀୟ ଶତକ : ଓ୍ବେଷ୍ଟଇଣ୍ଡିଜ୍‌ ସମ୍ମୁଖରେ 388 ରନ୍‌ର ବିଜୟ ଲକ୍ଷ୍ୟ

ବିଶାଖାପଟ୍ଟନମ୍‌, 18/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ଦ୍ବିତୀୟ ଦିନିକିଆରେ ଓ୍ବିଣ୍ଡିଜ୍‌ ସମ୍ମୁଖରେ 388 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ଦୁଇ ଓପ୍ନର ରୋହିତ ଶର୍ମା(159) ଏବଂ ରାହୁଲ(102) ଶତକ ହାସଲ କରିଥିଲେ । ରୋହିତ ନିଜ ଅନ୍ତର୍ଜାତୀୟ କ୍ୟାରିୟରର 28 ତମ ଶତକ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର (53) ଏବଂ ଋଷଭ ପନ୍ତ(39) ରନ୍‌ ସଂଗ୍ରହ କରିଥିଲେ । ପ୍ରଥମ ଓ୍ବିକେଟରେ ରାହୁଲ-ରୋହିତ 227 ରନ୍‌ ଯୋଡିଥିଲେ । ରୋହିତ 135 ବଲ୍‌ର ସମ୍ମୁଖୀନ ହୋଇ 17ଟି ଚୌକା ଏବଂ 5 ଛକ୍କା ସହାୟତାରେ 159 ରନ୍‌ କରିଥିବା ବେଳେ ରାହୁଲ 104 ଟି ବଲ୍‌ର ସମ୍ମୁଖୀନ ହୋଇ 8ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ 102 ରନ୍‌ ସଂଗ୍ରହ କରିଥିଲେ । ଶେଷ ଭାଗରେ ପନ୍ତ 16ଟି ବଲ୍‌ର ସମ୍ମୁଖୀନ ହୋଇ 39 ରନ୍‌ ଏବଂ ଶ୍ରେୟସ ଆୟାର 32ଟି ବଲ୍‌ରୁ 53 ରନ୍‌ ସଂଗ୍ରହ କରିଥିଲେ । ଉଭୟ 3ଟି ଲେଖାଏଁ ଚୌକା ଏବଂ 4ଟି ଲେଖାଏଁ ଛକ୍କା ମାରିଥିଲେ । ଓ୍ବିଣ୍ଡିଜ୍‌ ପକ୍ଷରୁ କଟ୍‌ରେଲ୍‌ 2ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କିମୋ ପଲ୍‌ ଏବଂ ପୋଲାର୍ଡ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସି)

Categories
ଆଜିର ଖବର

5 ଭାରତୀୟ ଖେଳାଳିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଧଓ୍ବନ୍‌

ନୂଆଦିଲ୍ଲୀ,6/12: ଭାରତୀୟ ଓପ୍‌ନର ଶିଖର ଧଓ୍ବନ 5 ଭାରତୀୟ ଖେଳାଳିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଧଓ୍ବନ 5 ସାଥୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସ୍ପିଡଷ୍ଟର ଜସ୍‌ପ୍ରୀତ୍‌ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ୍‌ ଆୟାର, କରୁଣ ନାୟାର ଏବଂ ଆରପି ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧଓ୍ବନ୍‌ । ଧଓ୍ବନଙ୍କ ବ୍ୟତୀତ ଭିଭିଏସ୍‌ ଲକ୍ଷ୍ମଣ ଏବଂ କେ ଏଲ୍‌ ରାହୁଲ୍‌ ଅନ୍ୟ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । (ଏଜେନ୍ସୀ)