Categories
ଆଜିର ଖବର ଜାତୀୟ ଖବର

ବଜ୍ରପାତ ଯୋଗୁଁ ବିହାର ଓ ଉତ୍ତରପ୍ରଦେଶରେ 46 ଜଣଙ୍କର ମୃତ୍ୟୁ 

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଓ ବିହାରରେ ଶନିବାର ବଜ୍ରପାତରେ 43 ଜଣଙ୍କର ମୃତ୍ୟୁ ହୋଇଛି । ବିହାରରେ 23 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ 23 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 29 ଜଣ ଗୁରୁତର ଆହତ ଅଛନ୍ତି ।  ସୂଚନା ଅନୁସାରେ, ଆହ୍ଲାବାଦରେ 8ଜଣ, ମୀର୍‌ଜାପୁର୍‌ରେ 6ଜଣ, କୁଶାମ୍ବିରେ2ଜଣ, ଭଦୋହିରେ 6ଜଣ ଓ ଜୌନପୁରରେ ବଜ୍ରପାତ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  କ୍ଷତିପୂରଣ ରାଶିର ଘୋଷଣା କରିଛନ୍ତି।

ସେହିପରି ବିହାରର ଭୋଜପୁର ଜିଲ୍ଲାରୁ 9, ସାରନ ଜିଲ୍ଲାରୁ 5, କଇମୁର ଜିଲ୍‌ଲାରୁ 3, ପାଟନାରୁ 2 ଓ ଜାହାନବାଦରୁ 2ଜଣ, ଗୟା ଓ  ବକ୍ସାର ଜିଲ୍ଲାରୁ ଜଣେ ଲେଖାଏଁ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି । ଗତ କିଛି ଦିନ ଭିତରେ ବିହାରରେ ବଜ୍ରପାତ ଯୋଗୁଁ 130 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ତେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଅନ୍ୟପଟରେ ଦେଶର ପଶ୍ଚିମାଂଚଳ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି । ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ କିଛି ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ଏବେ ବି ବର୍ଷା ଲାଗି ରହିଛି ।