Categories
ଆଜିର ଖବର

ପୁଣି ଚର୍ଚ୍ଚାରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି:  ୮୧ ପିଲାଙ୍କୁ ମିଳିଲା ବାଲିଟିଏ ପାଣିରେ ମିଶିଥିବା ଲିଟରେ କ୍ଷୀର

ଉତ୍ତରପ୍ରଦେଶ, ୨୯/୧୧: ମଧ୍ୟାହ୍ନ ଭୋଜନ ଦୁର୍ନୀତିରେ ୟୁପି ସାରା ଦେଶରେ ସର୍ବପ୍ରଥମ ରହିଛି। ଉତ୍ତରପ୍ରଦେଶରେ ପୁଣି ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ସେଠାରେ ଏକ ଲିଟର କ୍ଷୀରରେ ବାଲିଟିଏ ପାଣି ମିଶାଇ ୮୧ ଜଣ ପିଲାଙ୍କୁ ପିଇବାକୁ ଦିଆଯାଉଛି। ଏହି ମାମଲାରେ ଦୁଇ ଶିକ୍ଷୟିତ୍ରୀଙ୍କୁ ବହିଷ୍କାର କରାଯାଇଛି। କିଛି ଦିନ ତଳେ ମିର୍ଜାପୁରଠାରେ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ରୁଟି ଓ ଲୁଣ ଖାଇବା ଦେଇ ଚର୍ଚ୍ଚା ହୋଇଥିବାବେଳେ ଏବେ ସୋନଭଦ୍ରର ସଲାଇବାନବା ବିଦ୍ୟାଳରେ  ଏକ ଲିଟର କ୍ଷୀରରେ ବାଲିଟିଏ ପାଣି ମିଶାଇ ପିଲାଙ୍କୁ ଦେବା ଖବର  ଚର୍ଚ୍ଚା ଧରିଛି। ଏହି ବିଦ୍ୟାଳୟର ରୋଷେଇୟା ଏକ ବାଲିଟି ପାଣିରେ ଲିଟରେ କ୍ଷୀର ମିଶାଉଥିବାର ଭିଡିଓ ଭାଇରାଲ୍‌ ହୋଇଛି। ରୋଷୟା ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ସେ ଏହା ଶିକ୍ଷକଙ୍କ କହିବାନୁସାରେ କହରିଛନ୍ତି। ତେବେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ଯେ, ବିଦ୍ୟାଳୟ ଏପରି ଭୁଲ୍‌ କରିବା ପରେ ପଶ୍ଚାତାପ କରିବା ସହ ଏହାର ଦେଢ ଘଣ୍ଟା ପରେ ପିଲାଙ୍କୁ କ୍ଷୀର ପିଆଇଛନ୍ତି।

ଏହି ଘଟଣାକୁ ନେଇ ବସପା ସାଂସଦ ଏହାର ଯଥାଶୀଘ୍ର ଯାଞ୍ଚ ହେବାକୁ ଦାବି କରିଛନ୍ତି। ବିଜେପି ସାଦ ରୀତା ବହୁଗୁଣା ଯୋଶୀ କହିଛନ୍ତି ଯେ, ୟୁପି ପ୍ରଦେଶ ବହୁତ ବଡ଼ ଅଟେ, ପ୍ରଦେଶ ଅନୁସାରେ ଦୁର୍ନୀତି ବହୁତ ଛୋଟ। ଲକ୍ଷ୍ନୌ ପରି ଅଞ୍ଚଳରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଅକ୍ଷୟ ପାତ୍ର ଦ୍ବାରା ହେଉଛି, ସେଠାରେ କୌଣସି ସମସ୍ୟା ନାହିଁ। କିନ୍ତୁ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ  ସେହିପରି ସେଣ୍ଟ୍ରାଲ୍‌ କିଚେନ୍‌ର ବ୍ୟବସ୍ଥା ହୋଇନାହିଁ। ଯାହାଫଳରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ଅସୁବିଧା ଉତ୍ପନ୍ନ ହେଉଛି। ଏହି ସମସ୍ୟାକୁ ପ୍ରତିହତ କରିବା ଦିଗରେ ବ୍ୟବସ୍ଥା କରାଯାଉଛି ବୋଲି ବିଜେପି ସାଂସଦ କହିଛନ୍ତି। (ଏଜେନ୍ସି)