ନିର୍ଦ୍ଦେଶକ ନୀରଜ ପାଣ୍ଡେ ନିଜକର ଆଗାମୀ ଓ୍ବେବ୍ ସିରିଜ୍ ନେଇ ଘୋଷଣା କରିଛନ୍ତି। ପରେଶ ରାଓ୍ବଲ ଏବଂ ଜିମ୍ମି ଶେର୍ଗିଲ୍ ଏହି ସିରିଜ୍ରେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଥିବା ବେଳେ ମାସୁଦ୍ ଆଝାର ଉପରେ କାହାଣୀ ରହିବ। ୨୦୦୧ରେ ହୋଇଥିବା ସଂସଦ ଆକ୍ରମଣକୁ ମଧ୍ୟ ଓ୍ବେବ୍ ସିରିଜ୍ରେ ଦେଖାଯିବ। ପାଣ୍ଡେଙ୍କ ପୂର୍ବ ଫିଲ୍ମ ଆୟାରୀ ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଥିଲା। ପୂର୍ବରୁ ଅଜୟ ଦେବଗନଙ୍କୁ ନେଇ ଚାଣକ୍ୟ ନିର୍ମାଣ କରିବାକୁ ଚାହୁଁଥିଲେ ପାଣ୍ଡେ। ମାତ୍ର ଅଜୟଙ୍କ ନିକଟରେ ସମୟ ନଥିବାରୁ ଏହି ଓ୍ବେବ୍ ସିରିଜ୍ର ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସପ୍ତାହରୁ ଏହି ସିରିଜ୍ର ସୁଟିଂ ଆରମ୍ଭ ହେବ ବୋଲି ନୀରଜ ସୂଚନା ଦେଇଛନ୍ତି। ‘ଟାଇଗର୍ ଜିନ୍ଦା ହେ’ ରେ ଖଳନାୟକ ଭୂମିକାରେ ନଜର ଆସିଥିବା ସଜ୍ଜାଦ ଡେଲାଫ୍ରୁଜ୍ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ବୋଲି ନୀରଜ ସୂଚନା ଦେଇଛନ୍ତି।
