Categories
ଆଜିର ଖବର

ସୁପ୍ରିମ୍‌ କୋର୍ଟଙ୍କ ଶୁଣାଣି ଶେଷ: ଆସନ୍ତାକାଲି ମହାରାଷ୍ଟ୍ରର ମହାରାୟ

ନୂଆଦିଲ୍ଲୀ,୨୫/୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ବିଚାର ସରିଛି। ଆସନ୍ତାକାଲି ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି। ଶିବସେନା-କଂଗ୍ରେସ-ଏନସିପି ପକ୍ଷରୁ ଦାୟର କରାଯାଇଥିବା ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ମାମଲାର ବିଚାର ଶେଷ କରିବା ସହିତ ରାୟ ସଂରକ୍ଷଣ କରିଛନ୍ତି। ଆସନ୍ତା କାଲି ସକାଳ ୧୦. ଏହି ମାମଲାର ରାୟ ପ୍ରକାଶ ପାଇବ। ଶିବସେନା ପାଇଁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ଲଢ଼ୁଥିବାବେଳେ କଂଗ୍ରେସ-ଏନସିପି ପକ୍ଷରୁ ଅଭିଷେକ ମନୁ ସିଂଙ୍ଘୱୀ ଏବଂ ବିଜେପି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମକଦ୍ଦମା ଲଢିଥିଲେ। ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖୁଛନ୍ତି। (ଏଜେନ୍ସୀ)