Categories
ଆଜିର ଖବର ଜାତୀୟ ଖବର

ପ୍ରକାଶ ପାଇଲା ଜେଇଇ ମେନ୍ 2020‌ ପରୀକ୍ଷାଫଳ : ସୌରଭ ସୌମ୍ୟକାନ୍ତ ଦାସ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ଜେଇଇ ମେନ୍‌ 2020 ରେଜଲ୍ଟ ଶୁକ୍ରବାର ପ୍ରକାଶ ପାଇଛି। ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ 99.99% ରଖି 34ତମ ସ୍ଥାନ ହାସଲ କରିଛନ୍ତି । ଚଳିତ ଜେଇଇ ମେନ୍‌ 2020ରେ 24 ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ୍ ରଖିଛନ୍ତି । ତେଲେଙ୍ଗାନାର ୮ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ୍ ମାର୍କ ରଖି ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ। ଦିଲ୍ଲୀରୁ 5ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ରହିଛନ୍ତି। ରାଜସ୍ଥାନରୁ ଚାରିଜଣ, , ଆନ୍ଧ୍ର ପ୍ରଦେଶରୁ ତିନିଜଣ, ହରିୟାଣାରୁ ଦୁଇଜଣ ଏବଂ ଗୁଜରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ୍ ମାର୍କ ରଖିଛନ୍ତି।

ଚଳିତ ଥର ଜେଇଇ ମେନ୍‌ ପାଇଁ 8 ଲକ୍ଷ 50 ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ 6 ଲକ୍ଷ 35 ହଜାର ଛାତ୍ରଛାତ୍ରୀ ଅର୍ଥାତ୍‌ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି-NTA ଦ୍ୱାରା ପରିଚାଳିତ ପରୀକ୍ଷାର ରେଲଜ୍ଟ ଛାତ୍ରଛାତ୍ରୀମାନେ jeemain,nta.nic.in ୱେବ୍‌ସାଇଟ୍‌କୁ ଯାଇ ଜାଣିପାରିବେ।