Categories
ଆଜିର ଖବର

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଜଣେ ୨୩ବର୍ଷୀୟ ଇଲେକ୍ଟ୍ରିସିଆନ

ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଜଣେ ୨୩ ବର୍ଷୀୟ ଇଲେକ୍ଟ୍ରିସିଆନ ମୁଦାସିର ଅହମଦ ଖାନ ଓରଫ ମହମ୍ମଦ ଭାଇ । ସେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ । ଗତ ମାସ ୧୪ ତାରିଖରେ  ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ । ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ମୁଦାସିର ବିସ୍ଫୋରଣରେ ବ୍ୟବହୃତ ଗାଡି ଓ ବିସ୍ଫୋରକ ମୁଦାସିର ହିଁ ଜବତ କରିଥିଲା । ମହଲାର ଟ୍ରାଲ ଅଞ୍ଚଳର ବାସିନ୍ଦା ମୁଦାସିର ୨୦୧୭ ମସିହାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ଆତଙ୍କବାଦୀ ନୁର ଅହମ୍ମଦ ତାନ୍ତ୍ରୀ ଦ୍ବାରା ସେ ଏହି ଆତଙ୍କବାଦୀ  ସଂଗଠନରେ ଯୋଗ ଦେଇଥିଲା । ମୁଦାସିର ସ୍ନାତକ ପରେ ଇଲେକେଟ୍ରିକାଲରେ ଆଇଟିଆଇ କରିଛି । ତାର ବାପା ଜଣେ ଦିନ ମଜୁରିଆ। ଏବେ ମୁଦାସିର ଫେରାର ଅଛି। ପୋଲିସ ତାକୁ ଖୋଜୁଛି ।