Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କେରଳରେ 5 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ

ଥିରୁଅନନ୍ତପୁରମ୍‌ : କେରଳରେ 5 ଜଣ ନୂତନ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ନୂତନ 5 ଜଣଙ୍କୁ ମିଶାଇ ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି । କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା 5 ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । କେରଳର ପଥନମଥିଟ୍ଟାରେ ଏହି 5 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଇଟାଲୀ ଯାଇଥିବା ବେଳେ ଅନ୍ୟମାନେ ତାଙ୍କର ସମ୍ପର୍କୀୟ ବୋଲି ଜଣା ପଡିଛି । ପ୍ରଥମେ ସମ୍ପର୍କୀୟ ମାନେ ଜ୍ବରରେ ପୀଡିତ ହେବା ପରେ ଯୁବକଙ୍କ ଠାରେ କୋରୋନା ଭାଇରସ୍‌ର ଲକ୍ଷଣ ଦେଖାଦେଇଥିଲା । ସମସ୍ତ 5 ଜଣ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରତିଶେଧକ ମୂଳକ ପଦକ୍ଷେପ ସ୍ବରୂପ ବର୍ତ୍ତମାନ ସୁଦ୍ଧା କେରଳରେ 637 ଜଣଙ୍କୁ ହସ୍ପିଟାଲରେ ରଖାଯାଇଛି । (ଏଜେନ୍ସି)