Categories
ଆଜିର ଖବର ମନୋରଂଜନ ସିନେମା

ବୁଲ୍‌ବୁଲ୍‌ର ଟ୍ରେଲର ରିଲିଜ୍‌ : ଖୋଲିବ ବଡ ମହଲ ଭିତରର ରହସ୍ୟ

ମୁମ୍ବାଇ : ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଦ୍ବିତୀୟ ଓ୍ବେବସିରିଜ୍‌ ବୁଲ୍‌ବୁଲ୍‌ର ଟ୍ରେଲ୍‌ର ରିଲିଜ୍‌ ହୋଇଛି । ଅଲୌକିକ ପୃଷ୍ଠଭୂମିରେ ରଚିତ ଏହି ସିରିଜ୍‌ରେ ଅପରାଧ, ରହସ୍ୟ, ପ୍ରେମ ଓ  ପ୍ରତିଶୋଧର ଟୁଇଷ୍ଟ ଦେଖିବାକୁ ମିଳିବ । ଏହି ସିରିଜ୍‌ଟି ଆସନ୍ତା ଜୁନ୍‌ 24 ତାରିଖରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ଏହି ସିରିଜ୍‌ରେ ଅବିନାଶ ତିଓ୍ବାରୀ, ତୃପ୍ତି ଡିମ୍‌ରୀ, ପାଓଲି ଡେମ୍‌, ପରମବ୍ରତ୍‌ ଚାର୍ଟାର୍ଜୀ, ରାହୁଲ୍‌ ବୋଷ୍‌ ପ୍ରମୁଖ ନଜର ଆସିବେ ।

ଟ୍ରେଲରରେ ତୃପ୍ତି ବଙ୍ଗାଳୀ ବୋହୂ ଚରିତ୍ରରେ ବେଶ୍‌ ସୁନ୍ଦର ଲାଗୁଛନ୍ତି । ସେହିପରି ଅନ୍ୟ ଚରିତ୍ରମାନେ ମଧ୍ୟ ବେଶ୍‌ ବଳିଷ୍ଠ ଅଭିନୟ କରିଥିବାର ଜଣାପଡୁଛି । ପୂର୍ବରୁ ବୁଲ୍‌ବୁଲ୍‌ର ମୋସନ୍‌ ପୋଷ୍ଟରକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିବାବେଳେ ସିରିଜ୍‌କୁ ଦେଖିବାକୁ ଅପେକ୍ଷା କରିଛନ୍ତି । ବଡ ମହଲରେ ଥିବା ରହସ୍ୟକୁ ଉନ୍ମୋଚନ କରି ଦର୍ଶକଙ୍କୁ କେତେ ଦୂର ଆକୃଷ୍ଟ କରିପାରୁଛି ତାହା ସିରିଜ୍‌ର ରିଲିଜ୍‌ ପରେ ଜଣାପଡିବ । ସୂଚନାଯୋଗ୍ୟ, ଅନୁଷ୍କା ଶର୍ମାଙ୍କ ଓ୍ବେବସିରିଜ୍‌ ‘ପାତଲା ଲୋକ୍‌’ ବେଶ୍‌ ଲୋକପ୍ରିୟ ହୋଇପାରିଛି ।

Categories
ଆଜିର ଖବର

ମାସୁଦ୍‌ ଆଝାର ଓ୍ବେବ୍‌ ସିରିଜ୍‌ରେ ନଜର ଆସିବେ ପରେଶ ରାଓ୍ବଲ ଏବଂ ଜିମ୍ମି ଶେର୍‌ଗିଲ୍‌

ନିର୍ଦ୍ଦେଶକ ନୀରଜ ପାଣ୍ଡେ ନିଜକର ଆଗାମୀ ଓ୍ବେବ୍‌ ସିରିଜ୍‌ ନେଇ ଘୋଷଣା କରିଛନ୍ତି। ପରେଶ ରାଓ୍ବଲ ଏବଂ ଜିମ୍ମି ଶେର୍‌ଗିଲ୍‌ ଏହି ସିରିଜ୍‌ରେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଥିବା ବେଳେ ମାସୁଦ୍‌ ଆଝାର ଉପରେ କାହାଣୀ ରହିବ। ୨୦୦୧ରେ ହୋଇଥିବା ସଂସଦ ଆକ୍ରମଣକୁ ମଧ୍ୟ ଓ୍ବେବ୍‌ ସିରିଜ୍‌ରେ ଦେଖାଯିବ। ପାଣ୍ଡେଙ୍କ ପୂର୍ବ ଫିଲ୍ମ ଆୟାରୀ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିଲା। ପୂର୍ବରୁ ଅଜୟ ଦେବଗନଙ୍କୁ ନେଇ ଚାଣକ୍ୟ ନିର୍ମାଣ କରିବାକୁ ଚାହୁଁଥିଲେ ପାଣ୍ଡେ। ମାତ୍ର ଅଜୟଙ୍କ ନିକଟରେ ସମୟ ନଥିବାରୁ ଏହି ଓ୍ବେବ୍‌ ସିରିଜ୍‌ର ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସପ୍ତାହରୁ ଏହି ସିରିଜ୍‌ର ସୁଟିଂ ଆରମ୍ଭ ହେବ ବୋଲି ନୀରଜ ସୂଚନା ଦେଇଛନ୍ତି। ‘ଟାଇଗର୍‌ ଜିନ୍ଦା ହେ’ ରେ ଖଳନାୟକ ଭୂମିକାରେ ନଜର ଆସିଥିବା ସଜ୍ଜାଦ ଡେଲାଫ୍ରୁଜ୍‌ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ବୋଲି ନୀରଜ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ଓ୍ବେବ୍‌ସିରିଜ୍‌ରେ ପାଦ ଦେବେ କିଙ୍ଗ ଖାନ୍‌ ଶାହରୁଖ୍‌

କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଏବେ ଡିଜିଟାଲ୍‌ ପ୍ଲାଟଫର୍ମରେ ଦେଖିବାକୁ ମିଳିବେ। ତାଙ୍କ ପ୍ରଡକ୍ସନ ହାଉସ୍‌ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ଅଧୀନରେ ଏକ ଥ୍ରିଲର୍‌ ଓ୍ବେବସିରିଜ୍‌ର ନିର୍ମାଣ ହେବାକୁ ଯାଉଛି। ଏହି ସିରିଜ୍‌ରେ ଶାହରୁଖ୍‌ ଅଭିନୟ କରିବେ ବୋଲି ସୂଚନା ରହିଛି। ଏହାବ୍ୟତୀତ ପ୍ରଯୋଜକ ଭାବେ ଶାହରୁଖ୍‌ ମଧ୍ୟ ଏକ ଓ୍ବେବ୍‌ ସିରିଜ୍‌ ନିର୍ମାଣ କରୁଛନ୍ତି। ଏହି ଓ୍ବେବସିରିଜ୍‌ରା ନାମ ରହିଛି ‘ବାର୍ଡ ଅଫ୍‌ ବ୍ଲଡ୍‌’ ଏଥିରେ ଇମ୍ରାନ୍‌ ହାସ୍‌ମୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଲୋକପ୍ରିୟ ଲେଖ ବିଲାଲ ସିଦ୍ଧିକୀଙ୍କ ପୁସ୍ତକ ଉପରେ ଏକ ରାଜନୀତି ଭିତ୍ତିକ ଥ୍ରିଲର୍‌ ଫିଲ୍ମ। ୨୦୧୮ରେ ମୁକ୍ତିଲାଭ କରିଥିବା ‘ଜିରୋ’ର ଅସଫଳତାକୁ ନେଇ ଶାହରୁଖ ବେଶ୍‌ ବ୍ୟସ୍ତ ରହୁଛନ୍ତି। ଏହି ଫିଲ୍ମରେ ଶାହରୁଖ୍‌ଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‌, ଅନୁଷ୍କା ଶର୍ମା ପ୍ରମୁଖ ଅଭିନୟ କରିଥିଲେ। ଏବେ ଫିଲ୍ମ ଚୟନକୁ ନେଇ ବେଶ୍‌ ପରୀକ୍ଷାନିରୀକ୍ଷା କରୁଛନ୍ତି ଏହି ସୁପରଷ୍ଟାର୍‌ ଜଣକ।