Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମିସାଇଲ୍‌ ଆକ୍ରମଣରେ 80 ପ୍ରାଣହାନି ନେଇ ଇରାନ୍‌ର ଦାବି

ନୂଆଦିଲ୍ଲୀ : ମିସାଇଲ୍‌ ଆକ୍ରମଣରେ 80 ଜଣଙ୍କ ପ୍ରାଣହାନି ହୋଇଥିବା ନେଇ ଇରାନ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କମାଣ୍ଡର କାସି ସୋଲେମାନିଙ୍କ ହତ୍ୟା ବିରୋଧରେ ଇରାକରେ ଅବସ୍ଥାପିତ ଆମେରିକୀୟ ବେସ୍‌ ଉପରକୁ କରାଯାଇଥିବା ଆକ୍ରମଣରେ 80 ଜଣଙ୍କ ପ୍ରାଣହାନି ଘଟିଥିବା ନେଇ ଇରାନ୍‌ ପକ୍ଷରୁ ଦାବି କରାଯାଇଛି । ଇରାନ୍‌ ବୈଦେଶିକ ମନ୍ତ୍ରୀ ଜାଭେଦ୍‌ ଜାରିଫ୍‌ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ଏହି ଆକ୍ରମଣ ଆମେରିକା ଉପରେ ନୁହେଁ ବରଂ ଆମର ସେନାଧ୍ୟକ୍ଷଙ୍କୁ ହତ୍ୟା କରିଥିବା କିଛି ଆତଙ୍କୀଙ୍କ ଉପରେ ବୋଲି ଜାରିଫ୍‌ ସ୍ପଷ୍ଟୀକରଣ ଦେଇଛନ୍ତି । ମିଳିତ ଜାତିସଂଘର ଧାରା 51 ଅନୁଯାୟୀ ଆତ୍ମରକ୍ଷା ପାଇଁ ଏହି ଆକ୍ରମଣ କରାଯାଇଛି ବୋଲି ଜାରିଫ୍‌ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ରାତି 3.20 ମିନିଟ୍‌ରେ ଦୁଇ ଆମେରିକୀୟ ବେସ୍‌ ଉପରେ 15 କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । (ଏଜେନ୍ସୀ)