Categories
ଆଜିର ଖବର ଜାତୀୟ ଖବର

ଗିରଫ ଧମକ ଶୁଣି ହୃଦଘାତରେ ପ୍ରାଣ ହରାଇଲେ ବ୍ୟକ୍ତି

ଲକ୍ଷ୍ନୌ : ଗିରଫ ଧମକ ଶୁଣି ପ୍ରାଣ ହରାଇଛନ୍ତି ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି । ଉତ୍ତରପ୍ରଦେଶର ଆଲିଗଡରେ ଏହିପରି ଏକ ଅଭାବନୀୟ ଘଟଣା ଘଟିଛି । ଏହି ବ୍ୟକ୍ତି ଜଣକ ହୃଦରୋଗୀ ରହିଥିବା ବେଳେ ପୋଲିସ୍‌ ପକ୍ଷରୁ ଗିରଫ ଧମକ ଶୁଣି ବ୍ୟକ୍ତି ଜଣକ ପ୍ରାଣ ହରାଇଥିଲେ । ରବିବାର ଦିନ 12.30 ମିନିଟ୍‌ ସମୟରେ ଏହି ଘଟଣା ଘଟିଥିଲା । ନାରାୟଣ ବର୍ଷଣେ ନାମକ ଏହି ବ୍ୟକ୍ତି ଜଣକ ଘର ବାହାରେ ସାଙ୍ଗ ମାନଙ୍କ ସହିତ ଲୁଡୋ ଖେଳୁଥିବା ବେଳେ ଏହି ଘଟଣା ଘଟିଥିଲା । ପ୍ୟାଟ୍ରୋଲିଂରେ ରହିଥିବା ପୋଲିସ୍‌ ତାଙ୍କୁ ଲୁଡୋ ଖେଳିବାକୁ ବାରଣ କରିବା ସହିତ ଭବିଷ୍ୟତରେ ଏଭଳି କଲେ ଗିରଫ କରିବା ପାଇଁ ଧମକ ଦେଇଥିଲେ । ଏହାପରେ ଭୟରେ ଉକ୍ତ ସ୍ଥାନରୁ ଉଠିବା ସହିତ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ବର୍ଷଣେ ।

ଏହି ଘଟଣା ପରେ ମୃତକଙ୍କ ସ୍ତ୍ରୀ ଆଶା ପୋଲିସ୍‌କୁ ଦୋଷ ଦେଇଛନ୍ତି । ପୋଲିସ୍‌ ବାଲା ଲୁଡୋ ଖେଳୁଥିବା ସମୟର ଫଟୋ ଉଠାଇନେଇଥିବାରୁ କାର୍ଯ୍ୟାନୁଷ୍ଠାନ ଭୟରେ ପତିଙ୍କର ଏଭଳି ଅବସ୍ଥ ହୋଇଥିବା ଆଶା କହିଛନ୍ତି । ତେବେ ଏହାକୁ ଖଣ୍ଡନ କରିଛନ୍ତି ସିଆଇ ବିଶାଲ ପାଣ୍ଡେ । ପୋଲିସ୍‌ କେବଳ ନିଜ କର୍ତ୍ତବ୍ୟ କରୁଥିଲା ଏବଂ ମୃତକଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ଦାଖଲ କରାଯାଇନାହିଁ । (ଏଜେନ୍ସି)