Categories
ଆଜିର ଖବର

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ ଯୋଗଦେଲେ କିଶାନ କୁମାର, ମନ୍ଦିର ଚାରିପଟ ଉଚ୍ଛେଦ ପ୍ରକ୍ରିୟାକୁ କରିବେ ତ୍ବରାନିତ୍ବ

ସମୀକ୍ଷା ବ୍ୟୁରୋ

ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଯୋଗଦେଲେ ଆଇଏଏସ ଅଧିକାରୀ କିଶନ କୁମାର। ଆଜି କିଶନ ପୁରୀ ଯାଇ ବିଧିବଦ୍ଧ ଭାବେ ସେ ମନ୍ଦିର ପ୍ରଶାସକ ଭାବେ ଦାୟିତ୍ବ ନେଇଛନ୍ତି। ଏହା ପୂର୍ବରୁ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ୍ତ ମହାପାତ୍ର କାର୍ଯ୍ୟ କରୁଥିଲେ। ସେ କୃଷି ଉତ୍ପାଦକ କମିଶନର ଭାବେ ଯୋଗଦେବା ପରେ ଏହି ପଦବୀରେ କିଶନଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ନିଯୁକ୍ତି ଦେବା ପୂର୍ବରୁ ସରକାର ପୁରୀ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ତାହା ହେଉଛି ମନ୍ଦିର ଚାରିପଟୁ ଉଚ୍ଛେଦ ପ୍ରକିୟା ଆରମ୍ଭ କରାଯାଇଛି। ସରକାର ବର୍ତ୍ତମାନ ଶ୍ରୀମନ୍ଦିରକୁ ଏକ ସୁନ୍ଦର ଧାର୍ମିକ ସ୍ଥଳ ଭାବେ ପରିଗଣିତ କରିବା ପାଇଁ ଚାହୁଛନ୍ତି। ପର୍ଯ୍ୟଟକ ବା ଯାତ୍ରୀ ଆସିଲେ ଯେପରି ମନ୍ଦିର ଚାରିପଟେ ଠିକରେ ଦର୍ଶନ କରିବେ ସେଥିପାଇଁ ଏହି ଉଚ୍ଛେଦ ପକ୍ରିୟା ଆରମ୍ଭ କରାଯାଇଛି। ସେହି କାର୍ଯ୍ୟକୁ କିଶନ କୁମାର ତ୍ବରାନିତ୍ବ କରିବେ ବୋଲି ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।