Categories
ଆଜିର ଖବର ଖେଳ ଜାତୀୟ ଖବର

IPL 2024: ଚେନ୍ନାଇକୁ 8 ୱିକେଟରେ ପରାସ୍ତ କଲା ଲକ୍ଷ୍ନୌ, ରାହୁଲଙ୍କ ଧୂଆଁଧାର ପାଳି

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସକୁ ଲକ୍ଷୌ ସୁପର ଜିଆଣ୍ଟସ୍ 8 ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ 20 ଓଭରରେ 6 ୱିକେଟ୍ ହରାଇ 176 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଲକ୍ଷ୍ନୌ 19 ଓଭରରେ 2 ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। କେଏଲ ରାହୁଲ 53 ବଲରେ 82 ରନ୍ ସଂଗ୍ରହ କରିଥିଲେ। ଡି କକ୍ 43 ବଲରେ 54 ରନ୍ ସଂଗ୍ରହ କରିଥିଲେ। 23 ରନ୍ ସ୍କୋର କରି ପୁରନ ଅପରାଜିତ ରହିଥିଲେ। ଏହି ସମୟରେ ମୁସ୍ତାଫିଜୁର ରହମାନ ଏବଂ ପଥୀରାନା ଚେନ୍ନାଇ ପାଇଁ 1-1 ୱିକେଟ୍ ନେଇଥିଲେ।

ଚେନ୍ନାଇ ପାଇଁ ରବିନ୍ଦ୍ର ଜାଡେଜା ଅପରାଜିତ 57 ରନ୍ ସଂଗ୍ରହ କରିଥିଲେ। ସେ 40 ବଲରେ 5 ଚୌକା ଓ 1 ଛକା ମାରିଥିଲେ। ଧୋନି 9 ବଲରେ ଅପରାଜିତ 28 ରନ ସ୍କୋର କରିଥିଲେ। ରାହାନେ 36 ରନ୍ ସଂଗ୍ରହ କରିଥିଲେ। ମୋଈନ୍ ଅଲି 30 ରନ୍ ସଂଗ୍ରହ କରିଥିଲେ।