Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କରୋନାରେ ସଂକ୍ରମିତ ହେଲେ ରୁଷ୍‌ର ପ୍ରଧାନମନ୍ତ୍ରୀ, ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା 33 ଲକ୍ଷ ଟପିଲା

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ଭାଇରସ୍‌ ଯୋଗୁଁ ଏପର୍ଯ୍ୟନ୍ତ 33 ଲକ୍ଷ 8 ହଜାର 233ଜଣ ସଂକ୍ରମିତ ହୋଇଛନ୍ତି । ଦୁଇ ଲକ୍ଷ 35 ହଜାର 105ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 10 ଲକ୍ଷ 42 ହଜାର 826 ଜଣ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ବ୍ରିଟି୍‌ଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ସଂକ୍ରମିତ ହୋଇ ସୁସ୍ଥ ହୋଇ ଫେରିଥିବାବେଳେ ଏବେ ରୁଷ୍‌ର ପ୍ରଧାନମନ୍ତ୍ରୀ ମିଖାଇଲ୍‌ ମିସୁସ୍ତିନ୍‌ ଏବେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସେ ଏହି ସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି । ସେ ଏବେ ସେଲ୍ଫ ଆଇସୋଲେସନ୍‌ ରହିବା ସହିତ ଏନେଇ ରାଷ୍ଟ୍ରପତି ଭ୍ଲାଦିମର୍‌ ପୁଟିନ୍‌ଙ୍କୁ ଭିଡିଓ କନଫରେନସିଂ ଜରିଆରେ ଅବଗତ କରାଯାଇଛନ୍ତି । ଏବେ ମିଖାଇଲ୍‌ଙ୍କ କାର୍ଯ୍ୟ ଆଣ୍ଡ୍ରେ ବେଲେସୋଓ୍ବେ ସମ୍ଭାଳିବେ । ରୁଷ୍‌ରେ ସଂକ୍ରମିତଙ୍କ ସଂଖ୍ୟା 1,06,498ରେ ପହଞ୍ଚିଛି । ସେହିପରି ଦେଶରେ 1,073ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ 11,6196ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ପାକିସ୍ତାନ ନ୍ୟାସନାଲ୍‌ ଆସେମ୍ପ୍ଲିର ବାଚସ୍ପତି ଅସଦ୍‌ କ୍ବାସିର୍‌ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।  ସେ ଅପ୍ରେଲ 24 ତାରିଖରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସାକ୍ଷାତ କରିଥିଲେ ।

କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଦଶଟି ଦେଶ

ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା 1,095,210 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 63 ହଜାର 861ରାେ ପହଞ୍ଚିଛି । ଗତ 24 ଘଣ୍ଟାରେ ଆମେରିକାରେ 2ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି । ସ୍ପେନ୍‌ରେ 2,39, 639 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 24,543ଜଣ । ଇଟାଲୀରେ 27 ହଜାର 967ଜଣ ମୃତ୍ୟୁ ବରଣ କରିଥିବାବେଳେ ସଂକ୍ରମିତ ହୋଇଛନ୍ତି 2,05,563ଜଣ । ଫ୍ରାନ୍ସରେ 1,67,178ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 24, 376ଜଣ । ୟୁକେରେ 26,771ଜଣ ମୃତ୍ୟୁବରଣ କରିଥିବାବେଳେ 1,71,253ଜଣ ସଂକ୍ରମିତ ହୋଇଛନ୍ତି । ଜର୍ମାନୀରେ 6,623ଜଣ ମୃତ୍ୟୁ ବରଣ କରିଥିବାବେଳେ ଦେଢଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଛନ୍ତି । ତର୍କୀରେ 3,174 ଜଣ ମୃତ୍ୟୁବରଣ କରିଥିବାବେଳେ ସଂକ୍ରମିତ ହୋଇଛନ୍ତି 120,204 ଜଣ । ସେହିପରି ରୁଷ୍‌ରେ 1,073 ଜଣ ମୃତ୍ୟୁବରଣ କରିଥିବାବେଳେ 1,06,498ଜଣ ସଂକ୍ରମିତ ହୋଇଛନ୍ତି । ଇରାନ୍‌ରେ 6,028 ଜଣ ମୃତ୍ୟୁବରଣ କରିଥିବାବେଳେ ସଂକ୍ରମିତ ହୋଇଛନ୍ତି 94 ହଜାରୁର ଉର୍ଦ୍ଧ୍ବ । ସେହିପରି ବ୍ରାଜିଲ୍‌ରେ 6000ରୁ ଉର୍ଦ୍ଧ୍ବ ଲୋକେ ମୃତ୍ୟୁବରଣ କରିଥିବାବେଳେ 80 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)