Categories
ଆଜିର ଖବର ବ୍ୟବସାୟ

ହ୍ୟୁଣ୍ଡାଇର ବିକ୍ରିରେ 10 ପ୍ରତିଶତ ହ୍ରାସ

ମୁମ୍ବାଇ : ଭାରତୀୟ ବଜାରର ଅନ୍ୟତମ ଶ୍ରେଷ୍ଠ କାର୍‌ ହ୍ୟୁଣ୍ଡାଇର ବିକ୍ରିରେ ହ୍ରାସ ଘଟିଛି । ରବିବାର ହ୍ୟୁଣ୍ଡାଇ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫେବୃୟାରୀ ମାସରେ କାର୍‌ର ବିକ୍ରିରେ 10.3 ପ୍ରତିଶତ ହ୍ରାସ ଘଟିଛି । ଚଳିତ ବର୍ଷ ଫେବୃୟାରୀରେ ହ୍ୟୁଣ୍ଡାଇ ସମୁଦାୟ 48910ଟି କାର ବିକ୍ରି କରିଛି । 2019ର ଫେବୃୟାରୀ ମାସରେ କମ୍ପାନୀ ସମୁଦାୟ 54518ଟି କାର୍‌ ବିକ୍ରି କରିବାରେ ସକ୍ଷମ ହୋଇଥିଲା । ଘରୋଇ କାର୍‌ ବିକ୍ରିରେ 7.2 ପ୍ରତିଶତ ହ୍ରାସ ପାଇଥିବା ବେଳେ କାର୍‌ ବିକ୍ରି ସଂଖ୍ୟା 40100 ରହିଛି ଯାହାକି ଗତବର୍ଷ 43110 ରହିଥିଲା । ଏହି ସମୟରେ ରପ୍ତାନୀ 22 ପ୍ରତିଶତ ହ୍ରାସ ପାଇଛି । 2019ରେ କମ୍ପାନୀ 11408ଟି କାର୍‌ ରପ୍ତାନୀ କରିଥିବା ବେଳେ 2020ରେ ଏହା 8900କୁ ହ୍ରାସ ପାଇଛି । (ଏଜେନ୍ସି)