Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର

ଆଜି ଭୁବନେଶ୍ବର ଆସିବେ ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୀଦେବୀ କନ୍ୟା ଜାହ୍ନବୀ କାପୁର

ଭୁବନେଶ୍ବର: ଆଜି ଭୁବନେଶ୍ବର ଆସିବେ ଶ୍ରୀଦେବୀ କନ୍ୟା ତଥା ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଜାହ୍ମବୀ କାପୁର। ଆଜି ଅପରାହ୍ନରେ ସେ ମାଷ୍ଟରକ୍ୟାଟିନଠାରେ  କଲ୍ୟାଣ ଜୁଏଲରସ ସୋରୁମର ଉଦଘାଟନ କରିବେ। ଏ ନେଇ କଲ୍ୟାଣ ଜୁଏଲରସ ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଭୁବନେଶ୍ବରରେ କଂପାନୀ ତାହାର ତୃତୀୟ ସୋରୁମ ଖୋଲିବାକୁ ଯାଉଛି। ଏଥିରେ ଅଭିନେତ୍ରୀ ଜାହ୍ନବୀ କାପୁର ଯୋଗ ଦେବେ।

ଦେଶର ପ୍ରତିଷ୍ଠିତ ଅଳଙ୍କାର କଂପାନୀ ହେଉଛି କଲ୍ୟାଣ ଜୁଏଲରସ। ଏହାର ପ୍ରଥମ ସୋ ରୁମ ରୂପାଲି ଛକରେ ରହିଛି। ଏହାପରେ କଂପାନୀ ଓଡିଶାରେ ତାହାର ବ୍ୟବସାୟ କଳେବର ବୃଦ୍ଧି କରିବାରେ ଲାଗିଛି। ମାଷ୍ଟର କ୍ୟାଟିନ ଭୁବନେଶ୍ବରର ପ୍ରମୁଖ ବ୍ୟବସାୟିକ ପେଣ୍ଠ ହୋଇଥିବାରୁ କଂପାନୀ ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଉଦଘାଟନୀ ପାଇଁ କଂପାନୀ ଗ୍ରାହକମାନଙ୍କୁ ଅଫର ଦେବ ବୋଲି ଜଣାପଡିଛି।