Categories
ଅପରାଧ ଆଜିର ଖବର ଜାତୀୟ ଖବର

ସ୍ବାମୀ ନଥିବାବେଳେ ପ୍ରେମିକକୁ ଡାକିଲେ ସ୍ତ୍ରୀ : ଅଚାନକ ପହଞ୍ଚିଗଲେ ସ୍ବାମୀ, ଆଉ ତା’ପରେ…

ସୁରତ : ସୁରତର ଓ୍ବଲସାଡ ଜିଲ୍ଲାର ଓମରଗାମ ସହରରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଗାନ୍ଧିଓ୍ବାଡି ସୋସାଇଟିରେ ଜଣେ ପ୍ରେମିକ ଫ୍ଲାଟର ସାତ ମହଲା ତଳକୁ ଡେଇଁ ମୃତ୍ୟୁବରଣ କରିଛନ୍ତି । ଯୁବକ ଜଣକ ନିଜ ପ୍ରେମିକାକୁ ଦେଖା କରିବାକୁ ଯାଇ ଫ୍ଲାଟରୁ ଡେଇଁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ପ୍ରେମିକାକୁ ଦେଖା କରିବାକୁ ଯାଇଥିବାବେଳେ ହଠାତ୍‌ ପ୍ରେମିକାଙ୍କ ସ୍ବାମୀ ଆସିଯିବାରୁ ଡରରେ ସାତ ମହଲା ତଳକୁ ଡେଇଁ ପଡିଥିଲେ । ସାତ ମହଲା ତଳକୁ ଡେଇଁ ଯୁବକଙ୍କର ମୃତ୍ୟୁ ହୋଇଛି । ଏହାପରେ ସ୍ଥାନୀୟ ଲୋକେ ପୋଲିସ୍‌କୁ ସୂଚନା ଦେଇଥିଲେ । ଅପରପକ୍ଷରେ ଯୁବକଙ୍କ ପରିବାର ବର୍ଗ ଏହାକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ।

ମୃତକ ଜଣକ ରାଜୁଭାଇ ଦୁବଲା । କିଛିଦିନ ହେବ ରାଜୁଭାଇଙ୍କର ଗାନ୍ଧିଓ୍ବାଡି ସୋସାଇଟିରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ବିବାହିତା ମହିଳା ଜଣକର ଦୁଇ ସନ୍ତାନ ରହିଥିବାର ସୂଚନା ରହିଛି । ରାଜୁ ପ୍ରାୟ ସମୟରେ ତାଙ୍କୁ ସାକ୍ଷାତ କରିବାକୁ ଯାଆନ୍ତି। ଶୁକ୍ରବାର ଦିନ ସନ୍ଧ୍ୟାରେ ତାଙ୍କ ପ୍ରେମିକା ତାଙ୍କୁ ଫୋନ୍‌ କରି ଡାକିଥିଲେ । ପ୍ରେମିକାଙ୍କ ସ୍ବାମୀ ହିଁ ରାଜୁଙ୍କର ହତ୍ୟା କରିଛନ୍ତି ବୋଲି ରାଜୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ପ୍ରେମିକା ଏହାକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି । ତେବେ ପୋଲିସ୍‌ ଏହି ଘଟଣାର ଯାଞ୍ଚ କରୁଛି ।

ରାଜୁଙ୍କ ସାଙ୍ଗଙ୍କ କହିବାନୁସାରେ ରାଜୁ ଓ ତାଙ୍କପ୍ରେମିକାଙ୍କ ସମ୍ପର୍କ ଦୁଇ ବର୍ଷ ହେବ ଜାରି ରହିଥିଲା । ଦୁହେଁ ଚାକିରି କରୁଥିବାବେଳେ ସାକ୍ଷାତ କରିଥିଲେ । ତେବେ ପ୍ରେମିକାଙ୍କ ସ୍ବାମୀଙ୍କୁ ଏହି ଅବୈଧ ସମ୍ପର୍କରେ ଜଣାପଡିଯାଇଥିଲା । ଅପରପକ୍ଷରେ ଯୁବକ ଜଣକ ସାତ ମହଲା ତଳକୁ ଡେଇଁ ମରିଯିବା ପରେ ପ୍ରେମିକା ଜଣକ ତଳକୁ ଆସି ଯୁବକଙ୍କ ଶବକୁ ଦେଖି ଚାଲି ଯାଇଥିଲେ ବୋଲି ସୂଚନା ରହିଛି । (ଏଜେନ୍ସି)