Categories
ଆଜିର ଖବର ଜାତୀୟ ଖବର

ପ୍ରବାସୀ ଶ୍ରମିକଙ୍କ ଆତ୍ମହତ୍ୟା : ଆଇସୋଲେସନ୍‌ରେ ରହୁଥିବା ସମୟରେ ଫାଶୀ ଲଗାଇଲେ ଯୁବକ

ଉତ୍ତରପ୍ରଦେଶ : କରୋନା ଭାଇରସ୍‌ ପାଇଁ ଜାରି ହୋଇଥିବା ଲକ୍‌ ଡାଉନ୍‌ କାରଣରୁ ପ୍ରବାସୀ ଶ୍ରମିକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉତ୍ତରପ୍ରଦେଶର ବାନ୍ଧା ଜିଲ୍ଲାର କମାସିନ ଥାନା ଅନ୍ତର୍ଗତ ମୁସିଓ୍ବା ଗ୍ରାମରେ ଜଣେ ପ୍ରବାସୀ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ଶ୍ରମିକ ଜଣକ ମୁମ୍ବାଇରୁ ଫେରିଥିବାବେଳେ ଆଇସୋଲେସନ୍‌ରେ ରହିଥିବାବେ ସମୟରେ ଫାଶୀ ଲଗାଇଛନ୍ତି। ଶ୍ରମିକ ଜଣକ ପାଞ୍ଚ ଦିନ ପୂର୍ବରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ମୁମ୍ବାଇରୁ ଫେରିଥିବାବେଳେ ଘରେ ଆଇସୋଲେସନ୍‌ରେ ରହିଥିଲେ । ଯୁବକ ଜଣକ  ମୁମ୍ବାଇରେ ଏକ ଷ୍ଟିଲ୍‌ କାରଖାନାରେ କାମ କରୁଥିଲେ। କିନ୍ତୁ ଲକ୍‌ ଡାଉନ୍‌ ଯୋଗୁଁ କାରଖାନା ବନ୍ଦ ହୋଇଯିବା ପରେ ସେ ଘରକୁ ଫେରିଥିଲେ। ତାଙ୍କ ପିତା ମଧ୍ୟ ଗୁଜୁରାଟରେ ଏ ପର୍ଯ୍ୟନ୍ତ ଫସି ରହିଛନ୍ତି। ତେବେ ଯୁବକ ଜଣକ କେଉଁ କାରଣର ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ। (ଏଜେନ୍ସି)