Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଉର୍ଦ୍ଦୁ ଖବରକାଗଜର ଅଭିନବ ପଦକ୍ଷେପ, ପାଠକଙ୍କୁ ଆକୃଷ୍ଟ ପାଇଁ ପେପର ସହ ବାଣ୍ଟିଲେ ମାଗଣ ମାସ୍କ

ନୂଆଦିଲ୍ଲୀ, ବର୍ତ୍ତମାନ କରୋନା ପାଇଁ ଦେଶର ଗଣମାଧ୍ୟମ ଶିଳ୍ପ ବେଶ୍ ବାଧାପ୍ରାପ୍ତ ହେବାରେ ଲାଗିଛି। ଘରକୁ ଖବରକାଗଜ ଆସିଲେ କରୋନା ଆସିବ ବୋଲି ଭୟରେ ଅନେକ ଆଉ ଖବରକାଗଜ ମଗାଉ ନାହିଁନ୍ତି। ଏପରି ପରିସ୍ଥିତିରେ ଜାମ୍ମୁକାଶ୍ମୀରରୁ ପ୍ରକାଶିତ ଏକ ଉର୍ଦ୍ଦୁ ଖବର କାଗଜ ‘ରୋଶନୀ’ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା  କଂପାନୀ ତରଫରୁ ଖବରକାଗଜ ସହିତ ଦିଆଯାଉଛି ଏକ ମାସ୍କ।

ପାଠକମାନଙ୍କୁ ଆକୃଷ୍ଟ କରିବା ପାଇଁ କଂପାନୀ ଏହି ପଦକ୍ଷେପ ନେଇଛି। ଏଥିରେ କଂପାନୀ ତାହାର ପ୍ରଥମ ପୃଷ୍ଟାରେ ଏହି ମାସ୍କକୁ ସ୍ବତନ୍ତ୍ର ଭାବେ ସଂଯୋଗ କରିଛି। ସେଥିପାଇଁ ପ୍ରଥମ ପୃଷ୍ଠାରେ କଂପାନୀ କିଛି ସ୍ଥାନ ଏହି ମାସ୍କ ପାଇଁ ଛାଡିଛି। ହକର ପେପର ବାଣ୍ଟିବା ବେଳେ ଯେପରି ମାସ୍କଟି ନ ଖସିବ ସେଥିପାଇଁ ତାହାକୁ ସ୍ବତନ୍ତ୍ର ଅଠାରେ ସଂଯୋଗ କରାଯାଇଛି। ଏହା ଦ୍ବାରା ଲୋକମାନେ ପେପର ଘରକୁ ନେଇ ଯେଉଁ ଭୟ ରହୁଥିବା ତାହା ଦୂର ହେବା ସହ କୋଭିଡ19 ବିରୋଧରେ ମଧ୍ୟ ସଚେତନତା ସୃଷ୍ଠି କରୁଛି।