Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗାଈଗୋରୁଙ୍କ ଚର୍ମବିଣ୍ଡି ବା ଲମ୍ପି ରୋଗ ହୋଇଛି କି ? ଏହି ନମ୍ବରକୁ ଫୋନ କରନ୍ତୁ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଗାଇଗୋରୁଙ୍କର ଏକ ଚର୍ମ ରୋଗ ବ୍ୟାପିବାରେ ଲାଗିଛି। ଏହାକୁ ଲମ୍ପି ବା Lumpy Skin Disease ବୋଲି କୁହାଯାଉଛି। ଏହି ରୋଗ ହେଲେ ଗାଇଗୋରୁଙ୍କ ଦେହ ସାରା ଫୁଲାଫୁଲା ହୋଇଯାଉଛି। ଯାହା ବଡ ସାଙ୍ଗାତିକ ବୋଲି କୁହାଯାଉଛି।

ଗାଈଗୋରୁଙ୍କ ଏହି ଚର୍ମବିଣ୍ଡି ରୋଗ ନିରାକରଣ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ୩୧୪ଟି ଭ୍ରାମ୍ୟମାଣ ୟୁନିଟ୍, ୫୪୧ଟି ପ୍ରାଣୀଚିକିତ୍ସା କେନ୍ଦ୍ର ଏବଂ ୩୨୩୯ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ମାଧ୍ୟମରେ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ପରାମର୍ଶ ପାଇଁ: ୧୫୫୩୩୩ କିମ୍ବା ୧୯୬୨ ନିଶୁଳ୍କ ନମ୍ବର ଡାଏଲ୍ କରନ୍ତୁ ବୋଲି କୁହାଯାଇଛି।