ବୁଲ୍‌ବୁଲ୍‌ର ଟ୍ରେଲର ରିଲିଜ୍‌ : ଖୋଲିବ ବଡ ମହଲ ଭିତରର ରହସ୍ୟ

Published: Jun 19, 2020, 3:28 pm IST

ମୁମ୍ବାଇ : ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଦ୍ବିତୀୟ ଓ୍ବେବସିରିଜ୍‌ ବୁଲ୍‌ବୁଲ୍‌ର ଟ୍ରେଲ୍‌ର ରିଲିଜ୍‌ ହୋଇଛି । ଅଲୌକିକ ପୃଷ୍ଠଭୂମିରେ ରଚିତ ଏହି ସିରିଜ୍‌ରେ ଅପରାଧ, ରହସ୍ୟ, ପ୍ରେମ ଓ  ପ୍ରତିଶୋଧର ଟୁଇଷ୍ଟ ଦେଖିବାକୁ ମିଳିବ । ଏହି ସିରିଜ୍‌ଟି ଆସନ୍ତା ଜୁନ୍‌ 24 ତାରିଖରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ଏହି ସିରିଜ୍‌ରେ ଅବିନାଶ ତିଓ୍ବାରୀ, ତୃପ୍ତି ଡିମ୍‌ରୀ, ପାଓଲି ଡେମ୍‌, ପରମବ୍ରତ୍‌ ଚାର୍ଟାର୍ଜୀ, ରାହୁଲ୍‌ ବୋଷ୍‌ ପ୍ରମୁଖ ନଜର ଆସିବେ ।

ଟ୍ରେଲରରେ ତୃପ୍ତି ବଙ୍ଗାଳୀ ବୋହୂ ଚରିତ୍ରରେ ବେଶ୍‌ ସୁନ୍ଦର ଲାଗୁଛନ୍ତି । ସେହିପରି ଅନ୍ୟ ଚରିତ୍ରମାନେ ମଧ୍ୟ ବେଶ୍‌ ବଳିଷ୍ଠ ଅଭିନୟ କରିଥିବାର ଜଣାପଡୁଛି । ପୂର୍ବରୁ ବୁଲ୍‌ବୁଲ୍‌ର ମୋସନ୍‌ ପୋଷ୍ଟରକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିବାବେଳେ ସିରିଜ୍‌କୁ ଦେଖିବାକୁ ଅପେକ୍ଷା କରିଛନ୍ତି । ବଡ ମହଲରେ ଥିବା ରହସ୍ୟକୁ ଉନ୍ମୋଚନ କରି ଦର୍ଶକଙ୍କୁ କେତେ ଦୂର ଆକୃଷ୍ଟ କରିପାରୁଛି ତାହା ସିରିଜ୍‌ର ରିଲିଜ୍‌ ପରେ ଜଣାପଡିବ । ସୂଚନାଯୋଗ୍ୟ, ଅନୁଷ୍କା ଶର୍ମାଙ୍କ ଓ୍ବେବସିରିଜ୍‌ ‘ପାତଲା ଲୋକ୍‌’ ବେଶ୍‌ ଲୋକପ୍ରିୟ ହୋଇପାରିଛି ।

Related posts