Categories
ଆଜିର ଖବର ଜାତୀୟ ଖବର

ଝାଡ଼ଖଣ୍ଡରେ ଅଟକିଲା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର, ବିମାନ ଉଡ଼ାଣ ପାଇଁ ଏଟିସିରୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ​​ପ୍ରଚାର କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଆଜି ରୋକିଦିଆଯାଇଛି। କୁହାଯାଉଛି ଯେ, କ୍ଲିୟରାନ୍ସ ଅଭାବରୁ ରାହୁଲଙ୍କ ହେଲିକପ୍ଟରକୁ ଉଡ଼ାଣ କରିବାକୁ ଦିଆଯାଇନାହିଁ। ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ମହାଗାମାରେ ଅଟକାଇ ଦିଆଯାଇଛି।

କଂଗ୍ରେସ ଅଭିଯୋଗ କରିଛି ଯେ, ରାହୁଲଙ୍କ ହେଲିକପ୍ଟର ପ୍ରାୟ ଏକ ଘଣ୍ଟା ପାଇଁ ଅଟକି ରହିଛି। କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଚାର ପାଇଁ ଆଜି ଝାଡ଼ଖଣ୍ଡରେ ପହଞ୍ଚିଛନ୍ତି। ତାଙ୍କର ଚକାଇରେ ଏକ ସାଧାରଣ ସଭା ଅଛି। ଏହି କାରଣରୁ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇନଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଝାଡଖଣ୍ଡ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଚମ୍ପେଇ ସୋରେନଙ୍କ ପାଇଁ ପ୍ରଚାର କରି କଣ କହିଲେ..

ଭୁବନେଶ୍ବର: ଝାଡଖଣ୍ଡ ନିର୍ବାଚନ ପ୍ରଚାରରେ ନିଜକୁ ସାମିଲ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ଆଜି ଦିନିକିଆ ଗସ୍ତରେ ଯାଇ ସେଠାରେ ଷଢେଇକଳା ଖରସୁଆଁ ଏବଂ ପଶ୍ଚିମ ସିହଂଭୂମିରେ ପ୍ରଚାର କରିଛନ୍ତି। ସେହି ଅଞ୍ଚଳରେ ବହୁ ଓଡିଆ ତଥା ଆଦିବାସୀ ରହିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଭାବ ପଡିବ ବୋଲି ରାଜ୍ୟ ବିଜେପି ଆଶା କରିଛି।

ଏହି ପ୍ରଚାର ବେଳେ ସେ ଓଡିଶାର ପୂର୍ବ ସରକାର କିପରି ଖଣି ଦୁର୍ନିତିରେ ଲିପ୍ତ ରହିଥିଲା ତାହା ଭାଷଣ ମାଧ୍ୟମରେ କହିଥିଲେ। ଏଥିସହିତ ସେଠାରେ ବର୍ତ୍ତମାନ ଡବଲ ଇଂଜିନ ସରକାର ଚାଲିବା ପରେ କିପରି ସୁଫଳ ମିଳିଛି ସେ ସଂପର୍କରେ ଲୋକଙ୍କୁ କହିଥିଲେ। ଏଥିସହିତ ଝାଡଖଣ୍ଡରେ ମଧ୍ୟ ଡବଲ ଇଂଜିନ ସରକାର ଚାଲିବା ବୋଲି ସେ ଦୃଢତାର ସହିତ କହିଛନ୍ତି।

ମୁକ୍ୟମନ୍ତ୍ରୀ ବିବାଦୀୟ ନେତା ଚମ୍ପେଇ ସୋରେନଙ୍କ ପାଇଁ ମଧ୍ୟ ପ୍ରଚାର କରିଛନ୍ତି। ସୋରେନ ଷଢେଇକଳା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ସେଠାରେ ସେ କହିଛନ୍ତି ଯେ, ଝାଡଖଣ୍ଡ ବାସୀ ବିଜେପି ସରକାର ଆଣିବା ପାଇଁ ମନସ୍ଥ କରିସାରିଛନ୍ତି। ଭୋଟ ଗଣତି ପରେ ଏଠାରେ ବିଜେପି ସରକାର ଆସିବ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡଖଣ୍ଡ ନିର୍ବାଚନର ଷ୍ଟର ପ୍ରଚାରକ ଅଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଝାଡଖଣ୍ଡର ଷ୍ଟାର ପ୍ରଚାରକ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ସଂସ୍କୃତି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହିତ ବହୁ ଓଡିଶା ନେତା ଓ ମନ୍ତ୍ରୀ ସାମିଲ ହୋଇଛନ୍ତି। ଝାଡଖଣ୍ଡରେ ଆସନ୍ତା 13 ଏବଂ 20 ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ନିର୍ବାଚନ ପ୍ରଚାରରେ ଭାଗ ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡଖଣ୍ଡ ଗସ୍ତରେ ଯିବେ। ସେଠାରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବେ। ଏଥିପାଇଁ ଝାଡଖଣ୍ଡ ବିଜେପି ତରଫରୁ ପ୍ରସ୍ତୁତି କରାଯାଇଛି। ପୂର୍ବରୁ ସେଠାରେ ଓଡିଶାର ମନ୍ତ୍ରୀଗଣ ଡେରାପକାଇ ପ୍ରଚାର କରିବାରେ ଲାଗିଛନ୍ତି।

ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାରାଥନ୍ ସଭା ଓ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ସେ ଷଢ଼େଇକଳା ଖରସୁଆଁ ଓ ସିଂହଭୂମିରେ ସଭା କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଝାଡଖଣ୍ଡ ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା, ଓଡିଶାରୁ ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ସାମିଲ

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ସମେତ ଚାଲିଶ ଜଣ ରହିଛନ୍ତି। ତେବେ ଏହି ତାଲିକାରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ଏହି ଦୁଇଜଣ ଝାଡଖଣ୍ଡ ନିର୍ବାଚନର ମୁଖ୍ୟ ଆକର୍ଷଣ ହେବେ।

ଚାଲିଶ ଜଣିଆ ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଥିବା ବେଳେ ଦ୍ବିତୀୟରେ ଅଛନ୍ତି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା। ସେହିପରି ତୃତୀୟ ରାଜନାଥ ସିଂ ଏବଂ ଚତୁର୍ଥରେ ଅମିତା ଶାହା। ତାପରେ ନୀତିନ ଗଡକରୀ, ଶିବରାଜସିଂ ଚୌହ୍ବାନ ଏବଂ ହେମନ୍ତ ବିଶ୍ବଶର୍ମା ରହିଛନ୍ତି।

ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ 12 ନମ୍ବରରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 17 ନମ୍ବରରେ ରହିଛନ୍ତି। ତେବେ ଏହି ତାଲିକାରେ ଆଦିବାସୀ ନେତାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଯେପରିକି ଚମ୍ପେଇ ସୋରେନ, ଅର୍ଜ୍ଜୁନ ମୁଣ୍ଡା, ବିଷ୍ଣୁ ଦେଶାଇ ପ୍ରମୁଖ ରହିଛନ୍ତି। ଝାଡଖଣ୍ଡରେ ଆସନ୍ତା ନଭେମ୍ବର 13 ଏବଂ 20 ତାରିଖରେ ନିର୍ବାଚନ ହେବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବେ ଝାଡଖଣ୍ଡର ପୋଷ୍ଟର ବଏ, ଓଡିଶାର ବହୁ ବିଜେପି ନେତା ଧରିବେ ପ୍ରଚାର ମଙ୍ଗ

ଭୁବନେଶ୍ବର: ଖୁବ ଶିଘ୍ର ଓଡିଶା ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ନିର୍ବାଚନ ପ୍ରଚାର ମଙ୍ଗ ଧରିବେ। ଏ ନେଇ ରାଷ୍ଟ୍ରୀୟ ବିଜେପି ତରଫରୁ ହୋଇଛି ବଡ ଯୋଜନା। ସେଠାରେ ମୋହନ ମାଝୀଙ୍କୁ ଓଡିଶାର 24 ବର୍ଷର ସରକାରକୁ ଭାଙ୍ଗି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ଦଳ ପ୍ରଚାର କରିବ। ସେତିକି ନୁହେଁ କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର ସବୁ ମନ୍ତ୍ରୀ ଓ ବିଧାୟକ ଏବଂ ସାଂସଦ ମଧ୍ୟ ଝାଡଖଣ୍ଡ ନିର୍ବାଚନର ମଙ୍ଗ ଧରିବେ।

ବର୍ତ୍ତମାନ ଝାଡଖଣ୍ଡ ନିର୍ବାଚନ ବିଜେପି ପାଇଁ ଏକ ଚାଲେଞ୍ଜ ଭାବେ ଉଭା ହୋଇଛି। ଏହି ରାଜ୍ୟର ଜେଏମଏମ ସରକାରଙ୍କୁ ଭାଙ୍ଗି ବିଜେପି କିପରି ଶାସନ କରିବ ସେ ନେଇ ରଣନୀତି ତିଆରି ଚାଲିଛି। ଝାଡଖଣ୍ଡରେ ବହୁ ଓଡିଆ ବସବାସ କରୁଛନ୍ତି। ଅନେକ ନିର୍ବାଚନ ମଣ୍ଡଳିରେ ଓଡିଆ ଭୋଟରଙ୍କ ଦବଦବା ମଧ୍ୟ ରହିଛି। ସେଥିପାଇଁ ଓଡିଆ ଭୋଟକୁ ହାତେଇବା ଏବଂ 24 ବର୍ଷର ସରକାରକୁ ଭାଙ୍ଗିବା ପ୍ରଚାର କରାଇବାକୁ ବିଜେପି ଏହି ଯୋଜନା କରିଛି।

ସେହିପରି ଏହି ଯୋଜନାରେ ସାମିଲ ହେବେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ପାଞ୍ଚ ବରିଷ୍ଠ ସାଂସଦ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ମଧ୍ୟ ଏହି ପ୍ରଚାରର ମୁଖ୍ୟ ପୁରୋଧା ସାଜିବେ। ଏ ନେଇ ଆସାମର ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡର ବିଜେପି ପ୍ରଭାରୀ ହିମନ୍ତ ବିଶ୍ବଶର୍ମା ଓଡିଶା ନେତାମାନଙ୍କ ସହିତ ଆଲୋଚନା କରିସାରିଛନ୍ତି।

ଝାଡଖଣ୍ଡରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଜେଏମଏମ ପ୍ରଚାର ମଙ୍ଗ ଧରିଛନ୍ତି। ସେ ହେଉଛନ୍ତି ଓଡିଆ ଏବଂ ମୟୁରଭଂଜ ବାସିନ୍ଦା। ହେମନ୍ତ ସୋରେନ ଜେଲରେ ଥିବା ବେଳ କଳ୍ପନା ସବୁକିଛି ଦେଖାରଖା କରୁଥିଲେ। ସେ ହେମନ୍ତଙ୍କ ପରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ କୁହାଯାଉଥିଲା। କଳ୍ପନାଙ୍କ ରଣନୀତିକୁ ଭାଙ୍ଗିବା ପାଇଁ ଓଡିଶା ନେତାଙ୍କ ଉପରେ ଭରସା କରିଛି ରାଷ୍ଟ୍ରୀୟ ବିଜେପି।

ଝାଡଖଣ୍ଡରେ ବିଜେପିର ଏକ ପ୍ରମୁଖ ନାରା ହେଉଛି ପଡୋଶୀ ରାଜ୍ୟ ଓଡିଶାରେ 24 ବର୍ଷର ନବୀନ ସରକାରକୁ ଧରାଶାୟୀ କରି ବିଜେପି କ୍ଷମତାକୁ ଆସିଲା। ସେହି ଉଦାହରଣ ଝାଡଖଣ୍ଡବାସୀଙ୍କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବନିବେ ପୋଷ୍ଟର ବଏ। ଆଉ ତାଙ୍କୁ ସାହାଯ୍ୟ କରିବେ ଓଡିଶାର ବହୁ ବିଧାୟକ ଓ ସାଂସଦ। ତେବେ ଏ ନେଇ ବିଜେପିର ରଣନୀତି କେତେ ସଫଳ ହେବ ତାହା ଭୋଟ ଗଣତି ପରେ ଜଣାପଡିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କଣ ପାଇଁ ରାଜ୍ୟପାଳଙ୍କୁ କଲେ ସାକ୍ଷାତ, ବଢୁଛି ସନ୍ଦେହ

ଭୁବନେଶ୍ବର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଇତିମଧ୍ୟରେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଛନ୍ତି। ହଠାତ ତାଙ୍କର କୌଣସି ଦଳୀୟ କିମ୍ବା ସରକାରୀ କାର୍ଯ୍ୟକ୍ରମ ନ ଥିବା ବେଳେ ସେ ରଘୁବର ଦାସଙ୍କୁ ସାକ୍ଷାତ କରି ଫେରିଯିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ସେ ସିଧା ବିମାନ ବନ୍ଦରରୁ ରାଜଭବନ ଏବଂ ବିମାନ ବନ୍ଦର ଯାଇ ଝାଡଖଣ୍ଡ ଯାଇଥିଲେ।

ତେବେ ସେ ରଘୁବର ଦାସଙ୍କ ସହିତ କଣ କଥା ହେଲେ ଆଉ ଏହା କଣ ଏତେ ଜରୁରୀ ଥିଲା କି ବୋଲି ସ୍ବାଭାବିକ ପ୍ରଶ୍ନ ଉଠିବ। ତେବେ ପୂର୍ବରୁ ରଘୁବର ଦାସ ଝାଡଖଣ୍ଡରେ ସକ୍ରିୟ ରାଜନୀତିକୁ ଫେରିବେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପଟେ ହିମନ୍ତ ଝାଡଖଣ୍ଡ ବିଜେପିର ପ୍ରଭାରୀ ଅଛନ୍ତି। ତେଣୁ ରଘୁବରଙ୍କ ସକ୍ରିୟ ରାଜନୀତିକୁ ଫେରିବା ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି।

ଆଉ ଦୁଇ ମାସ ପରେ ଝାଡଖଣ୍ଡ ନିର୍ବାଚନ ହେବ। ସେଥିପାଇଁ ସେଠାକାର ରାଜନୀତି ସରଗରମ ହେବାରେ ଲାଗିଛି। ଗୋଟିଏ ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଲଯିବା ଏବଂ ତାଙ୍କର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ଜେଏମଏମରୁ ଇସ୍ତଫା ଦେବା ଘଟଣା ଘଟିଯାଇଛି। ଏପରି ପରିସ୍ଥିତିରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଓଡିଶାର ରାଜ୍ୟପାଳ ରଘୁବର ଦାସ ସକ୍ରିୟ ରାଜନୀତିକୁ ଫେରିବାର ସମ୍ଭାବନା ଦେଖାଦେଇଛି।

ପୂର୍ବରୁ ରଘୁବର ଦାସ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି କୁଆଡେ ଝାଡଖଣ୍ଡ ରାଜନୀତିକୁ ଫେରିବେ ବୋଲି ଜଣାଇଥିବାର କୁହାଯାଉଛି। ପୁଣି ଝାଡଖଣ୍ଡ ବିଜେପି ଦାୟିତ୍ବରେ ଥିବା ବିଶ୍ବଶର୍ମାଙ୍କ ରଘୁବରଙ୍କୁ ସାକ୍ଷାତ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଅନ୍ୟପଟେ ରଘୁବର କୁଆଡେ ପୁଣି ରାଜନୀତିକୁ ଫେରିବାର ବହୁ ଆଗ୍ରହ ରହିଛି ବୋଲି ଅନୁମାନ କରାଯାଇଛି।

ତେବେ ଏହି ପରିସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମକୁ ଯେଉଁ ବିବୃତି ଦେଇଛନ୍ତି ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି। ସେ ମାତ୍ର ଦୁଇ ଘଣ୍ଟା ରାଜଭବନରେ ରହି ଫେରିଯାଇଥିଲେ ଆଉ ତାଙ୍କର ଗସ୍ତ ବ୍ୟକ୍ତିଗତ ଥିଲା ବୋଲି କହିଥିଲେ। ଫଳରେ କଣ ଏପରି ବ୍ୟକ୍ତିଗତ ଥିଲା ଯେ, ସେ ଅଳ୍ପ ସମୟ ପାଇଁ ଆସି ଚାଲିଗଲେ। ତେବେ ତାଙ୍କର ଗସ୍ତର ପ୍ରକୃତ ରହସ୍ୟ ଖୁବ ଶିଘ୍ର ଜଣାପଡିବ ବୋଲି କୁହାଯାଉଛି।

Categories
ଆଜିର ଖବର

ନିର୍ବାଚନରେ ବିଜୟ ନେଇ ହେମନ୍ତ ସୋରେନ୍‌ଙ୍କୁ ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ-ଜେଏମଏମ୍‌-ଆରଜେଡି ମହାମେଣ୍ଟ ରାଜ୍ୟରେ ଥିବା ବିଜେପି ସରକାରକୁ କଡ୍ଡା ଟକ୍କର ଦେଇ  ବିଜୟୀ ହୋଇଛନ୍ତି। ନିର୍ବାଚନ ପରିଣାମ ଆସିବା ପରେ ଜେଏମଏମ ନେତା ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ନେଇ ସ୍ପଷ୍ଟ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ସୋରେନ୍‌ଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ଝାଡଖଣ୍ଡ ବିଧାନସଭା ନିର୍ବାଚନ ବିଜୟ ପାଇଁ ହେମନ୍ତ ସୋରନେ୍‌ ଓ ଜେଏମ୍‌ଏମ୍‌ର ନେତୃତ୍ବ ନେଉଥିବା ସମସ୍ତ ମହାମେଣ୍ଟକୁ ଶୁଭକାମନା। ରାଜ୍ୟରେ ସେବା କରିବା ନିମେନ୍ତ ଶୁଭକାମନା। ଆଉ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଝାଡଖଣ୍ଡ ଲୋକଙ୍କୁ ଧନ୍ୟବାଦ ଯେ, ବିଜେପିକୁ କିଛି ବର୍ଷ ସେବା କରିବାକୁ ସୁଯୋଗ ଦେଇଥିବାରୁ। ବିଜେପି ଆଗାମୀ ସମୟରେ ମଧ୍ୟ ଝାଡଖଣ୍ଡର ସେବା କରିବା ସହିତ ଜନତାଙ୍କ ହିତ ପାଇଁ କାର୍ଯ୍ୟ ଜାରି ରଖିବ। (ଏଜେନ୍ସି)

Categories
ଆଜିର ଖବର

ବିଜେପିର ଆକ୍ରମକ ପ୍ରଚାରକୁ ଜନତାଙ୍କ ପ୍ରତ୍ୟାଖାନ : ଅରବିନ୍ଦ କେଜ୍‌ରୀଓ୍ବାଲ

ନୂଆଦିଲ୍ଲୀ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରେ ଜେଏମଏମ୍‌-କଂଗ୍ରେସ-ଆରଜେଡି ମହାମେଣ୍ଟ ଆଗୁଆ ରହିଥିବାବେଳେ ଗତ ପାଞ୍ଚବର୍ଷ ଧରି ସରକାରରେ ରହିଥିବା ବିଜେପି ପଛୁଆ ରହିଛି। ଝାଡଖଣ୍ଡରେ ବିଜେପିରେ କଡ୍ଡା ପରାଜୟର ଫଳ ଆସିବା ନେଇ ସ୍ପଷ୍ଟ ଦେଖାଯାଉଛି। ଏହି ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ନିଜର ମତ ରଖିଛନ୍ତି। ବିଜେପିର ଅହଂକାରକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଅରବିନ୍ଦ କେଜ୍‌ରୀଓ୍ବାଲ କହିଛନ୍ତି। ଆମ୍‌ ଆଦ୍‌ମୀ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଜେଏମଏମ୍‌ ନେତା ହେମନ୍ତ ସୋରେନ୍‌ଙ୍କ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଜନତା କାମକୁ ଭୋଟ ଦିଅନ୍ତି, ବିଜେପି ଅହଂକାର ଦେଖାଇଛି। ଶେଷ ଦୁଇ ପର୍ଯ୍ୟାୟରେ ସିଏବି ଓ ଏନ୍‌ଆରସିକୁ ନେଇ ଆକ୍ରମକ ପ୍ରଚାର ମଧ୍ୟ କରିଛି। କିନ୍ତୁ ଫଳରେ ଜନତା ତାଙ୍କୁ ଅଗ୍ରାହ୍ୟ କରିଛି। (ଏଜେନ୍ସି)

Categories
ଆଜିର ଖବର

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟର ୨୦ଟି ଆସନ ପାଇଁ ମତଦାନ ଜାରି

ଝାଡଖଣ୍ଡ, ୭/୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଆଜି ପୂର୍ବାହ୍ନ ୭ଟାରେ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଆସନ ରହିଛି । ରଘୁବର ଦାସ ଜାମସେଦପୁର ପୂର୍ବ ଆସନରୁ ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିରୋଧରେ ରହିଛନ୍ତି ସରଜୁ ରାୟ ଓ କଂଗ୍ରେସ ଟିକେଟରେ ପ୍ରଫେସର ଗୌରବ ବଲ୍ଲବ ନିର୍ବାଚନ ଲଢ଼ିଛନ୍ତି । ଏଠାରେ ତ୍ରିମୁଖୀ ଲଢ଼େଇ ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର୨୦ଟି ଆସନ ପାଇ‘ ମତଦାନ ହେଉଥିବାବେଳେ ଏହି ଆସନରେ ୨୬୦ ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି । ସୂଚନାଯୋଗ୍ୟ ଯେ, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ୫ଟି ପର୍ଯ୍ୟାୟରେ ମତଦାନ ହେଉଛି । ଡିସେମ୍ବର ୨୦ରେ ମତଦାନ ଶେଷ ହେବାକୁ ଥିବାବେଳେ ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ । ଝାଡ଼ଖଣ୍ଡର ୬୭ଟି ଆସନ ଅତି ସମ୍ବେଦନଶୀଳ ଅଟେ । (ଏଜେନ୍ସି)