Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଜହାଙ୍ଗିରୀପୁରୀର ଗୋଟିଏ ଗଳିରୁ 46ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳର ଏକ ଗଳିରୁ 46 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଅଞ୍ଚଳର ଏଚ୍‌ ବ୍ଲକର ଗଳିରୁ ଏହି ସମସ୍ତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଚ୍‌ ବ୍ଲକର ତିନୋଟି ଗଳିକୁ ଅପ୍ରେଲ୍‌ 14 ତାରିଖରେ ସିଲ୍‌ କରାଯାଇଥିଲା । ଏହି 46ଜଣଙ୍କୁ ନରେଲାର କ୍ବାରେଣ୍ଟିନ୍‌ ସେଣ୍ଟରକୁ ନିଆଯାଇଛି ।

ଜାହାଙ୍ଗିରୀପୁରୀଠାରୁ ଏହା ତୃତୀୟ ବୃହତ୍ତ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଜାହାଙ୍ଗିରୀପୁରୀର ସି ବ୍ଲକରୁ 31ଟି ମାମଲା ଆସିଥିଲା । ସେହିପରି ଜାହାଙ୍ଗିରୀପୁରୀ ଥାନା ଅଞ୍ଚଳରେ ଜଣେ ପୋଲିସ ଏସ୍‌ଆଇ, ତାଙ୍କ ପତ୍ନୀ ଓ 7 ପୋଲିସ୍‌ କର୍ମୀଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଜହାଙ୍ଗିରୀପୁରୀରେ ଅଲଗା ଅଲଗା ଅଞ୍ଚଳରେ 89ଟି ମାମଲା ସାମ୍ନାକୁ ଆସିଛି ।

ସେହିପରି ବୁଧବାର ଦିନ ଜାମା ମସ୍‌ଜିଦ୍‌ ଅଞ୍ଚଳରୁ ଜଣେ ପରିବାରର 11 ଜଣ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଥିଲା । ଏହି ପରିବାରର ଜଣେ ସଦସ୍ୟ ବିଦେଶରୁ ଫେରିଥିଲେ । ଏହାପରେ ପରିବାରର ସମସ୍ତଙ୍କୁ ସଂକ୍ରମିତ ହୋଇଥିଲା । ଟେଷ୍ଟ ପରେ ପରିବାରର 18 ଜଣ ସଦସ୍ୟଙ୍କ ମଧ୍ୟରୁ 11ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଥିଲା ।  ସୂଚନାଯୋଗ୍ୟ, ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା 2,248 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ପାଇଛି । (ଏଜେନ୍ସି)