Categories
ଜାତୀୟ ଖବର ବିଶେଷ ଖବର

ଐତିହାସିକ କୋଶୀ ରେଳ ମହାସେତୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ, ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ରତା

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିମ ମାଧ୍ୟମରେ ବିହାରର ବହୁ ପ୍ରତୀକ୍ଷିତ କୋଶୀ ରେଳ ମହାସେତୁ ଉଦଘାଟନ କରିଛନ୍ତି। ତେବେ ଏହାର ସ୍ବତନ୍ତ୍ରତା ହେଉଛି ଏହି ରେଳ ସଂଯୋଗ ଯୋଗୁଁ ବିହାର ରାଜ୍ୟରେ ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି ହେଲା। କାରଣ ଏହି ରେଳ ମହାସେତୁ ଯୋଗୁଁ ବିହାରର ସମସତିପୁର ଏବଂ ଜୟନଗର ମଧ୍ୟରେ ଦୂରତା 3ଶହ କିଲୋମିଟର ହ୍ରାସ ପାଇଲା। ତେବେ ଏହି ସେତୁ କୋଶୀ ନଦୀ ଉପରେ ପ୍ରାୟ 1.9 କିଲୋମିଟର ଲମ୍ବାରେ ଯାଇଛି। ଏଥିପାଇଁ ମୋଟ ଖର୍ଚ୍ଚ ହୋଇଛି 5 ଶହ 16 କୋଟି ଟଙ୍କା।

ଏହି ରେଳ ମହାସେତୁ ନିର୍ମାଣ କରିବା ପାଇଁ 2003-2004 ମସିହାରେ ଅନୁମୋଦନ ହାସଲ କରିଥିଲେ। ହେଲେ ଏହା କାମ ଠିକ ଭାବରେ ହୋଇପାରିନ ଥିଲା। ବିଗତ ଚାରି ବର୍ଷ ମଧ୍ୟରେ ଏହି ସେତୁର କାମ ତୀବ୍ର ଗତିରେ ଆରମ୍ଭ କରାଯାଇଥିଲା।  ଏହା ବିହାର ରାଜ୍ୟ ମଧ୍ୟରେ ଦୂରତା ହ୍ରାସ କରିବା ସହିତ ପଶ୍ଚିମ ବଂଗ ଏବଂ ପୂର୍ବ ଭାରତ ସହିତ ସଂଯୋଗ ସ୍ଥାପନ କରିପାରିଛି। ବର୍ତ୍ତମାନ ଏହା ଇଣ୍ଡୋ ନେପାଳ ସୀମାଠାରୁ ମାତ୍ର 22 କିଲୋମିଟର ଦୂରରେ ରହିଛି।

ତେବେ ଏହି ମହାସେତୁ କାମ କୋଭିଡ19 ମହାମାରି ସମୟରେ ଶେଷ ହେବା ଅନ୍ୟ ଏକ ଗୁରୁତ୍ବ ପୂର୍ଣ୍ଣ କାମ। ଏହି ପ୍ରକଳଲ୍ପରେ ପ୍ରବାସୀ ଶ୍ରମିକଙ୍କୁ ନିୟୋଜିତ କରାଯାଇ କାମ ଶେଷ କରାଯାଇ ପାରିଛି। ଗୋଟିଏ ପଟେ ପ୍ରବାସୀ ଶ୍ରମିକଙ୍କୁ କାମ ଅନ୍ୟପଟେ ବିହାର ବାସୀଙ୍କ ସ୍ବପ୍ନକୁ ସାକାର କରିପାରିଛି ଏହି ରେଳ ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ଏହି ମେଗା ସେତୁ ସହିତ ଆଉ କେତେକ ରେଳ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିଛନ୍ତି। ସେଗୁଡିକ ହେଲା

1-କୁଲ ନଦୀ ଉପରେ ଅନ୍ୟ ଏକ ରେଳ ବ୍ରିଜର ଉଦଘାଟନ

2-ଦୁଇଟି ନୂଆ ରେଳ ଲାଇନର ଲୋକାର୍ପିତ

3-5ଟି ରେଳ ବିଦ୍ୟୁତକରଣ ପ୍ରକଳ୍ପର ଉଦଘାଟନ

4-ତୃତୀୟ ରେଳ ଲାଇନ ପ୍ରକଳ୍ପର ଉଦଘାଟନ କରିଛନ୍ତି।

ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ବିହାରରେ ବର୍ତ୍ତମାନ ପ୍ରାୟ 90 ଶତାଂଶ ରେଳପଥର ବିଦ୍ୟୁତ୍‌କରଣ କାର୍ଯ୍ୟ ଶେଷ ହୋଇଛି । ଗତ 6 ବର୍ଷ ମଧ୍ୟରେ 3 ହଜାର କିମି ଲମ୍ବର ରେଳପଥକୁ ବିଦ୍ୟୁତ୍‌ ସୁବିଧା ଯୋଗାଇ ଦିଆଯାଇଛି ।

ଏଥିସହିତ 2014 ପୂର୍ବରୁ 5 ବର୍ଷ ମଧ୍ୟରେ ବିହାରରେ 325 କିମି ନୂଆ ରେଳପଥ କାର୍ଯ୍ୟକ୍ଷମ ହୋଇଥିଲା। ତେବେ 2014 ପରେ ଗତ 5 ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 700 କିମି ରେଳଲାଇନ କାର୍ଯ୍ୟକ୍ଷମ ହୋଇଛି । ଏହାଛଡା ରାଜ୍ୟରେ ଆଉ 1 ହଜାର କିମି ରେଳପଥ ନିର୍ମାଣାଧୀନ ଅବସ୍ଥାରେ ରହିଛି।