Categories
ଆଜିର ଖବର ମନୋରଂଜନ ସିନେମା

ବିଗ୍‌ ବିଙ୍କ ସହିତ ଫଟୋ ସେୟାର କଲେ ମଞ୍ଜୁ ଓ୍ବାରିୟର

ମୁମ୍ବାଇ : ବଲିଉଡ୍‌ ଅଭିନେତା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହିତ ଫଟୋ ସେୟାର କରିଛନ୍ତି ଦକ୍ଷିଣୀ ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର । ନିଜର ଅପ୍‌କମିଙ୍ଗ ମାଲାୟଲମ୍‌ ଫିଲ୍ମ ‘ପ୍ରତି ପୁଭାଙ୍କୋଝି’ର ପ୍ରମୋଶନ ପାଇଁ ମୁମ୍ବାଇରେ ରହିଥିବା ମଞ୍ଜୁ ବିଗ୍‌ ବି ଏବଂ ଜୟା ବଚ୍ଚନଙ୍କୁ ଭେଟିଥିଲେ । ମେଗାଷ୍ଟାର ଅମିତାଭଙ୍କୁ ଭେଟିବା ପରେ ଏକ ଫଟୋ ଟ୍ବିଟ୍ କରିଛନ୍ତି ମଞ୍ଜୁ । ଏହି ଫଟୋରେ ଉଭୟ ଅମିତାଭ୍, ଜୟା ଏବଂ ମଞ୍ଜୁ ଭାରତୀୟ ପରିପାଟୀରେ ନଜର ଆସିଛନ୍ତି । ‘ପ୍ରତି ପୁଭାଙ୍କୋଝି’ ଏକ ମହିଳା କୈନ୍ଦ୍ରିକ ଫିଲ୍ମ ହୋଇଥିବା ବେଳେ ମଞ୍ଜୁ ମୁଖ୍ୟ ଚରିତ୍ର ମାଧୁରୀ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ରୋଶନ ଆଣ୍ଡ୍ର୍ୟୁଜ୍‌ ଏହି ଫିଲ୍ମ ଜରିଆରେ ନିଜର ଅଭିନୟ ପଦାର୍ପଣ କରିବାକୁ ଯାଉଛନ୍ତି । 14 ବର୍ଷ ପରେ ରୋଶନଙ୍କ ଚଳଚିତ୍ରରେ ନଜର ଆସିବାକୁ ଯାଉଛନ୍ତି ମଞ୍ଜୁ ଓ୍ବାରିୟର । (ଏଜେନ୍ସୀ)

Categories
ଆଜିର ଖବର ମନୋରଂଜନ

ଅସୁରନ୍‌ ତେଲୁଗୁ ରିମେକ୍‌ରେ ପ୍ରିୟାମଣୀ

ହାଇଦ୍ରାବାଦ, 02/01: ବ୍ଲକ୍‌ବଷ୍ଟର ତାମିଲ ଫିଲ୍ମ ‘ଅସୁରନ୍‌’ର ତେଲୁଗୁ ରିମେକ୍‌ରେ ପ୍ରିୟାମଣି ନଜର ଆସିବାକୁ ଯାଉଛନ୍ତି । ପୂର୍ବରୁ ଶ୍ରୀୟା ଶରଣ ଏହି ଚରିତ୍ର କରିବା ନେଇ ସୂଚନା ମିଳିଥିଲା ମାତ୍ର ଶ୍ରୀୟା ଏହି ପ୍ରୋଜେକ୍ଟରୁ ଓହରିବା ସହିତ ପ୍ରିୟାମଣୀଙ୍କୁ ଏହି ସୁଯୋଗ ମିଳିଛି । ଫିଲ୍ମରେ ମଞ୍ଜୁ ଓ୍ବାରିୟରଙ୍କ ଭୂମିକାରେ ପ୍ରିୟାମଣି ନଜର ଆସିବାକୁ ଯାଉଛନ୍ତି । ଭେଙ୍କଟେଶ ଧନୁଷଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ତେଲୁଗୁ ଦର୍ଶକଙ୍କ ପାଇଁ ଫିଲ୍ମର କାହାଣୀରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ କରାଯାଇଛି । ମୂଳ ଫିଲ୍ମକୁ ଭେଟ୍ରିମାରନ ନିର୍ଦ୍ଦେଶନା ଦେଉଥିବା ବେଳେ ବାଲାଜୀ ଶକ୍ତିଭେଲ ତେଲୁଗୁ ରିମେକ୍‌ର ନିର୍ଦ୍ଦେଶନା ଦେଉଛନ୍ତି । ଶ୍ରୀକାନ୍ତ ଅଡ୍ଡାଲା ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି । (ଏଜେନ୍ସୀ)