Categories
ଆଜିର ଖବର ଜାତୀୟ ଖବର

ରାଜନୈତିକ ଭବିଷ୍ୟତକୁ ଡରି ବିଚାରଧାରାକୁ ପକେଟ୍‌ରେ ରଖିଲେ ସିନ୍ଧିଆ : ରାହୁଲ୍‌

ନୂଆଦିଲ୍ଲୀ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭାରତୀୟ ଜନତା ପାର୍ଟିରେ ସାମିଲ୍‌ ହେବା ପରେ ଏହାକୁ ନେଇ ବୟାନ ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି । ସିନ୍ଧିଆଙ୍କୁ ଟାର୍ଗେଟ୍‌ କରି ରାହୁଲ୍‌ କହିଛନ୍ତି ଯେ, ଏହା ଏକ ବିଚାରଧାରର ଲଢେଇ। ସେ ସିନ୍ଧିଆଙ୍କ ପୂର୍ବରୁ ଜାଣିଛନ୍ତି। ତେବେ ସିନ୍ଧିଆ ନିଜର ରାଜନୈତିକ ଭବିଷ୍ୟତ ଡରରେ ବିଚାରଧାରାକୁ ନିଜ ପକେଟ୍‌ରେ ରଖି ଆରଏସ୍‌ଏସ୍‌ ସହିତ ପାଦରେ ପାଦ ମିଶାଇଛନ୍ତି । ସିଏ ଯାହା କଲେ, ତାହାକୁ ନେଇ ସେ ବହୁତ ଶୀଘ୍ର ଅବସୋସ କରିବେ। ତାଙ୍କୁ ସେଠାରେ ସମ୍ମାନ ମିଳିବ ନାହିଁ ବୋଲି କହିଛନ୍ତି ରାହୁଲ୍‌। ଏହି ଅବସରରେ ରାହୁଲ୍‌ ଗାନ୍ଧି ଦେଶର ଆର୍ଥିକ ଅବସ୍ଥାକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୋଦି ସରକାର ଦେଶର ଅର୍ଥବ୍ୟବସ୍ଥାରୁ ଧ୍ୟାନ ହଟାଇବା ପାଇଁ ଲଗାତାର ଉଦ୍ୟମ କରୁଥିବାର କହିଛନ୍ତି  ରାହୁଲ୍‌ ଗାନ୍ଧି । (ଏଜେନ୍ସି)